ପ୍ରମୁଖ ଖବର

ଭୀଷଣ ରୂପ ନେଲା ଲଘୁଚାପ: ୧୩ ଯାଏ ବର୍ଷିବ, ୧୧ରୁ କମିବ ପ୍ରକୋପ
ଭୁବନେଶ୍ବର ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ
ରାଜ୍ୟରେ ୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୭୩ ଜଣ
୧୮ ବର୍ଷରୁ କମ୍ ବର୍ଗରେ ଅଛନ୍ତି ୧୨୮ ଜଣ
ସ୍ୱାଧୀନତା ଦିବସ ସମାରୋହ ରେ ସ୍କୁଲରେ ଭାଗ ନେବେ ଛାତ୍ରଛାତ୍ରୀ; ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କର ହୃଦ୍‌ଘାତରେ ପରଲୋକ

ଅବସରପରେ ସରକାରୀବାବୁଙ୍କ ମୁହଁରେ ତୁଣ୍ଡି!

0
  • ଅବସରପରେ ବିଭାଗୀୟ ତଥ୍ୟ ପ୍ରକାଶ କଲେ ହରାଇପାରନ୍ତି ପେନସନ୍
  • କେନ୍ଦ୍ର ସରକାରଙ୍କ କଟକଣା ପରେ ଭାରତବର୍ଷରେ ଆରମ୍ଭ ହେଲା ବିତର୍କ
  • କିଏ ଖୋଲାଚିଠି ଲେଖୁଥିଲେ, ଆଉ କିଏ ଗଣମାଧ୍ୟମରେ ବିଶେଷଜ୍ଞ ହେଉଥିଲେ
  • ଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା ପୁସ୍ତକ ବି ପ୍ରକାଶ କରିପାରିବେନି ଅଧିକାରୀ

ନୂଆଦିଲ୍ଲୀ: ଗୁଇନ୍ଦା, ଗୁପ୍ତଚର କିମ୍ବା ସୁରକ୍ଷା ସମ୍ବନ୍ଧୀୟ ସଂଗଠନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଏଣିକି ସେମାନେ ଏସବୁ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେମାନଙ୍କ ନିଯୁକ୍ତି ସମୟର ବା ଦାୟିତ୍ବରେ ଥିବା ସମୟରେ ଜାଣିଥିବା କୌଣସି କଥା ସର୍ବସାଧାରଣରେ ପ୍ରକାଶ କରିପାରିବେ ନାହିଁ। ଏମିତି ଘଟଣା ନଜରକୁ ଆସିଲେ ସେମାନଙ୍କ ପେନସନ୍ ବନ୍ଦ କିମ୍ବା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଦିଆଯିବ।

କେନ୍ଦ୍ର ସରକାରଙ୍କ ପର୍ସୋନେଲ୍ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ସେଣ୍ଟ୍ରାଲ ସିଭିଲ୍ ସର୍ଭିସେସ୍ ପେନ୍‌ସନ୍ ଆମେଣ୍ଡମେଣ୍ଟ ନିୟମ ୨୦୨୦ରେ ଏ ବିଷୟଟି ସାମିଲ କରାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦେଶନାମା ପରେ ବିଭିନ୍ନ ମହଲରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।

କେନ୍ଦ୍ର ସରକାର ଏହି ନିର୍ଦେଶନାମାରେ କହିଛନ୍ତି ଯେ ର’, ଆଇବି, ଡିଆରଆଇ, ସିଇଆଇବି, ଏନ୍‌ସିବି, ଏଆର୍‌ସି, ସ୍ପେସାଲ ଫ୍ରଣ୍ଟିଅର୍ ଫୋର୍ସେସ୍, ବିଏସ୍‌ଏଫ୍, ସିଆରପିଏଫ୍, ଆଇଟିବିପି, ସିଆଇଏସଏଫ୍, ଏନଏସ୍‌ଜି, ଆସାମ ରାଇଫଲ୍ସ, ଏସ୍‌ଏସ୍‌ବି, ଡିଜି ଆୟକର (ଅନୁସନ୍ଧାନ), ଏନ୍‌ଟିଆର୍‌ଓ, ଏଫ୍‌ଆଇୟୁ, ଏସ୍‌ପିଜି, ଡିଆର୍‌ଡିଓ, ସୀମା ସଡ଼କ ବିକାଶ ସଂଗଠନ, ସିବିଆଇ, ଏନ୍‌ଆଇଏ, ନାଟଗ୍ରିଡ୍ ଆଦି ସଂସ୍ଥାମାନଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବ।

ଏହି ସଂସ୍ଥାମାନଙ୍କର ମୁଖ୍ୟଙ୍କ ବିନା ଅନୁମତିରେ କୌଣସି କର୍ମଚାରୀ, ସଂସ୍ଥା ବା ସେମାନଙ୍କ ପଦବି, ତାଙ୍କ ସମୟରେ ଘଟିଥିବା ଘଟଣା, ସେ ସମୟରେ ସେ ଆହରଣ କରିଥିବା ଜ୍ଞାନ ଆଦି ସଂପର୍କରେ ପଦୁଟିଏ ବି କହିପାରିବେ ନାହିଁ। ଏସବୁ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ। ଏହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ସୁରକ୍ଷା, ରଣନୀତି, ବୈଜ୍ଞାନିକ, ଅର୍ଥନୈତିକ ସ୍ବାର୍ଥ ସହିତ ସଂପର୍କିତ। ଏପରିକି ଏହି ଅଧିକାରୀମାନେ ନିଜେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ପୁସ୍ତିକା ଅବସର ପରେ ଛାପିପାରିବେ ନାହିଁ।

କେନ୍ଦ୍ର ସରକାରଙ୍କ ଏପରି କଟକଣା ପରେ ଜାତୀୟ ଗଣମାଧ୍ୟମମାନଙ୍କରେ ଏହାକୁ ନେଇ ଭିନ୍ନ ଭିନ୍ନ ଗୋଷ୍ଠୀ ପୃଥକ୍ ପୃଥକ୍ ମତ ରଖିବ ଆରମ୍ଭ କରିଛନ୍ତି।

ଗୋଟିଏ ପକ୍ଷ ଯୁକ୍ତି କରୁଛନ୍ତି ଯେ ଅବସରପ୍ରାପ୍ତ କର୍ମଚାରୀମାନେ ସମୟ ସମୟରେ ଖୋଲା ଚିଠି ସରକାରଙ୍କୁ ଲେଖିଥାନ୍ତି ଓ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ପଦକ୍ଷେପରେ ଥିବା ତ୍ରୁଟି ବିଚ୍ୟୁତି ସଂପର୍କରେ ଦର୍ଶାଇଥାନ୍ତି। ଆଉ କିଛି ଅଧିକାରୀ ବିଭିନ୍ନ କର୍ମଶାଳା, ଆଲୋଚନା ଚକ୍ରରେ ଭାଗ ନେଇ ସେମାନଙ୍କ ମତାମତ ରଖିଥାନ୍ତି ଓ ସେମାନଙ୍କ ସମୟ ଏବଂ ବର୍ତ୍ତମାନ ସମୟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ରଖିଥାନ୍ତି। କିଛି ଅଧିକାରୀ ପୁସ୍ତକ ଆକାରରେ ଏହାକୁ ପ୍ରକାଶ କରିବାକୁ ପଛାନ୍ତି ନାହିଁ। କେତେଜଣ ଟିଭିମାନଙ୍କରେ ବିଶେଷଜ୍ଞ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜର କ୍ୟାରିଅରର ସମସ୍ତ ଅସନ୍ତୋଷକୁ ବଖାଣିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। କିନ୍ତୁ ବର୍ତ୍ତମାନ ପଦକ୍ଷେପ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏସବୁ ଗ୍ରହଣଯୋଗ୍ୟ ନୁହେଁ ବରଂ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି କେନ୍ଦ୍ର ସରକାର ବିଚାର କରୁଛନ୍ତି।

ନିକଟରେ ଏମିତି ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ମେ’ ୨୦ ତାରିଖରେ ସାମ୍ବିଧାନିକ ଆଚରଣ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ଓ ଏଥିରେ କେନ୍ଦ୍ର ସରକାରଙ୍କ କୋଭିଡ୍ ପରିଚାଳନା ସଂପର୍କରେ କୁହାଯାଇଥିଲା। ଏ ମଧ୍ୟରେ ଦୁଇଜଣ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ବି ଥିଲେ, ଯେଉଁମାନେ ପୂର୍ବରୁ ଉତ୍ତମ ପରିଚାଳନା ପାଇଁ ସମ୍ମାନିତ ହୋଇଥିଲେ। ୧୦ଟି ଜରୁରୀ ପଦକ୍ଷେପ ସଂପର୍କରେ ପରାମର୍ଶ ଦେବା ଆଳରେ ଏମାନେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମର ଦୋଷ ତ୍ରୁଟିକୁ ସାର୍ବଜନୀନ କରିବାକୁ ପଛାଇନଥିଲେ।

ଏକଥା କେହି ଭୁଲିବା ଉଚିତ୍ ନୁହେଁ ଯେ ଭାରତ ବର୍ଷରେ ଏକ ନୂଆ ଧାରା ଆରମ୍ଭ ହୋଇଛି। ବେଶ୍ କିଛି ଅଧିକାରୀ ଅବସରପରେ ବି ପୁନଃ ନିଯୁକ୍ତି ପାଇଁ ଅପେକ୍ଷା ରଖୁଛନ୍ତି। ସେମାନେ ଏଥିପାଇଁ ସରକାରଙ୍କ ଭୁଲ୍ କିମ୍ବା ଠିକ୍ ଉପରେ କେବେ କିଛି ମତ ମନ୍ତବ୍ୟ ଦିଅନ୍ତି ନାହିଁ କିମ୍ବା ପ୍ରତିବାଦ କରନ୍ତି ନାହିଁ। ବରଂ ତୋଷାମଦ କରିବାରେ ସେମାନେ ବେଶ୍ ସମୟ ନଷ୍ଟ କରିଥାନ୍ତି। ଉଭୟ ଜାତୀୟ ଓ ପ୍ରାଦେଶିକସ୍ତରରେ ଏହାର ଅନେକ ଉଦାହରଣ ରହିଛି। ସେମାନେ ଅନ୍ଧ ସମର୍ଥକ ଭାବେ କାର୍ଯ୍ୟ କରିଥାନ୍ତି। ସରକାରଙ୍କୁ ଭୁଲ ତ୍ରୁଟି ବିଷୟରେ ଠାରିବା ବଦଳରେ ଯେ କୌଣସି ଭୁଲ୍ ନିଷ୍ପତ୍ତିର ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ଏମାନେ ଗୁରୁତ୍ବ ଦେଉଛନ୍ତି। ସମାନ୍ତରାଳ ଭାବେ ଆଉ କିଛି ଅଧିକାରୀ ଅବସର ପରେ ରାଜନୈତିକ ପଦ ପଦବି ପ୍ରତି ଆକର୍ଷିତ ହେଉଛନ୍ତି। ଏମାନେ ମଧ୍ୟ ଅନୁରୂପ କାର୍ଯ୍ୟ ଧାରାରେ ଲିପ୍ତ ରହିଥାନ୍ତି।

ଅତି ସମ୍ବେଦନଶୀଳ ପ୍ରସଙ୍ଗକୁ ସର୍ବସାଧାରଣ କରିବା ଯେଭଳି ଅତୀବ ଦୋଷାବହ, ଠିକ୍ ସେମିତି କୌଣସି ବିଷୟକୁ ନେଇ ବ୍ୟବସ୍ଥା ଯେବେ ତ୍ରୁଟି ବିଚ୍ୟୁତ କରିବସେ ସେବେ ନିରବ ରହିବା ମଧ୍ୟ ତା ଠାରୁ ଆହୁରି ଜଘନ୍ୟ ଅପରାଧ। ଏହାକୁ ‘ନିରବ ବିଶ୍ବାସଘାତକତା’ ବୋଲି କେହି କେହି କହିଥାନ୍ତି। ଆହୁରି ସରଳ ଭାବେ କହିଲେ, ଯେ କୌଣସି ବିବାଦ ବେଳେ ଯିଏ ଶତ୍ରୁ ସହିତ ଲଢେ,ତାକୁ ଯେଭଳି ମନେ ରଖାଯାଏ, ବିପଦ ବେଳେ ଅନ୍ଧ ଭାବେ ନିରବ ରହିବା ବ୍ୟକ୍ତିଙ୍କୁ ବି ଇତିହାସ ଭିନ୍ନ କାରଣ ପାଇଁ ମନେରଖିଆସିଛି।

Leave A Reply

Your email address will not be published.