ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

‘ଆମେ ଭୁଲ କରିନୁ, ଆପତ୍ତି ଥିଲେ ପରୀକ୍ଷା ଦିଅ’

0
  • ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଆଜି ବି ପ୍ରତିବାଦ କରିଛନ୍ତି
  • ସ୍ପଷ୍ଟୀକରଣ ଦେଇଛି ବୋର୍ଡ, ୫ ତାରିଖରେ ଅଫ୍ ଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍‌
  • ଖୁବ୍ ଶୀଘ୍ର ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବ, ତୁରନ୍ତ ପ୍ରକାଶ ପାଇବ ଫଳ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଥମିବାର ନା ଧରୁନାହିଁ। ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାକୁ ନେଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅଭିଯୋଗ କରିଛନ୍ତି ଯେ ସ୍କୁଲ୍‌ରେ ସେମାନେ ଗୋଟିଏ ନମ୍ବର ରଖିଥିବା ବେଳେ ବୋର୍ଡକୁ ଆଉ ଗୋଟେ ନମ୍ବର ପଠାଯାଇଛି। ଯେତିକି ନମ୍ବର ରହିବା କଥା ତାର ଅଧା ନମ୍ବର ବି ରହିନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦଶମ ପରୀକ୍ଷା ଫଳାଫଳକୁ ନେଇ ଅଶାନ୍ତି ଦେଖାଯିବା ପରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି।ମୂଲ୍ୟାୟନରେ କୌଁଣସି ତ୍ରୁଟି ହୋଇନଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ମାଟ୍ରିକ ରେଜଲ୍ଟକୁ ନେଇ ଦେଖାଦେଇଥିବା ବିବାଦ ଭିତରେ ଆଜି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବୋର୍ଡ କର୍ତୃପକ୍ଷ କହିଛନ୍ତି, ଚଳିତ କରୋନା ପାଇଁ ଶ୍ରେଣୀଗୃହ ପାଠପଢା ହୋଇନଥିବାରୁ ସିଲାବସ କମାଯାଇଥିଲା। କରୋନା ସମୟରେ ବି ୯୨ ଦିନ ପାଇଁ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯାଇ ଦ୍ୱନ୍ଦ୍ୱ ଦୂର କରାଯାଇଥିଲା। ମେ’ ୩ ତାରିଖରେ ପରୀକ୍ଷା ହେବାର ଥିଲା। କିନ୍ତୁ ମହାମାରୀ ପାଇଁ ଛାତ୍ରଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପରେ ଅନେକ ଶିକ୍ଷାବିତ୍, ଅନ୍ୟ ରାଜ୍ୟର ପରୀକ୍ଷା ପଦ୍ଧତିକୁ ଅନୁସରଣ କରାଯାଇ ମୂଲ୍ୟାୟନ କରାଯାଇଛି।

ବୋର୍ଡ କହିଛି, ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ୨୦୧୭, ୨୦୧୮,୨୦୧୯, ୨୦୨୦ଶିକ୍ଷା ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି। ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଥିବା ବୋର୍ଡ କର୍ତୃପକ୍ଷ କହିଛନ୍ତି।

ସେହିପରି ବୋର୍ଡ ପକ୍ଷରୁ କୁହାଯାଇଛି , ଯଦି ଛାତ୍ରଛାତ୍ରୀ କମ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ତେବେ ସେମାନେ ବ୍ୟସ୍ତହେବାର ଆବଶ୍ୟକତା ନାହିଁ। ସେମାନେ ଅଫ୍ଲା‌ଇନରେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅ‌ପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୧୦ ଦିନ ମଧ୍ୟରେ ଫର୍ମ ଫିଲ୍ଅପ୍ ସରିବ। ତୁରନ୍ତ ଅଫଲାଇନ୍ ପରୀକ୍ଷା ହେବ ଓ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସେହି ମାର୍କ ଫାଇନାଲ। ତେବେ ଚଳିତ ବର୍ଷ ପୂର୍ବ ଅପେକ୍ଷା ସବୁ ଗ୍ରେଡରେ ପିଲାଙ୍କ ପାସ୍ ହାର ଓ ସଂଖ୍ୟା ବଢିଛି ବୋଲି ବୋର୍ଡ ଅଧିକାରୀମାନେ ଯୁକ୍ତି ଦର୍ଶାଇଛନ୍ତି।

ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ରେଜଲ୍ଟରେ ପ୍ରକାଶ ପାଇଥିଲ। ପାସହାର ରହିଛି ୯୭.୮୯ ପ୍ରତିଶତ।

ମାଟ୍ରିକ୍ ପରୀକ୍ଷା ବାତିଲ୍ ଐତିହାସିକ ଭୁଲ୍ ବୋଲି ଓଷ୍ଟା କହିଛି।

Leave A Reply

Your email address will not be published.