ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଅଣ୍ଟାଭିଡ଼ିଲା ବିଜେପି: ‘ନୂଆ ଓଡ଼ିଶା ଗଢିବୁ, ଓଡ଼ିଆଙ୍କ ହକ୍ ପାଇଁ ଲଢିବୁ’

0
  • ଧାନ କିଣା, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦାବିରେ ପ୍ରତିବାଦ କରିବ ବିଜେପି :ସମୀର ମହାନ୍ତି
  • ଜୁଲାଇ ୧ ଓ ୨ରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାଙ୍କ ଧାନମଣ୍ଡି ଆଗରେ ଧାରଣା
  • ରାଜରାସ୍ତା ରୋକିବା ସହ ସିଏସଓ ଅଫିସ କାର୍ଯ୍ୟାଳୟ ସ୧ୁଖରେ ପ୍ରତିବାଦ କରିବେ
  • ଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର ଦାବିରେ ଜୁଲାଇ ୭,୮,୯ ତାରିଖ ତିନି ଦିନ ବ୍ଲକ ସାମ୍ନାରେ ପ୍ରତିବାଦ
  • ୨୦୨୨ ସୁଦ୍ଧା ଓଡିଶାର ପ୍ରତ୍ୟେକ ଗରିବ ଲୋକ ଘର ନ ପାଇଲେ ବିଜେଡି ସରକାର ହିଁ ଦାୟୀ ରହିବ
  • ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତି ଗର୍ଜନ ତର୍ଜନ କରୁଛନ୍ତି: ବିଜେଡି
  • ଆଗ ଏମ୍‌ଏସ୍‌ପି ଦେଢଗୁଢା ବୃଦ୍ଧି, ସବ୍‌ସିଡି ବାବଦ ୬୬୨୦ କୋଟି, ୧୦ଲକ୍ଷ ଟନ୍ ଚାଉଳ କେବେ ଉଠିବ କୁହ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ହେଉଛି ଓଡିଶା। ମୋଦୀ ସରକାର ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି। ଓଡିଶାର ଗରିବ, ଅସହାୟ, ଚାଷୀ ଏବଂ ତୃଣମୂଳସ୍ତରରେ ଥିବା ଲୋକମାନଙ୍କ ପାଇଁ ମୋଦୀ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ପଠାଉଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ କେନ୍ଦ୍ରୀୟ ଅନୁଦାନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନାହିଁ। ବିଶେଷ କରି ଚାଷୀମାନଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଚାଲିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିବା, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅର୍ଥ ଯୋଗାଇବା, ବିଭିନ୍ନ ସାର ଓ ଚାଷ ଉପକରଣରେ ରିହାତି ଦେବାବେଳେ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଓଡିଶାର ଚାଷୀକୂଳ ଆଜି ହତାଶ ହୋଇଛି। ମୋଦୀ ସରକାରଙ୍କ ବିକାଶ କାର୍ଯ୍ୟରେ ଓଡିଶା ରାଜ୍ୟ ଫୋକସରେ ରହିଛି। ଆମେ ପ୍ରତିଶ୍ରୁତି ବଦ୍ଧ। ନୂଆ ଓଡିଶା ଗଢିବୁ ଏବଂ ଓଡିଆଙ୍କ ହକ୍ ପାଇଁ ଲଢିବୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଦଳର ବରିଷ୍ଠ ନେତାମାନଙ୍କୁ ପାଖରେ ବସାଇ ଗଣମାଧ୍ୟମକୁ ଏଭଳି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନ ହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି। ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଅବଧି ଶେଷ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି। ଏଥିପାଇଁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୯୦୦-୧୧୦୦ ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟ୍‌ନି ଛଟ୍‌ନି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଅବଧି ସରିଯାଇଛି। ମଣ୍ଡିରେ ପଡିଥିବା ଧାନ ଗଜା ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ ହେଉଛି। ଏପରି ଅବ୍ୟବସ୍ଥା ବିରୁଦ୍ଧରେ ଓ ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ କୋଭିଡ ଗାଇଡଲାଇନକୁ ପାଳନ କରି ଆସନ୍ତା ଜୁଲାଇ ୧ ଏବଂ ୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ଜୁଲାଇ ୧ ଓ ୨ ତାରିଖରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସ୍ଥାନୀୟ ସିଏସ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବିଜେପି କହିଛି, ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘର ପାଇବାରୁ ବଂଚିତ ହେଉଛନ୍ତି। ସାରା ରାଜ୍ୟରେ ୧୦ ରୁ ୨୫ ହଜାର ଟଙ୍କାର ଲାଂଚ ନଦେଲେ ପକ୍କା ଘର ଖଣ୍ଡେ ମିଳିବା କଷ୍ଟକର ହୋଇପଡିଛି । କେନ୍ଦ୍ରୀୟ ଟିମ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା ବିରୁଦ୍ଧରେ ରିପୋର୍ଟ ଦେବା ସତ୍ୱେ ରାଜ୍ୟ ସରକାର ସଂପୃକ୍ତ ଅଂଚଳର ବିଡିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି । କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ୮ ଲକ୍ଷ ୧୭ ହଜାର ପକ୍କା ଘର ଯୋଗାଇବା ନେଇ ଅର୍ଥ ପ୍ରଦାନ କରିଛନ୍ତି। ସେହିଭଳି ପ୍ରତି ଗାଁରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି, ଉଜ୍ଜଳା ଯୋଜନାରେ ଗ୍ୟାସ ,ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଏବଂ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି । ପଂଚଦଶ ଅର୍ଥ କମିସନରେ ପଂଚାୟତଗୁଡିକୁ ବ୍ୟାପକ ଅର୍ଥ ଆସୁଛି।କିନ୍ତୁ ଲୋକଙ୍କ ବିକାଶରେ ରାଜ୍ୟ ସରକାର ଏଠି ବାଧକ ସାଜିଛନ୍ତି । ୨୦୨୨ ସୁଦ୍ଧା ଓଡିଶାର ପ୍ରତ୍ୟେକ ଗରିବ ଲୋକ ପାଖରେ ପକ୍କା ଘର ନପହଂଚାଇ ପାରିଲେ ବିଜେଡି ସରକାର ହିଁ ଦାୟୀ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ଆସନ୍ତା ଜୁଲାଇ ୭,୮,୯ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ତରଫରୁ ପ୍ରତିବାଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ଏହାର ତୁରନ୍ତ ପ୍ରତିଜବାବ ଦେଇଛି। ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି ଦିଆଯାଇଥିବା ବିଜେଡି କହିଛି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଆମେ ଜାଣୁ ଯେ ସମୀର ମହାନ୍ତି ହେଉଛନ୍ତି ବିଜେପି ଦଳର ରାଜ୍ୟ ସଭାପତି। ତାଙ୍କର କର୍ତ୍ତବ୍ୟ ହେଉଛି ହତାଶ ହୋଇପଡିଥିବା ବିଜେପିର କର୍ମୀମାନଙ୍କ ମନୋବଳ ବଢାଇବା। ଯେଉଁଥିପାଇଁ ସେ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ଏକାଧିକ ଭିତ୍ତିହୀନ ଏବଂ ମନଗଢା ବିବୃତ୍ତି ଦେବାକୁ ଚେଷ୍ଟା କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ପଶ୍ଚିମବଙ୍ଗରେ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସାଂଗଠନିକ ସମସ୍ୟା ସୃଷ୍ଟି ହେବା ପରେ ଓଡିଶାର ବିଜେପି କ୍ୟାଡରମାନେ ଆତ୍ମବିଶ୍ୱାସ ହରାଉଥିବାରୁ ସେମାନଙ୍କୁ ସଞ୍ଜୀବନୀ ଦେବାକୁ ଯାଇ ଶ୍ରୀ ମହାନ୍ତି ଏଭଳି ଅଭିଯୋଗ କରୁଛନ୍ତି। ଓଡିଶା ବିଜେପି ସଭାପତି ଶ୍ରୀ ମହାନ୍ତି ଗତ ଏକ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିବାକୁ ଭୁଲି ଯାଇଛନ୍ତି। ରାଜ୍ୟ ବିଜେପି ସଭାପତି ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରକୁ ବି ଭୁଲି ଯାଇଛନ୍ତି ଯେଉଁଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣ ବୃଦ୍ଧି କରିବା ଏବଂ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ସ୍ୱାମୀନାଥନ୍‌ କମିସନ ରିପୋର୍ଟ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଓଡିଶାର ଲୋକମାନେ କିନ୍ତୁ ଏହାକୁ ଭୁଲି ନଥିବା ବିଜେଡି କହିଛି। ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ବାକିଆ ପଡିଥିବା ୬୬୨୦କୋଟି ଟଙ୍କାର ସବସିଡ୍‍ ଅର୍ଥ ଯାହାକି ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମିଳିନାହିଁ ସେହି ପ୍ରସଙ୍ଗକୁ ଶ୍ରୀ ମହାନ୍ତି ଜାଣିଶୁଣି ଅଣଦେଖା କରିଛନ୍ତି । ଏହାଛଡା ଓଡିଶାର ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳକୁ ବି କେନ୍ଦ୍ର ସରକାର ଉଠାଉ ନାହାନ୍ତି । ବିଜେଡି ଆହୁରି କହିଛି ଯେ ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ ବୋଧହୁଏ ସେ ଜାଣି ନାହାଁନ୍ତି ଯେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ବିଜେପି ବାରମ୍ବାର ଏଭଳି ଭିତ୍ତିହୀନ ଏବଂ ମିଥ୍ୟା ବିବୃତ୍ତି ଦେଇ ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାରେ ସମର୍ଥ ହେବ ନାହିଁ ବୋଲି ବିଜେଡି ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.