ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ହଜାରେ କୋଟିର ଦୁର୍ନୀତି କରିଛନ୍ତି ସରକାର

0
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମ୍ବାଦିକ ସମ୍ମିଳନୀ କରି ଘେରିଲା ବିଜେପି
  • ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ସିବିଆଇ ଦ୍ବାରା ତଦନ୍ତ ଦାବି କଲେ ରାଜ୍ୟ ବିଜେପି ନେତା
  • କେନ୍ଦ୍ରୀୟ ଟିମ୍ ଆସିଥିଲେ ତଦନ୍ତ ପାଇଁ, ତାଙ୍କ ରିପୋର୍ଟ ଧରି ବିଜେପି ନେତା ଗର୍ଜିଲେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ। ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗରେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ଅଭିଯୋଗ ଆଣିଛି ଦଳ । ଏହାକୁ ନେଇ ରାଜ୍ୟରେ ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି କହିଛି।

କେନ୍ଦ୍ରୀୟ ଟିମର ତଦନ୍ତ ରିପୋର୍ଟ ଥୋଇ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି,ରାଜ୍ୟରେ ଆବାସ ନିର୍ମାଣରେ ବଡ଼ ଦୁର୍ନୀତି ହୋଇଛି। ବହୁ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଥିବା ବେଳେ ୯ଟି ଜିଲ୍ଲାକୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇନାହିଁ । ବିଜେପି ନେତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବା କେନ୍ଦ୍ରକୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ରାଜ୍ୟରେ ଆସି ୫ଟି ଜିଲା ୯ ଟି ବ୍ଲକରେ ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ୧ ଲକ୍ଷ ଘରରେ ୧୦୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଜଣାପଡ଼ିଛି ।

ଶ୍ରୀ ମହାନ୍ତି କହିଛନ୍ତି, ବିଜୁ ପକ୍କା ଘର ଷ୍ଟିକର ଲାଗିଛି। ହେଲେ ୯୮ ହଜାର ୫୬୨ ହିତାଧିକାରୀଙ୍କ ପ୍ରକୃତ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ନାହିଁ। କାମ କରିଥିବା ମନରେଗା ମଜୁରି ବି ମିଳି ନାହିଁ। ଏବେ ୮ ଲକ୍ଷ ୧୭ ହଜାର ଘର କେନ୍ଦ୍ର ଆବଣ୍ଟନ କରିଛି । କିନ୍ତୁ ୯ଟି ଜିଲାରେ ଗୋଟିଏ ଘର ଆବଣ୍ଟନ ହୋଇନାହିଁ। ଝାରସୁଗୁଡାରେ ମାତ୍ର ୪ଟି ଘର ଦିଆଯାଇଛି। ଆସନ୍ତା ୭, ୮, ୯ରେ ବିଜେପି ବିକ୍ଷୋଭ କରିବ । ଯେଉଁମାନେ ତ୍ରୁଟି କରିଛନ୍ତି ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମୀର ମହାନ୍ତି ଦାବି କରିଛନ୍ତି । ।

ସେହିପରି ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି,ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି । ଯୋଗ୍ୟ ଲୋକ ନପାଇ ଅଯୋଗ୍ୟ ଲୋକ ଘର ପାଇଥିଲେ। କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କହିଥିଲେ ବି କିଛି ହେଉ ନାହିଁ। ବହୁ ଦିନ ଧରି ବିଜେପି ଏହି ପ୍ରସଙ୍ଗ ଉଠାଇ ଆସିଛି। ବିଜେଡି ନେତାଙ୍କ ସୁପାରିସରେ କାହାକୁ ଘର ଦେଲେ ତାକୁ କରାଇ ଦିଆଯିବ ନାହିଁ। ବିଜେଡି ନେତା ଓ ସରକାରି ଅଧିକାରୀଙ୍କ ସଂପୃକ୍ତି ଜଣାପଡୁଛି। କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କହିଥିଲେ ବି କିଛି ହେଉ ନାହିଁ। ଘର ଆବଣ୍ଟନରେ ପାତର ଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ବିଜେପି ଧମକାଇଛି ଯେ ଏହ ଘଟଣାରେ ଦଳ ଆଇନଗତ ପଦକ୍ଷେପ ନେବ। କେନ୍ଦ୍ର ଏଜେନ୍ସି,, ବିଶେଷକରି ସିବିଆଇ ଦ୍ବାରା ତଦନ୍ତ ଦାବି କରିଛନ୍ତି ବିଜେପି ନେତା।

Leave A Reply

Your email address will not be published.