ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଉ ୬ଲକ୍ଷ ଘର ମାଗିଲେ ନବୀନ

0

ଭୁବନେଶ୍ବର: ସମସ୍ତଙ୍କୁ ଘର କାର୍ଯ୍ୟକ୍ରମକୁ ଶତ ପ୍ରତିଶତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଆଉ ୬ଲକ୍ଷ ଘର ମାଗିଛନ୍ତି। ନିକଟରେ କେନ୍ଦ୍ର ସରକାର ଦେଇଥିବା ୮ଲକ୍ଷ ୧୭ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦ ଘର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ଏହା ୨୦୧୯ ଫନି ପ୍ରଭାବିତଙ୍କୁ ଦିଆଯାଇଛି। ହେଲେ ରାଜ୍ୟ ସରକାର ଆଉ ୬ଲକ୍ଷ ହିତାଧିକାରୀ ଚୟନ କରିଛନ୍ତି, ଯେଉଁମାନଙ୍କର ଘର ନାହିଁ। ଏସବୁ ଅଣ ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ଓ୍ବିଣ୍ଡୋ ଖୋଲିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ସେ ୨୦୨୦ ଡିସେମ୍ବର ୧୫ତାରିଖରେ ଏ ସଂକ୍ରାନ୍ତରେ ଲେଖିଥିବା ପୂର୍ବ ଚିଠି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଗ୍ରାମ୍ୟ ଉନ୍ନୟନ ବିଭାଗ ଆବାସ ପ୍ଲସ୍ ଓ୍ବିଣ୍ଡୋ ମାସକ ପାଇଁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ଖୋଲାଯାଇଥିଲା। ହେଲେ ଫନି ପ୍ରଭାବିତ ହୋଇନଥିବା ବାକି ୧୬ ଜିଲ୍ଲା ଚିହ୍ନଟ କାର୍ଯ୍ୟ ହୋଇପାରିଲା ନାହିଁ। ଏହା କେବିକେ ଜିଲ୍ଲା ଭିତରେ ରହିଛି ଓ ଅଧିକାଂଶ ଲୋକ ଅନୁସୂଚିତ ଜନଜାତି ବର୍ଗର। ଆଵାସ ପ୍ଲସ ଫର୍ମୁଲା ବ୍ୟବହାର କରି ରାଜ୍ୟ ସରକାର ଯେଉଁମାନଙ୍କର ଘର ନାହିଁ, ସେହି ହିତାଧିକାରୀମାନଙ୍କୁ ବାଛିଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଯଦି ସମଗ୍ର ଓଡ଼ିଶା ପାଇଁ ଆଉ ମାସକ ଲାଗି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଖୋଲନ୍ତେ, ତେବେ ସମସ୍ତଙ୍କୁ ଘର ମିଳିପାରନ୍ତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

Leave A Reply

Your email address will not be published.