ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କର୍ଫ୍ୟୁ ବେଳେ କଡାକଡି ହେବ କଟକଣା

0


ରଥଯାତ୍ରା ପାଇଁ ବଡ଼ ନିଷ୍ପତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଲାଗିବ ୪୮ ଘଂଟିଆ କର୍ଫ୍ୟୁ । ଆସନ୍ତା ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବଡ଼ଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ । ଏପରିକି ବଡ଼ଦାଣ୍ଡରେ ଥିବା ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ । ବ୍ୟାଙ୍କ ଓ ଅନ୍ୟ ଅଫିସ ମଧ୍ୟ ବନ୍ଦ ରହିବ ।

ଆସନ୍ତାକାଲି ସୁଦ୍ଧା ପୁରୀର ସମସ୍ତ ହୋଟେଲ,ଧର୍ମଶାଳା, ଓ ଲଜ ଖାଲି କରିବାକୁ କୁହାଯାଇଛି । ସେହିପରି ଖାଦ୍ୟ, ସଉଦା, ପନିପରିବା,କ୍ଷୀର ଦୋକାନ କର୍ଫ୍ୟୁ ସମୟରେ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ହୋଇପାରିବ । କେବେଳ ପୁରୀ ସହର ପାଇଁ ଏହି ନିୟମ ଲାଗୁ କରାଯାଇଛି । ଅନ୍ୟ କୌଣସି ଜିଲ୍ଲା ପାଇଁ ଏଭଳି କଟକଣା ନାହିଁ ।


ମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । କେବଳ ସେବାୟତ ମାନେ ୩ ରଥ ଟାଣିବେ । ବଡ଼ଦାଣ୍ଡରେ କୋଠା ଉପରେ ମଧ୍ୟ ଛିଡା ହୋଇ ଲୋକ ରଥଯାତ୍ରା ଦେଖିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଗତକାଲି ରଥଯାତ୍ରା ନେଇ ସମୀକ୍ଷା କରି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁରୀ ବାସୀଙ୍କ ସହଯୋଗ ଲୋଡିଛନ୍ତି ।

Leave A Reply

Your email address will not be published.