ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

କର୍ଫ୍ୟୁ ବେଳେ କଡାକଡି ହେବ କଟକଣା

0


ରଥଯାତ୍ରା ପାଇଁ ବଡ଼ ନିଷ୍ପତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଲାଗିବ ୪୮ ଘଂଟିଆ କର୍ଫ୍ୟୁ । ଆସନ୍ତା ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବଡ଼ଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ । ଏପରିକି ବଡ଼ଦାଣ୍ଡରେ ଥିବା ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ । ବ୍ୟାଙ୍କ ଓ ଅନ୍ୟ ଅଫିସ ମଧ୍ୟ ବନ୍ଦ ରହିବ ।

ଆସନ୍ତାକାଲି ସୁଦ୍ଧା ପୁରୀର ସମସ୍ତ ହୋଟେଲ,ଧର୍ମଶାଳା, ଓ ଲଜ ଖାଲି କରିବାକୁ କୁହାଯାଇଛି । ସେହିପରି ଖାଦ୍ୟ, ସଉଦା, ପନିପରିବା,କ୍ଷୀର ଦୋକାନ କର୍ଫ୍ୟୁ ସମୟରେ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ହୋଇପାରିବ । କେବେଳ ପୁରୀ ସହର ପାଇଁ ଏହି ନିୟମ ଲାଗୁ କରାଯାଇଛି । ଅନ୍ୟ କୌଣସି ଜିଲ୍ଲା ପାଇଁ ଏଭଳି କଟକଣା ନାହିଁ ।


ମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । କେବଳ ସେବାୟତ ମାନେ ୩ ରଥ ଟାଣିବେ । ବଡ଼ଦାଣ୍ଡରେ କୋଠା ଉପରେ ମଧ୍ୟ ଛିଡା ହୋଇ ଲୋକ ରଥଯାତ୍ରା ଦେଖିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଗତକାଲି ରଥଯାତ୍ରା ନେଇ ସମୀକ୍ଷା କରି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁରୀ ବାସୀଙ୍କ ସହଯୋଗ ଲୋଡିଛନ୍ତି ।

Leave A Reply

Your email address will not be published.