ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଅଲିମ୍ପିକ୍ସରେ କରୋନା ଭୟ

0

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନା ଆତଙ୍କ। ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ଯାଏ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି। ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ ପ୍ରତିବନ୍ଧକ ଭିତରେ ଜାପାନରେ ଖେଳ ଆୟୋଜନ ହେବାକୁ ଯାଉଛି। ହେଲେ ଅଲମ୍ପିକ୍ସ ଆରମ୍ଭ ହେବା ଆଗରେ ସଂକ୍ରମଣ ଯେପରି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଭୟ ଦେଖିବାକୁ ମିଳିଲାଣି।

ଟୋକିଓରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁସାରେ ୧,୨୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଲିମ୍ପିକ୍ସ କ୍ୟାମ୍ପରେ ମଧ୍ୟ କରୋନା ବ୍ୟାପୁଛି। ଖେଳ ଯେତିକି ପାଖେଇ ଆସୁଛି ଖେଳାଳୀଙ୍କ ମଧ୍ୟରେ ସଂକ୍ରମଣ ସେତେ ବଢିବାରେ ଲାଗିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଋଷର ଖେଳାଳିଙ୍କ ଠାରୁ ସଂକ୍ରମିତ ହୋଇଥିବା ଜଣା ପଡିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ବି ଟିମ୍ ଏବଂ ଜୁଡୋ ଖେଳାଳୀଙ୍କ ମଧ୍ୟରେ କିଛି ଖେଳାଳି ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି।

ଅଲିମ୍ପିକ୍ସକୁ ନଜରରେ ରଖି ଟୋକିଓରେ ଅନେକ କଟକଣା ଲାଗୁ ହୋଇଛି । ଜୁଲାଇ ମାସ ଆରମ୍ଭରୁ ହିଁ ଟୋକିଓରେ ଖେଳାଳିମାନେ ପହଁଚିବା ଆରମ୍ଭ କରି ଦେଲେଣି। ଆଗକୁ ଟୋକିଓ କୋଭିଡ୍-୧୯ର ସୁପର ସ୍ପ୍ରେଡର ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave A Reply

Your email address will not be published.