ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏମ୍ସକୁ ସ୍ଥାନାନ୍ତର ହେଲା ଜଗନ୍ନାଥ..ଅପରେସନ ହେବ ହାତ

0

ଭୁବନେଶ୍ବର, ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ଘଟଣାର ଅଭିଯୁକ୍ତକୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ହାତ ଅପରେସନ ପାଇଁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଏମ୍ସ ପଠାଯାଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ହାତର ଏକ ଶିରା କଟିଯାଇଥିବାରୁ ପ୍ଲାଷ୍ଟିକ ସର୍ଜରି କରାଯିବ ପୁଲିସ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରିୟଙ୍କାକୁ ହତ୍ୟା କରିବା ପରେ ଜଗନ୍ନାଥ ପ୍ରଧାନ ନିଜ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ପ୍ରିୟଙ୍କା ମୃତଦେହ ନିକଟରେ ଅଚେତ ଅବସ୍ଥାରେ ପଡିଥିଲା ଜଗନ୍ନାଥ। ଅଳ୍ପକେ ବଂଚିଯାଇଥିଲେ ମଧ୍ୟ ଜଗନ୍ନାଥର ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି।ସୁସ୍ଥ ହେବା ପରେ ହିଁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାକୁ ନିଜ ହେପାଜତକ ନେବ। ସେ କାହିଁକି ଓ କେଉଁ କାରୁଣୁ ପ୍ରିୟଙ୍କାକୁ ମାରିଲା ସେ ନେଇ ପଚରାଉଚରା କରିବ। ଗତ ୫ ତାରିଖରେ ଭୀମଟାଙ୍ଗି ସ୍ଥିତ ଘରେ ପ୍ରିୟଙ୍କାକୁ ହତ୍ୟା କରିବା ପରେ ଜଗନ୍ନାଥ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

Leave A Reply

Your email address will not be published.