ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରଥ ଉପରେ ଫଟୋ ଉଠାଇଥିବା ଦୁଇଯୁବକ କିଏ?

0

ଭୁବନେଶ୍ବର: ମହାମାରୀ କରୋନା ପାଇଁ କଡା କଟକଣାରେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। କର୍ଫ୍ୟୁ ମଧ୍ୟରେ ସଂପୂର୍ଣ୍ଣ ରଥଯାତ୍ରା ଓ ବାହୁଡାଯାତ୍ରା ହୋଇଥିବା ବେଳେ କେବେଳ ସେବାୟତମାନେ ରଥ ଟାଣିନେଇଛନ୍ତି। ବଡ଼ଦାଣ୍ଡର ଲୋକ ମଧ୍ୟ ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଛନ୍ତି। ହେଲେ ଏତେ କଟକଣା ପରେ ବି ଯେଉଁଠି ଭକ୍ତମାନେ ମହାପ୍ରଭୁଙ୍କୁ ପାଖରୁ ଦେଖିପାରିଲେନି ସେଠି କିଭଳି ୨ ଯୁବକ ରଥର ଚଢି ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ରଥ ଚାରିପାଖେ ସୁରକ୍ଷା କର୍ମୀ ଜଗି ରହିଥିଲେ ମଧ୍ୟ ଏହି ୨ ଯୁବକ ରଥ ଉପରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି, ଫଟୋ ବି ଉଠାଇଛନ୍ତି? କିଭଳି ଏମାନେ ପୁଲିସ ଆଖିରେ ଧୁଳି ଦେଇ ରଖ ପର୍ଯ୍ୟନ୍ତ ଗଲେ? ସେମାନେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ସେବକମାନେ ବିରୋଧ କଲେନି କାହିଁକି? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ବଳଭଦ୍ରଙ୍କ ରଥ ଉପରେ ଚଢି ୨ ଯୁବକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ଦୁଇ ଯୁବକ ସେବାୟତ ନା ଅଣସେବାୟତ ତାହା ସ୍ପଷ୍ଟ ହୋଇନାହିଁ। ଏହି ଫଟେ ଚଳିତ ବର୍ଷର କି ଗତ ବର୍ଷର ତାହା ମଧ୍ୟ ଯାଞ୍ଚ କରାଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂ କହିଛନ୍ତି। ଦୁଇ ଜଣ ମାସ୍କ ପିନ୍ଧିଥିବାରୁ ଏହି ଫଟୋ ଚଳିତ ବର୍ଷର ବୋଲି ଅନୁମାନ କରାଯାଉଛି। ଯଦି ସେମାନେ ଅଣସେବାୟତ ହୋଇଥିବେ ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି।

ରଥଯାତ୍ରା ଓ ବାହୁଡା ଯାତ୍ର ପୂର୍ବରୁ ପୁରା ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଥିଲା। ବଡ଼ଦାଣ୍ଡରେ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଥିଲା । ହେଲେ ଏତେ କଟକଣା ପରେ ବି କିପରି ରଥ ଉପରକୁ ଚଢି ୨ ଯୁବକ ଫଟୋ ଉଠାଇଲେ ତାକୁ ନେଇ ସାଧାରଣ ପ୍ରଶ୍ନ ଉଠିବା ସହ ଉଦବେଗ ପ୍ରକାଶ ପାଇଛି, ଯାହା ସ୍ବାଭାବିକ ମଧ୍ୟ।

Leave A Reply

Your email address will not be published.