ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସତ ଉଗାଳିଲା ସଇତାନ

0
  • ଜଗନ୍ନାଥ କହିଲା, ପ୍ରିୟଙ୍କାକୁ ସେ କେମିତି ମାରିଲା?
  • ଦହିବରା ବଞ୍ଚାଇ ଦେଲା କୁନି ପୁଅକୁ, ନେଇଗଲେ ଘର ମାଲିକ

ଭୁବନେଶ୍ବର: ସ୍ଥାନୀୟ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ମାମଲାରେ ସତ ଉଗାଳିଲା ଅଭିଯୁକ୍ତ। ପ୍ରିୟଙ୍କା ସାହୁକୁ କଣ ପାଇଁ ମାରିଲା? କେମିତି ମାରିଲା ? କେତେ ଦିନ ଆଗରୁ ମର୍ଡର ପ୍ଲାନ କରିଥିଲା? ସେ ନେଇ ଜେରା ବେଳେ ସବୁ ସତ ମାନିଛି ଅଭିଯକ୍ତ ଜଗନ୍ନାଥ ପ୍ରଧାନ। ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।଼

ପୁଲିସ କହିଛି, ହତ୍ୟା ପାଇଁ ଚାରି ଦିନ ଆଗରୁ ଯୋଜନା କରିଥିଲା ଜଗନ୍ନାଥ। ପ୍ରିୟଙ୍କାକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବ ବୋଲି ଚିନ୍ତା କରିଥିଲା। ସେଥିପାଇଁ ସେ ୪ ଦିନ ଆଗରୁ ସୁଇସାଇଡ ନୋଟ ଲେଖିଥିଲା। ୫ ତାରିଖ ଦିନ ସକାଳ ୯ଟା ବେଳେ ପ୍ରିୟଙ୍କା ଘରେ ପହଚିଂଥିଲା। ସାଙ୍ଗରେ ଛୁରୀ, ସିନ୍ଦୁର, ଥଣ୍ଡା, ବିଷ ନେଇକି ଯାଇଥିଲା।

ସେ ପ୍ରିୟଙ୍କା ଘରେ ପହଞ୍ଚିବା ପରେ ଘର ମାଲିକ ଆସି କବାଟ ବାଡେଇଥିଲେ। ଆଉ ସେତେବେଳେ ବାଥରୁମରେ ଲୁଚି ଯାଇଥିଲା ଜଗନ୍ନାଥ। ପ୍ରିୟଙ୍କା କବାଟ ଖୋଲି ଘର ମାଲିକଙ୍କ ଠାରୁ ଦହିବରା ରଖିଥିଲା। ଆଉ ଘରେ ମାଲିକ ନିଜ ସାଂଗରେ ତାଙ୍କ ପୁଅକୁ ନେଇଯାଇଥିଲେ । ଆଉ ସେଥିପାଇଁ ମୃତ୍ୟୁମୁଖରୁ ବଂଚିଯାଇଥିଲା ପ୍ରିୟଙ୍କାର ଛୋଟ ପୁଅ।

ଘର ମାଲିକ ଯିବା ପରେ ପ୍ରିୟଙ୍କାକୁ ଜୋର ଜବରଦସ୍ତ ସିନ୍ଦୁର ପିନ୍ଧାଇଥିଲା ଜଗନ୍ନାଥ। ଫେରାର ହୋଇଯିବା ପାଇଁ କହିଥିଲା। କିନ୍ତୁ ପ୍ରିୟଙ୍କା ଏଥିରେ ରାଜି ହୋଇନଥିଲା। ପୂର୍ବରୁ ମଧ୍ୟ ପ୍ରିୟଙ୍କାକୁ ବହୁ ଥର ତା ସାଂଗରେ ପଳାଇଯିବାକୁ କହିଥିଲା । କିନ୍ତୁ ପ୍ରିୟଙ୍କା ମନା କରିବା ସହ ତାଠୁ ଦୂରେଇ ଯିବାକୁ ଚାହୁଁଥିଲା । ଏହାର ଆଗରେ ରଖି ମର୍ଡର ପ୍ଲଟ ପ୍ରସ୍ତୁତ କରିଥିଲା ଜଗନ୍ନାଥ।

ହେଲେ ବିଧାତା କିନ୍ତୁ ତା ପାଇଁ ଅନ୍ୟ ଦଣ୍ଡ ରଖିଥିଲା। ଏଣୁ ପ୍ରିୟଙ୍କାକୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲା।ସେ ବଞ୍ଚିଯାଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କାକୁ ମାରିବା ପରେ ନିଜେ ବିଷ ପିଇ ହାତ କାଟିଥିବାରୁ ଜଗନ୍ନାଥର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ଏମ୍ସ‌କୁ ସ୍ଥାନାନ୍ତର କରାଯାଇ ପ୍ଲାଷ୍ଟିକ ସର୍ଜରି କରାଯାଇଥିଲା। ଆଜି ହସ୍ପିଟାଲରୁ ଡିସର୍ଚାଜ ପରେ ଏୟାରଫିଲ୍ଡ ଥାନା ପୁଲିସ ଜଗନ୍ନାଥକୁ ନିଜ ହେପାଜତକୁ ନେବା ପରେ ସମସ୍ତ ସତ ମାନିଯାଇଥିଲା ଜଗନ୍ନାଥ।

Leave A Reply

Your email address will not be published.