ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ସାମ୍ନାକୁ ଆସିଲା ୧୧୨ନାମ, ସବୁଠି କମ୍ପନ

0
  • ଓଡ଼ିଶା ଠାରୁ ଦିଲ୍ଲୀ ସମସ୍ତେ ଡରିଲେଣି
  • ଘଣ୍ଟା ଘଣ୍ଟା ଗପୁଥିଲେ, ଏବେ ଥତମତ
  • ୨୮ରେ ସଂସଦୀୟ କମିଟିରେ ଆଲୋଚନା

ନୂଆଦିଲ୍ଲୀ/ ଭୁବନେଶ୍ବର: ପେଗାସସ୍ ପ୍ରକଳ୍ପ ନେଇ ଦ ଓ୍ବେୟାର ଆଜି ଆଉ ପାଦେ ଆଗକୁ ଯାଇ ୧୧୨ ଜଣଙ୍କ ନାମ ତାଲିକା ଜାରି କରିଛି। ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ଓକିଲ, ସାମ୍ବାଦିକ, ସାମାଜିକ କର୍ମୀ ପ୍ରମୁଖ ଅଛନ୍ତି। ଦ ଓ୍ବେୟାର ସମେତ ୧୭ଟି ସଂସ୍ଥା ଅନୁସନ୍ଧାନ କରି ଆଣିଥିବା ଖବରରେ ଭାରତବର୍ଷର ପାଖାପାଖି ୪୦ଜଣ ଖ୍ୟାତନାମା ସାମ୍ବାଦିକମାନଙ୍କର ନାମ ରହିଛି। ଖୁବ ଶୀଘ୍ର ବାକି ସବୁ ନାମ ସାମ୍ନାକୁ ଆଣିବ ବୋଲି ସଂସ୍ଥା ଦାବି କରିଛି।

ସେମାନଙ୍କ ମଧ୍ୟରେ ଦ ୱେୟାରର ପ୍ରତିଷ୍ଠାତା ସଂପାଦକ ଏମ୍ କେ ବେଣୁ, ସିଦ୍ଧାର୍ଥ ବରଦରାଜନ୍, ବରିଷ୍ଠ ସାମ୍ବାଦିକ ସୁଶାନ୍ତ ସିଂହ, ପରଞ୍ଜୟ ଗୁହା ଠାକୁର୍ତା, ବିଜିତା ସିଂହ, ସ୍ମିତା ଶର୍ମା, ଶିଶିର ଗୁପ୍ତା, ରୋହିଣୀ ସିଂହ, ଦେବୀରୁପା ମିତ୍ର, ପ୍ରଶାନ୍ତ ଝା, ପ୍ରେମ ଶଙ୍କର ଝା, ସ୍ବାତୀ ଚତୁର୍ବେଦୀ, ଆଉରଙ୍ଗଜେବ୍, ରିତିକା ଚୋପ୍ରା, ମୁଜାମିଲ୍ ଜଲିଲ୍, ମନୋଜ ଗୁପ୍ତା, ଜେ ଗୋପିକ୍ରିଷ୍ଣନ୍, ସଇକତ ଦତ୍ତା, ଇଫ୍‌ତିକାର ଗିଲାନି, ରୁପେଶ କୁମାର ସିଂହ ପ୍ରମୁଖ ଅଛନ୍ତି।

ସେହିପରି ରାହୁଲ ଗାନ୍ଧୀ, ତାଙ୍କ ସହଯୋଗୀ ଅଳଙ୍କାର ସଓ୍ବାଇ, ସଚିନ୍ ରାଓ, ପ୍ରଶାନ୍ତ କିଶୋର, ଅଭିଷେକ ବାନାର୍ଜୀ, ଅଶ୍ବିନୀ ବୈଷ୍ଣବ, ପ୍ରହଲ୍ଲାଦ ସିଂହ ପଟେଲ୍, ପ୍ରବୀଣ ତୋଗାଡିଆ, ପ୍ରଦୀପ ଅଶ୍ବସ୍ତ, ଜି ପରମେଶ୍ବର, ସତିଶ, ଭେଙ୍କଟେଶ, ମଞ୍ଜୁନାଥ ମୁଜେଗୌଡା, ପୂର୍ବତନ ନିର୍ବାଚନ କମିସନ ଅଶୋକ ଲାଭାସାଙ୍କ ବ୍ୟତୀତ ବହୁ ସାମାଜିକ କର୍ମୀଙ୍କ ନାମ ରହିଛି। ଏହି ଟାର୍ଗେଟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମୁଖ୍ୟ, ରାଜନୈତିକ ବ୍ୟକ୍ତିବିଶେଷ, କାର୍ଯ୍ୟକର୍ତ୍ତା, ଛାତ୍ର, ଆଇନଜୀବୀ ଏବଂ ଅନ୍ୟ ସାମ୍ବାଦିକ କିଛି ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଅନ୍ୟପକ୍ଷରେ ଡବ୍ଲୁଏଚ୍ଓ ମୁଖ୍ୟଙ୍କ ଠାରୁ ଇମ୍ରାନ୍ ଖାଁ ପ୍ରମୁଖ ଦଶ ପ୍ରଧାନମନ୍ତ୍ରୀ, ତିନି ରାଷ୍ଟ୍ରପତିଙ୍କ ଉପରେ ବି ଗୁଇନ୍ଦାଗିରି କରାଯାଇଥିବା ଖବର ଆସୁଛି। ପୂର୍ବରୁ କୁହାଯାଇଥିଲା ଯେ କ୍ଷମତାସୀନ ସରକାର ପେଗାସସ୍ ସ୍ପାଇ​ଓ୍ବେର ବ୍ୟବହାର କରି ଫୋନ୍ ହ୍ୟାକ୍ ଉଦ୍ୟମ କରିଥିଲେ। ଏବେ ଜଣାପଡୁଛି ଯେ କ୍ଷମତାରେ ଥିବା ବେଳେ ହିଁ ଦେଶବିଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପର୍କରେ ଗୁଇନ୍ଦାଗିରି ଉଦ୍ୟମ ହୋଇଛି।

ଇତିମଧ୍ୟରେ ପେଗାସସ୍ ସ୍ପାଏଓ୍ବେର ବିକାଶ କରିଥିବା ଇସ୍ରାଏଲ ସଂସ୍ଥା ଏନଏସଓ ଏହାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଶଶୀଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ବୈଠକରେ ଏ ସଂପର୍କରେ ୨୮ ତାରିଖ ଦିନ ଆଲୋଚନା ହୋଇପାରେ।

ଏହି ଖବର ଓଡ଼ିଶା ନେତା, ଅଫିସର, ସାମ୍ବାଦିକ ପ୍ରମୁଖଙ୍କୁ ଛାନିଆ କଲାଣି। କାଳେ ଓଡ଼ିଶାର ବି କାହାର ଫୋନ୍ ହ୍ୟାକ୍ କରାଯାଉଥିବ ସେ ନେଇ କିଛି ଚିନ୍ତା ବଢିଗଲାଣି। ଗୁପ୍ତରେ କଥା ହେବା, ହ୍ବାଟ୍ସ ଆପ୍ କଲ୍ ବ୍ୟବହାର କରି ଯିଏ ଯେତେ ପେଞ୍ଚ କରୁଛନ୍ତି,ସେମାନେ ସମସ୍ତେ ଏବେ ଚିନ୍ତାରେ ପଡିଛନ୍ତି। ଏହି ପ୍ରସଙ୍ଗଟି ଏବେ ସାରା ଭାରତରେ ଚିନ୍ତାର ବିଷୟ ହୋଇଯାଇଛି।

Leave A Reply

Your email address will not be published.