ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

‘ବିଦ୍ୟାଭାରତୀଙ୍କ ସହ ସଂପର୍କ ନାହିଁ’

0

ଭୁବନେଶ୍ବର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶର ବେହେରାଙ୍କୁ ମାରାଥାନ ଜେରା । କ୍ରାଇମବ୍ରାଂଚ ଓ ଗଜପତି ପୁଲିସ ପାଖାପାଖି ୩ ଘଣ୍ଟା ଧରି ଡିଏଫଓ ଅଫିସରେ ତାଙ୍କୁ ଜେରା କରିଛନ୍ତି । ପ୍ରଥମରୁ ସୌମ୍ୟ ପରିବାର ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଥିବା ନେଇ ଅଭିଯୋଗ କରିଆସୁଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ସଂଗ୍ରାମ କେଶରୀ ବେହେରା । ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସଂପର୍କ ନିଥିବା ପୁଲିସ ଆଗରେ କହିଛନ୍ତି ।

ଡିଏଫଓ କାର୍ଯ୍ୟାଳୟରେ ଏକ ବନ୍ଦ ରୁମରେ ସଂଗ୍ରାମ କେଶରୀ ବେହେରାଙ୍କୁ ଟିକିିନିଖି କରି ସୌମ୍ୟ ମୃତ୍ୟୁ ଓ ବିଦ୍ୟାଭାରତୀଙ୍କ ସହ ସଂପର୍କ ନେଇ ପଚାରିଥିଲେ । ତଦନ୍ତରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ପୁରା ସହଯୋଗ କରିଛନ୍ତି । ସମସ୍ତ ଅଭିଯୋଗ ନେଇ ଉତର ରଖିଥିବା କହିଛନ୍ତି ଏସଡିପିଓ। ଡିଏଫଓଙ୍କ ବୟାନ ରେକର୍ଡ ହୋଇଛି । କଲ ଡିଟେଲ୍ସ ଯାଂଚ ହେଉଛି । ଜେରା ବେଳେ କିଛି ଡାଟା ପାଇଛୁ । ଏବେ ତଦନ୍ତ ଚାଲିଛି, କିଛି କହିହେବନି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

ସୌମ୍ୟରଂଜନ ମୃତ୍ୟୁ ପରଠୁ ୧୦ ଦିନ ଧରି ଡିଏଫଓ ଅଫିସ ଆସିନଥିଲେ । ଆଜି ଅଫିସ ଆସିବା ପୂର୍ବରୁ ପୁଲିସକୁ ସୁରକ୍ଷା ମାଗିଥିଲେ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଜେରା ସରିବ ପରେ ପୁଣି ସୁରକ୍ଷା ମଧ୍ୟ ତାଙ୍କୁ ନେଇ ସରକାରୀ କ୍ୱାର୍ଟରରେ ଛାଡିଥିଲେ ପୁଲିସ । ତେବେ ଗଣମାଧ୍ୟମ ଆଗରେ ମୁହଁଖୋଲିନାହାନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା ।

Leave A Reply

Your email address will not be published.