ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଯୁକ୍ତ ଦୁଇରେ ୫୫ ହଜାର ସିଟ୍ ବଢିବ, କିନ୍ତୁ ଭିତ୍ତିଭୂମି?

0

ଭୁବନେଶ୍ବର: ଯୁକ୍ତ ଦୁଇ ଶ୍ରେଣୀରେ ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ଆବେଦନ ହୋଇଛି। ଆସନ୍ତା ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଅଗଷ୍ଟ ୨୧ ରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବର୍ଷ ସପ୍ତାହେ ପୂର୍ବରୁ ନାମଲେଖା ଆରମ୍ଭ କରିବା ଲାଗି ଯୋଜନା ହୋଇଛି। ଛାତ୍ରଛାତ୍ରୀମାନେ ଏକମାସ ମଧ୍ୟରେ ଆବେଦନ କରିବେ।

ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖ ସୁଦ୍ଧା ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା ଚାଲିଛି। ସେମାନେ ବି ନାମଲେଖାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ। ଆସନ୍ତା ୧୨ ତାରିଖ ଠାରୁ ଛାତ୍ରଛାତ୍ରୀଙ୍କ ଖାତା ଦେଖା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ କହିଛନ୍ତି, ଦଶମ ଓ ଦ୍ୱାଦଶ ପାଇଁ ଯେଉଁ ଗାଇଡଲାଇନ ନବମ ଶ୍ରେଣୀ ପାଇଁ ମଧ୍ୟ ସମାନ ଗାଇଲାଇନ ବା ଏସଓପି ଜାରି କରାଯାଇଛି। ପୂର୍ବ ନିର୍ଧାରିତ ନିଷ୍ପତ୍ତି ଅନୁଯାୟୀ, ଅଗଷ୍ଟ ୧୬ ତାରିଖରୁ କୋଭିଡ୍ କଟକଣା ମଧ୍ୟରେ ସରକାର ନବମ ଖୋଲିବାକୁ ଯାଉଛନ୍ତି।

ଉଲ୍ଲେଖଥାଉକି, ରାଜ୍ୟ ସରକାର ସିଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଯାଇଛନ୍ତି ସତ କିନ୍ତୁ ଏବେ ଏତେ ସଂଖ୍ୟକ ପିଲା ପଢିବା ପାଇଁ କଲେଜରେ ଭିତ୍ତିଭୂମି ଅଛି କି ନାହିଁ, ତାର ଅନୁଧ୍ୟାନ ହୋଇନାହିଁ। ବିଶେଷକରି ବିଜ୍ଞାନ ଶ୍ରେଣୀ ପାଇଁ ଲାବୋରେଟୋରି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ହଠାତ୍ ଏହି ଭିତ୍ତିଭୂମି କିଭଳି ସୃଷ୍ଟି କରାଯିବ। ଯଦିଓ ମନ୍ତ୍ରୀ କହିଛନ୍ତି ଯେ ଗତକାଲି ଅର୍ଥାତ୍ ଶୁକ୍ରବାର ଏ ସଂକ୍ରାନ୍ତରେ ଲୋକସେବା ଭବନରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବୈଠକ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନେଇଛନ୍ତି, ତଥାପି ଏ ସଂକ୍ରାନ୍ତରେ ସରକାର କି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.