ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ର ଅଣଦେଖା କଲା, ସୁନ୍ଦରଗଡବାସୀ ଅସନ୍ତୋଷ ଜଣାଇଲେ

0

ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ଭୁବନେଶ୍ବର: ଆଜି ସୁନ୍ଦରଗଡ ବନ୍ଦ। ରାଜ୍ୟର ଦ୍ୱିତୀୟ ଏମ୍ସ ସୁନ୍ଦରଗଡରେ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛନ୍ତି। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହା ଚାଲିବ ।ବନ୍ଦ ପାଳନକୁ ଲୋକମାନେ ସମର୍ଥନ କରିଛନ୍ତି ।

ସହରର ସମସ୍ତ ଦୋକାନ,ବଜାର ବନ୍ଦ ରହିଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ପେଟ୍ରୋଲ ଟାଙ୍କି ଓ ଅଫିସ ମଧ୍ୟ ବନ୍ଦ ରହିଛି । ଓକିଲ ସଂଘ, ବଣିକ ସଂଘ ସମେତ ବହୁ ଅନୁଷ୍ଠାନ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ପାଳନ ଯୋଗୁଁ ଏମସିଏଲରୁ କୋଇଲ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସୁନ୍ଦରଗଡରେ ନୂଆ କରି ତିଆରି ହୋଇଥିବା ଏନଟିପିସି ମେଡିକାଲରେ ରାଜ୍ୟର ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ସରକାର । କେନ୍ଦ୍ରର ବୈଷୟକି ଟିମ ଏନଟିପିିସି ମେଡିକାଲ କଲେଜ ବୁଲି ଭିତ୍ତିଭୂମି ତଦାରଖ କରିଥିଲେ। ହେଲେ ଏବେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ନାମଲେଖା ବିଜ୍ଞପ୍ତି ଜାରି କରାଯିବା ପରେ ଏଠାରେ ଏମ୍‌ସ ପ୍ରତିଷ୍ଠା ହେବନି ବୋଲି ଜଣାପଡିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ସୁନ୍ଦରଗଡ ଉପରେ ମୁଖ୍ୟତଃ ଝାଡ଼ଖଣ୍ଡ,ଛତିଶଗଡ ଓ ରାଜ୍ୟର ୩ ଜିଲ୍ଲାରୁ ଅଧିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରନ୍ତି। ପଶ୍ଚିମ ଓଡିଶାରେ ଏବେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ସୁନ୍ଦରଗଡରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ହେଉ ବୋଲି ଲୋକମାନେ ମଧ୍ୟ ଦାବି କରୁଛନ୍ତି ।

Leave A Reply

Your email address will not be published.