ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ୍

0

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରେ ୮୯ଟି ବହୁମୂଖୀ ଇନଡୋରଣ୍ଡାର ଷ୍ଟାଡିୟମ ନିର୍ମାଣ ହେବ । ଷ୍ଟାଡିୟମ ପାଇଁ ଖର୍ଚ୍ଚ ହେବ ୬୯୩.୩୫ କୋଟି । ୧୮ ମାସରେ ଏହି କାମ ସଂପୂର୍ଣ୍ଣ ସରିବ । ରାଜ୍ୟରେ କ୍ରୀଡା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟ ସରକାର ଓଡିଶାରେ କ୍ରୀଡା ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀଭୂତ କରିଆସୁଛନ୍ତି ।ଗତକିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡାର ବିକାଶ ଏବଂ କ୍ରୀଡା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି । ଫାଇଭ ଟି କାର୍ଯ୍ୟ ସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଓ କ୍ରୀଡାବିତ ମାନଙ୍କୁ ନେଇ ହୋଇଥିବା ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡା ଭିତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି ।ଏହି ଇନଡୋର ଷ୍ଟାଡିୟମ ଗୁଡିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ,ଭାରୋତଳନ ଆଦି କ୍ରୀଡା ସହ ଯୋଗ ଓ ବ୍ୟାୟମଶାଳାର ବ୍ୟବସ୍ଥା ମଧ୍ୟ ଷ୍ଟାଡିୟମରେ ରହିବ । ଏହି ଆନ୍ତଃଗୃହ ଗୁଡିକ ସେହି ଅଂଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନଡୋର ଷ୍ଟାଡିୟମ ଘ ।ପ୍ରତି ୨୦୦ କିମି ପପବନ ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ଯାହ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଓ ବନ୍ୟା ଆଦି ସମୟରେ ଏଗୁଡିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ଷ୍ଟାଡିୟମ ଗୁଡିକ ୫୦ ଗୋଟି ଶର୍ଯ୍ୟା ବିଶ୍‌ିଷ୍ଟ ଓ ପୌରା ଳରେ ୧୦୦ ଗୋଟି ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବାଦ ତାଲିମ ପ୍ରଦାନ, ସଭା ପରିଚାଳନା, ପରୀକ୍ଷା କେନ୍ଦ୍ର କାର୍ଯ୍ୟ ପାଇଁ ଷ୍ଟାଡିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ଏହି ପ୍ରକଳ୍ପ ଦ୍ଵାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଦୃଢିଭୂତ ହୋଇପାରିବ ।

Leave A Reply

Your email address will not be published.