ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଜ୍ୟରେ କମୁଛି, କିନ୍ତୁ ଖୋର୍ଦ୍ଧାରେ କମୁନି ସଂକ୍ରମଣ

0

ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ଅଗଷ୍ଟ ଆରମ୍ଭରୁ ସଂକ୍ରମଣ ଧୀରେ ଧୀରେ କମୁଥିବା ଦେଖାଯାଉଛି । ସୋମବାର ସଂକ୍ରମଣ ହଠାତ ହଜାରେ ତଳକୁ ଖସିଯାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧିପାଇଛି । ସବୁ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୧୩ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କ ରହିଛି ।ହେଲେ ଖୋର୍ଦ୍ଧା କିନ୍ତୁ ସେମିତି ସଂକ୍ରମଣ କମିବାର ଦେଖିବାକୁ ମିଳିଛି । କଟକରେ ମଧ୍ୟ କେଉଁ ଦିନ ଶହେ ତଳକୁ ଖସୁଥିବା ବେଳେ ତାପରଦିନ ପୁଣି ଶହେ ଉପରେ ରହୁଛି । ମୃତ୍ୟୁ ତାଲିକା ମଧ୍ୟ ଏଯାଏ ୬୦ ତଳକୁ ଖସିନାହିଁ ।ରାଜ୍ୟରେ ଗତ ୨୪ ଘଂଟାରେ ହଜାରେ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସଂଗରୋଧରୁ ୬୦୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୩୬ ଜଣ ଅଛନ୍ତି । ଖୋର୍ଦ୍ଧରୁ ସର୍ବାଧିକ ୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୩୨, ବାଲେଶ୍ୱରରୁ ୨୩, ଅନୁଗୁଳରୁ ୫୭,ଭଦ୍ରକରୁ ୧୫ ଜଗତସିଂହପୁରରୁ ୮୧,କେନ୍ଦ୍ରାପଡାରୁ ୨୮,ମୟୂରଭଂଜରୁ ୨୮, ନୟାଗଡରୁ ୨୮,ପୁରୀରୁ ୩୪,ରାୟଗଡାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି ି। ସେହିପରି ଆଉ ୬୪ ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦିଆଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣ ଆଖିବୁଜିଛନ୍ତି । ସୁନ୍ଦରଗଡରୁ ୮,ବାଲେଶ୍ୱରରୁ୬,କନ୍ଧମାଳରୁ୪,କଟକ,ଯାଜପୁର,ମୟୂରଭଞ୍ଜ,ନୟାଗଡ,ପୁରୀରୁ୩ଲେଖାଁଏ,ଅନୁଗୁଳ,ଦେବଗଡ,ଝାରସୁଗୁଡାରୁ ୨ ଲେଖାଁଏ,ବଲାଙ୍ଗୀର,ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ଜଲେ ଲେଖାଁଏ ପ୍ରାଶ ହରାଇଛନ୍ତି । ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୫୬୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.