ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଘମାଘୋଟ ଯୁଦ୍ଧ ଆଡକୁ ମୁହାଁଉଛି…

0

ତାଲିବାନ ବିରୋଧରେ ଏକାଠି ହେଲେ ଆଫଗାନ ସେନା। ହେଲିକପ୍ଟରରେ ପହଞ୍ଚିଲା ଅସ୍ତ୍ରଶସ୍ତ୍ର। ତାଲିବାନ ବିରୋଧରେ ଜୋରଦାର ହେବ ଲଢେଇ।ଆଫଗାନିସ୍ତାନ ପଞ୍ଜଶୀର ପ୍ରଦେଶ ଦଖଲ ଲାଗି ଜୋରଦାର ପ୍ରୟାସ କରୁଛି ତାଲିବାନ। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପଞ୍ଜଶୀରକୁ କବଜାକୁ ନେବାରେ ସଫଳ ହୋଇପାରିନାହିଁ।

ଅହମ୍ମଦ ମାସୁଦଙ୍କ ନେତୃତ୍ୱାଧୀନ ନର୍ଦ୍ଦନ ଆଲାଏନ୍ସ ତାଲିବାନକୁ କଡା ଜବାବ ଦେଉଛନ୍ତି। ନର୍ଦ୍ଦନ ଆଲାଏନ୍ସ ଆକ୍ରମଣରେ ୩ ଶହରୁ ଅଧିକ ତାଲିବାନୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମ୍ରୁଲା ସାଲେ୍‌ହ ମଧ୍ୟ ନିଜ ଲୋକଙ୍କ ସହ ସେଠାରେ ପହଞ୍ଚି ସାରିଛନ୍ତି।

ତାଲିବାନ ବିରୋଧରେ ଲଢେଇ ପାଇଁ ଏବେ ନର୍ଦ୍ଦନ ଆଲାଏନ୍ସ ଆହୁରି ଶକ୍ତିଶାଳୀ ହୋଇଯାଇଛି। ଆଫଗାନ ସେନାର ପୂର୍ବ କମାଣ୍ଡର ଏବେ ପଞ୍ଜଶୀରରେ ଉପସ୍ଥିତ ଅଛନ୍ତି। ସେ ନର୍ଦ୍ଦନ ଆଲାଏନ୍ସ ସହ ତାଲିବାନ ବିରୋଧରେ ଲଢେଇ ପାଇଁ ହାତ ମିଳାଇଛନ୍ତି।

ରିପୋର୍ଟ ଅନୁସାରେ , ତାଲିବାନ ବିରୋଧରେ ଲଢେଇ ପାଇଁ ପୂର୍ବ ଉପରାଷ୍ଟ୍ରପତି ଅହମଦ ଜିୟା ମାସୁଦ ଏବଂ ନର୍ଦ୍ଦନ ଆଲାଏନ୍ସର ପୂର୍ବତନ କମାଣ୍ଡର ଅମାନୁଲ୍ଲହା ଗୁଲଜାର ପଞ୍ଜଶୀରରେ ପହଞ୍ଚିଛନ୍ତି। ତାଜିକିସ୍ତାନରୁ ହେଲିକପ୍ଟର ମାଧ୍ୟମରେ ଉଭୟ ପହଞ୍ଚି ସାରିଛନ୍ତି। ତାଜିକିସ୍ତାନରୁ ହେଲିକପ୍ଟର ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପହଞ୍ଚିସାରିଛି। ତାଙ୍କ ସହ ତାଙ୍କ ସମର୍ଥକ ବି ପହଞ୍ଛିଛନ୍ତି।

ସମସ୍ତେ ଏବେ ଅହମଦ ମାସୁଦର ନର୍ଦ୍ଦନ ଆଲାଏନ୍ସକୁ ସହାୟତା କରିବେ। ତାଲିବାନ ଆଫଗାନସ୍ତାନର ସମସ୍ତ ପ୍ରାନ୍ତକୁ କବଜା କରିଥିବା ବେଳେ ପଞ୍ଜଶୀରକୁ କିନ୍ତୁ କବଜା କରିବାରେ ସକ୍ଷମ ହୋଇନାହିଁ । ପଞ୍ଜଶୀର, ଅନ୍ଦ୍ରାବ, ବାଗଲାନ ସମେତ କିଛି ଅଂଚଳରେ ନର୍ଦ୍ଦନ ଆଲାଏନ୍ସ ତାଲିବାନକୁ କଡା ଜବାବ ଦେଉଛନ୍ତି । ୩୦୦ରୁ ଅଧିକ ତାଲିବାନ ଆକ୍ରମଣରେ ନିପାତ ହୋଇଥିବା ସୂଚନା ମିଳିଥିବା ବେଳେ ତାଲିବାନକୁ ଏକ ବଡ଼ ଝଟକା ଲାଗିଛି ।

Leave A Reply

Your email address will not be published.