ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ତାଲିବାନକୁ ଝଟକା ଦେଇପାରେ ଆମେରିକା

0

ଆଫଗାନିସ୍ତାନରୁ ସେନା ହଟାଇବା ନେଇ ଆମେରିକାକୁ ତାଲିବାନର ଧମକ ପରେ ଜୋ ବାଇଡେନଙ୍କ ବୟାନ ସାମନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଜୋ
ବାଇଡେନ କହିଛନ୍ତି ଯେ, ଦରକାର ପଡିଲେ ଅଗଷ୍ଟ ୩୧ ପରେ ମଧ୍ୟ ସେ ନିଜ ସେନାକୁ କାବୁଲରେ ମହଜୁଦ ରଖିପାରନ୍ତି।

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୭ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ସେ ଆମେରିକାର ପ୍ଲାନ ସମସ୍ତଙ୍କ ସାମନାରେ
ରଖିଥିଲେ । ବାଇଡେନ କହିଥିଲେ, ଆମେ ଯେତେ ଶୀଘ୍ର ଆମ ମିସନ ପୂରଣ କରିବା, ଆମ ସେନାଙ୍କ ପାଇଁ ଭଲ ହେବ। ବାଇଡେନ ଆହୁରି ସ୍ପଷ୍ଟ
କରିଥିଲେ ଯେ, ସେ ବିଦେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ୩୧ ଅଗଷ୍ଟ ପରେ ମଧ୍ୟ କାବୁଲରେ ସେନା ମହଜୁଦ ରଖିବାକୁ ପ୍ରସ୍ତୁତ ରୁହନ୍ତୁ । ଦରକାର
ପଡିଲେ ୩୧ ପରେ ମଧ୍ୟ ସେନାରେ କାବୁଲରେ ରହିବେ।

ବାଇଡେନ ସେପଟେମ୍ବର ୧୧ ସୁଦ୍ଧା ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବେ ବୋଲି ଘୋଷଣା କରିଥିଲେ । ହେଲେ ପରେ ସ୍ଥିତି ଦେଖି ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଲୋକଙ୍କୁ ଉଦ୍ଧାର ପରେ କାବୁଲରୁ ତାଙ୍କ ସେନା ଫେରାଇନେବେ ବୋଲି କହିଥିଲେ । ଅଗଷ୍ଟ ୧୪ ପରେ ଆମେରିକା ସୈନ୍ୟ ଓ ନାଟୋ ସେନା ମିଳିତ
ଭାବେ ଲୋକଙ୍କୁ ଉଦ୍ଧାର କାମ ଜାରି ରଖିଛନ୍ତି । ଆମେରିକା ସେନା ଏ ପର୍ଯ୍ୟନ୍ତ କାବୁଲ ବିମାନବନ୍ଦରରୁ ୭୦ ହଜାରରୁ ଅଧିକ ଲୋକଙ୍କ ଉଦ୍ଧାର କରିସାରିଲେଣି ।

Leave A Reply

Your email address will not be published.