ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ତାଲିବାନକୁ ଝଟକା ଦେଇପାରେ ଆମେରିକା

0

ଆଫଗାନିସ୍ତାନରୁ ସେନା ହଟାଇବା ନେଇ ଆମେରିକାକୁ ତାଲିବାନର ଧମକ ପରେ ଜୋ ବାଇଡେନଙ୍କ ବୟାନ ସାମନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଜୋ
ବାଇଡେନ କହିଛନ୍ତି ଯେ, ଦରକାର ପଡିଲେ ଅଗଷ୍ଟ ୩୧ ପରେ ମଧ୍ୟ ସେ ନିଜ ସେନାକୁ କାବୁଲରେ ମହଜୁଦ ରଖିପାରନ୍ତି।

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୭ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ସେ ଆମେରିକାର ପ୍ଲାନ ସମସ୍ତଙ୍କ ସାମନାରେ
ରଖିଥିଲେ । ବାଇଡେନ କହିଥିଲେ, ଆମେ ଯେତେ ଶୀଘ୍ର ଆମ ମିସନ ପୂରଣ କରିବା, ଆମ ସେନାଙ୍କ ପାଇଁ ଭଲ ହେବ। ବାଇଡେନ ଆହୁରି ସ୍ପଷ୍ଟ
କରିଥିଲେ ଯେ, ସେ ବିଦେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ୩୧ ଅଗଷ୍ଟ ପରେ ମଧ୍ୟ କାବୁଲରେ ସେନା ମହଜୁଦ ରଖିବାକୁ ପ୍ରସ୍ତୁତ ରୁହନ୍ତୁ । ଦରକାର
ପଡିଲେ ୩୧ ପରେ ମଧ୍ୟ ସେନାରେ କାବୁଲରେ ରହିବେ।

ବାଇଡେନ ସେପଟେମ୍ବର ୧୧ ସୁଦ୍ଧା ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବେ ବୋଲି ଘୋଷଣା କରିଥିଲେ । ହେଲେ ପରେ ସ୍ଥିତି ଦେଖି ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଲୋକଙ୍କୁ ଉଦ୍ଧାର ପରେ କାବୁଲରୁ ତାଙ୍କ ସେନା ଫେରାଇନେବେ ବୋଲି କହିଥିଲେ । ଅଗଷ୍ଟ ୧୪ ପରେ ଆମେରିକା ସୈନ୍ୟ ଓ ନାଟୋ ସେନା ମିଳିତ
ଭାବେ ଲୋକଙ୍କୁ ଉଦ୍ଧାର କାମ ଜାରି ରଖିଛନ୍ତି । ଆମେରିକା ସେନା ଏ ପର୍ଯ୍ୟନ୍ତ କାବୁଲ ବିମାନବନ୍ଦରରୁ ୭୦ ହଜାରରୁ ଅଧିକ ଲୋକଙ୍କ ଉଦ୍ଧାର କରିସାରିଲେଣି ।

Leave A Reply

Your email address will not be published.