ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ପଞ୍ଜଶୀରରେ ଯୁଦ୍ଧ ସ୍ଥିତି

0

ଆଫଗାନିସ୍ତାନ ପଞ୍ଜଶୀରରେ ଆଜି ବିଦ୍ରୋହୀ ସେନା ଓ ତାଲିବାନ ମୁହାଁମୁହିଁ ହୋଇଛନ୍ତି। ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲାଏନ୍ସ ତାଲିବାନକୁ
କଡା ଟକ୍କର ଦେଉଛି। ସେପଟେ ନର୍ଦ୍ଦନ ଆଲାଏନ୍ସ ବିରୋଧରେ ବିପୁଳ ଗୋଳାବାରୁଦ ତାଲିବାନ ଠୁଳ କରିଛି। ଏପଟେ ଆଫଗାନିସ୍ତାନକୁ ସହାୟତା ବନ୍ଦ ନେଇ ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ।

ତାଲିବାନ ବି ପଛଘୁଞ୍ଚା ଦେବା ସ୍ଥିତିରେ ନାହିଁ। ବରଂ ତାଜାକିସ୍ତାନରୁ ହେଲିକପ୍ଟର ଯୋଗେ ପଞ୍ଜଶୀରରେ ନର୍ଦ୍ଦନ ଆଲାଏନ୍ସ ବିରୋଧରେ ବିପୁଳ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଠୁଳ କରୁଛି। ପଞ୍ଜଶୀର ଉପତ୍ୟକାରେ ତାଲିବାନକୁ ବିରୋଧ କରାଯାଉଥିବାରୁ ଏହି ଅଂଚଳକୁ ଦଖଲ ପାଇଁ ତାଲିବାନ ଆତଙ୍କବାଦୀ ମାନେ ଚେଷ୍ଟା ଚଳାଇଛନ୍ତି। ଏହି ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ତାଲିବାନମାନେ ପଞ୍ଜଶୀରର ସମସ୍ତ ପଥକୁ ଘେରି ରହିଛନ୍ତି। ପଞ୍ଜଶୀରରେ ୧୦ ହଜାର ସୈନ୍ୟ ତାଲିବାନକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ପଞ୍ଜଶୀର ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ପଞ୍ଜଶୀର ସ୍ଥିତି କିପରି ରହିଛି ଏବେ
ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

ଆଫଗାନିସ୍ତାନର ସମସ୍ତ ଅଞ୍ଚଳକୁ ତାଲିବାନ ନିଜ ଅକ୍ତିଆରକୁ ନେଇଥିବା ବେଳେ ଏକମାତ୍ର ଅଞ୍ଚଳ ପଞ୍ଜଶୀରକୁ ଏଯାଏ କବଜା କରିପାରିନାହିଁ। ଏଠାରେ ମୋଟ ଜନସଂଖ୍ୟା ହେଉଛି ୨ ଲକ୍ଷ। କାବୁଲ ଉତ୍ତରରେ ପ୍ରାୟ ୧୫୦ କିଲୋମିଟର ଦୂରରେ ଏହ ଅଞ୍ଚଳ ରହିଛି। ଏଠାରେ ଲୋକେ ତାଲିବାନକୁ ନ ଡରି ବରଂ
ତାଲିବାନ ବିରୋଧରେ ଯୁଦ୍ଧ କରିବାକୁ ଡାକରା ଦେଇଛନ୍ତି । ୭୦-୮୦ ଦଶକରେ ତାଲିବାନ ଏହି ପ୍ରଦେଶକୁ ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ବି ସଫଳ
ହୋଇନଥିଲା।

Leave A Reply

Your email address will not be published.