ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଜନ୍ମାଷ୍ଟମୀରେ ନିରଞ୍ଜନ ଆଣିଲେ ‘ସୁନା ଠାକୁର’

0

କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ

ଭୁବନେଶ୍ୱର: ଗୀତ ସହିତ ମିତ ବସିଗଲେ ଜୀବନଟା ସତରେ ଭାରି ମଧୁର ହୋଇଯାଏ। ଫଗୁଣ, ବଉଳ, କୋଇଲି, ଫୁଲ, ମଳୟ,ଜହ୍ନ, ତାରା ଆପଣା ପଣରେ କୋଳେଇ ନିଅନ୍ତି ଏମିତି ଢଙ୍ଗରେ…,ବର୍ଷା, ବସନ୍ତ, ବୈଶାଖ, ଶୀତ, କାକର, ନିଜର ହୋଇଯାଆନ୍ତି । ଝଡ, ବାତ୍ୟା ଆଉ ଜୀବନର କଠୋର ସମୟ କେଉଁବାଟେ ବାଟ ଭାଙ୍ଗି ଯାଆନ୍ତି, ଭାବିଲା ବେଳକୁ ସମୟ ତା’ବାଟରେ ନିଗିଡି ଯାଇଥାଏ ।

କଳିର କରାଳରେ କଳଙ୍କିତ ପୃଥିବୀ । ଜୀବନର ଚଲାପଥ କଣ୍ଟକମୟ । ସମାଜ ପଙ୍କିଳ, ଦିନକୁ ଦିନ ରସାତଳଗାମୀ । ଏମିତି ଭିତରେ ଦୁଃଖ, ସୁଖକୁ ନିଜର କରି ମଣିଷ ଭଳି ମଣିଷଟିଏ ହୋଇ ବଂଚିବା ଦୁରୂହ ବ୍ୟାପାର। ଏମିତି ଏକ ସନ୍ଧିକ୍ଷଣରେ ନିରଞ୍ଜନ ସେଠୀଙ୍କ ରଚିତ ଗୀତଗୁଡିକ ବଂଚିବା ପାଇଁ ଆଉ ଦୁଃଖ ,ଚାପ ଭୁଲି ଜିଇଁବା ପାଇଁ ଏକ ନୂତନ ଆଶାର ସଂଚାର କରେ।

‘ପୁଣ୍ୟ ବ୍ରହ୍ଣ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ଦ୍ୱାରା ରଚିତ ଛଅଟି ଭକ୍ତି ସଂଗୀତର ଲୋକାର୍ପଣ ପୂର୍ବରୁ ହୋଇ ସାରିଥିବା ବେଳେ ଆଜି ଏହି ଶୀର୍ଷକରେ ଶ୍ରୀଚରଣଙ୍କ କଣ୍ଠରେ ଆଉ ଗୋଟିଏ ଗୀତ “ସୁନା ଠାକୁର” ଲୋକାର୍ପିତ ହୋଇଛି । ଆଜି ମଧ୍ୟ ‘ସ୍ମୃତି ନୀଡ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ରଚିତ ପାଂଚୋଟି ଆଧୁନିକ ସଂଗୀତ ଲୋକାର୍ପିତ ହୋଇଛି । ଜହ୍ମକୁ ମାଗୁଛି…ଶଶାଙ୍କ ଶେଖର, ଆକାଶରୁ ଜହ୍ନ….କରୁଣାକର, ପଖାଳ କଂସା…ଲୋପାମୁଦ୍ରା, ଭାବିଛି ମୁଁ ମନେ….ବିବୁ ଦାସ, ଲବଙ୍ଗ ଦ୍ୱୀପ…ଶ୍ରୀଚରଣ ପ୍ରଭୃତି କଣ୍ଠଶିଳ୍ପୀଙ୍କର ସୁଲଳିତ କଣ୍ଠରେ ଗୀତଗୁଡିକ ଅତ୍ୟନ୍ତ ଚମତ୍କାର ଓ ହୃଦୟସ୍ପର୍ଶୀ ହୋଇଛି । ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକଦେବ ଓ ସୌମ୍ୟ ସୋଭାଗ୍ୟ । ସଂଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ।

ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ, ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ଯେ, ଅପରୂପ ଶବ୍ଦ ବିନ୍ୟାସରେ ନିରଞ୍ଜନ ସେଠୀଙ୍କ ରଚିତ ସମସ୍ତ ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କର କଣ୍ଠର ଯାଦୁକରୀ ସ୍ପର୍ଶରେ ଗୀତଗୁଡିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଆମୋଦଦାୟକ ହୋଇଛି, ଯାହାକି ଶ୍ରୋତାମାନଙ୍କୁ ନିଶ୍ଚିତ ମୋହାଚ୍ଛନ୍ନ କରିବ । ଓଡିଆ ସଂଗୀତ ଜଗତକୁ ଏହା ଅପୂର୍ବ ଅବଦାନ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ମିରାମ୍ବିକା ଇଭେଣ୍ଟସ୍ ଓ ସାଇସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏଇ ସବୁ ଭକ୍ତି ସଂଗୀତ ଓ ଆଧୁନିକ ସଂଗୀତ ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.