ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କାହିଁକି ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ?

0

ବର୍ତ୍ତମାନ ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ ଖାଦ୍ୟ ରୁଚି ବଦଳିଛି। ଖାଇବାକୁ ନେଇ ଅଧିକାଂଶ ଲୋକଙ୍କ ସମସ୍ୟା ବେଶୀ। ଶାସ୍ତ୍ରରେ ଲେଖା ଅଛି ଶରୀର ମାଧ୍ୟମଂ ଖଳୁଧର୍ମ ସାଧନମ୍‍।

ସାଧାରଣତଃ ଦେଖାଯାଏ ପ୍ରାତଃ ଭୋଜନକୁ ଲୋକମାନେ ଗୁରୁତ୍ୱ ଦେଇ ନଥାନ୍ତି। ଯାହା ମିଳିଲା ଖାଇ ଦିଅନ୍ତି। କେହି କେହି ସକାଳୁ ଖାଲି ପେଟରେ ଧୂମପାନ,ଗୁଡୁଖା ଆଦି ସେବନ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହାର ଭୟଙ୍କର ପରିସ୍ଥିତି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।

ମନେରଖିବା ଉଚିତ୍‍ ପ୍ରାତଃଭୋଜନ ବେଳକୁ ଜଣେ ଦଶବାର ଘଣ୍ଟା ପୂର୍ବରୁ କିଛି ଖାଦ୍ୟ ଗ୍ରହଣ କରିଥାଆନ୍ତି। ସକାଳେ ଶରୀରକୁ ଶକ୍ତିର ଆବଶ୍ୟକତା ରହୁଥିବାରୁ ପ୍ରାତଃ ଭୋଜନ ଅତ୍ୟନ୍ତ ଜରୁରୀ। କେବଳ ସେତିକି ନୁହେଁ, ଏହା ଦିବସର ପ୍ରଥମ ଖାଦ୍ୟ ହୋଇଥିବାରୁ ଶରୀର ଓ ମନର ସତେଜତା ପାଇଁ ଏହାର ଆବଶ୍ୟକତାକୁ ଆଦୌ ଏଡାଇ ହେବ ନାହିଁ।

ଶରୀରକୁ ପ୍ରାତଃ ଭୋଜନର ଶକ୍ତି ନମିଳିଲେ ଏହା ଚାପଗ୍ରସ୍ତ କରି ଥକ୍କା ଅନୁଭବ କରାଇଥାଏ। ଏହି ସମୟରେ ଶରୀର ଅନ୍ୟ ଅଂଶକୁ ଶକ୍ତି ଯୋଗାଣ କମ୍‍ କରି ମସ୍ତିଷ୍କକୁ ଅଧିକ ଶକ୍ତି ପ୍ରେରଣ କରେ। ପରିଣାମରେ ଶରୀର ଅଧିକ ଥକ୍କା ଅନୁଭବ କରିଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଖାଲି ରହିଲେ ଏସିଡ୍‍ ସୃଷ୍ଟି ହୋଇ ବଦ୍‍ହଜମୀ ପରି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ। କେହି କେହି କଥା ଛଳରେ ବ୍ରେକ୍‍ଫାଷ୍ଟକୁ ଉପବାସ ଭଙ୍ଗ ବୋଲି କହିଥାଆନ୍ତି।

ସକାଳୁ ବିଛଣା ଛାଡିବା ପରେ ତମ୍ୱା ପାତ୍ରର ବାସି ପାଣି ବହୁତ ଭଲ। ଏହାପରେ ଫଳରସ କିମ୍ୱା ସୁପ୍‍ ପିଇପାରନ୍ତି। ପ୍ରାତଃ ଭୋଜନ ଖାଦ୍ୟଟି ତାଜା ଥିବା ଦରକାର। ବାସୀ ଖାଦ୍ୟ କିମ୍ୱା ଫ୍ରିଜରୁ କଢାଯାଇଥିବା ଖାଦ୍ୟକୁ ପ୍ରାତଃ ଭୋଜନ ତାଲିକାରେ ଆଦୌ ରଖନ୍ତୁ ନାହିଁ। ସେହିଭଳି ଛଣାଛଣି ବଜାରର ଫାଷ୍ଟଫୁଡ୍‍ ଅପେକ୍ଷା ସନ୍ତୁଳିତ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରୀ। ଗଜା ମୁଗ,ଭିଜା ବାଦାମ,କାଜୁ ବାଦାମ,ପେସ୍ତା ଖାଇ ପାରନ୍ତି। ଶସ୍ୟ ଜାତୀୟ ଖାଦ୍ୟ ଯଥା ରୁଟି,ଚପାତିକୁ ପ୍ରାତଃ ଭୋଜନରେ ଖାଇ ପାରନ୍ତି। ପ୍ରାତଃ ଭୋଜନ ପରେ ଫଳରସ ପିଇବା ଶରୀରକୁ ସତେଜ କରିଥାଏ।

ମନେରଖନ୍ତୁ ପ୍ରାତଃଭୋଜନ ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ସୁସ୍ଥ ରହିବା ସହ ଅଧିକ କ୍ୟାଲୋରି ଖର୍ଚ୍ଚ ହେଉଥିବାରୁ ଅନାବଶ୍ୟକ ଚର୍ବି ଜମାଟ ବାନ୍ଧି ପାରେ ନାହିଁ। ପିଲାମାନଙ୍କ ପାଇଁ ପ୍ରାତଃ ଭୋଜନ ସେମାନଙ୍କ ମାନସିକ କ୍ଷମତାକୁ ତ୍ୱରାନ୍ୱିତ ସହ ଶରୀରକୁ ସକ୍ରିୟ ରଖିଥାଏ।

ପ୍ରାତଃ ଭୋଜନ ନକଲେ ଶରୀରରେ କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲିସେରାଇଡ ପରିମାଣ ବୃଦ୍ଧି ପାଇଥାଏ। ରାତିରେ ବିଳମ୍ୱିତ ସମୟରେ ଶୋଇବା ଅଭ୍ୟାସ ପ୍ରାତଃଭୋଜନକୁ ପ୍ରଭାବିତ କରିଥାଏ। ବିଳମ୍ୱିତ ପ୍ରହରରେ ଖାଦ୍ୟ ବୃକ୍‌କକୁ ପ୍ରଭାବିତ କରିବାର ଆଶଙ୍କା ରଖିବା ସହ ହଜମ ପ୍ରକିୟାକୁ ବାଧାପ୍ରାପ୍ତ କରିଥାଏ। ଅନେକ ଲୋକ ପ୍ରାତଃ ଭୋଜନକୁ ଏଡାଇ ଦେଇ ଖାଲି ପେଟରେ ଘରୁ ବାହାରି ଯାଆନ୍ତି।

ଅଧୁଆ ମୁହଁରେ ଖାଲି ପେଟରେ ଥିବା ସମୟରେ ଚା,କଫି ପିଇବା ଶରୀର ପାଇଁ କ୍ଷତିକାରକ। ଖାଲି ପେଟରେ ଦୀର୍ଘ ସମୟ ରହିବାର ଭୟଙ୍କର ପରିଣତି ପରବର୍ତ୍ତୀ ସମୟରେ ଲୋକଟି ପାଇଁ କ୍ଷତିକାରକ ହୋଇଥାଏ। ଋତୁଚକ୍ର ଅନୁଯାୟୀ ପ୍ରକୃତି ପ୍ରଦତ୍ତ ଫଳ ମଣିଷର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଶ୍ରେଷ୍ଠ ଅଟେ। ପାଞ୍ଚଟି ପୁଷ୍ଟିକର ଶସ୍ୟକୁ ନେଇ ପ୍ରସ୍ତୁତ ବଜାରରେ ମିଳୁଥିବା ପ୍ରୋଟିନ୍ ପାଉଡର କିମ୍ୱା ଚୁଡା,ଦହି,କଦଳୀ,ଗୁଡର ସମ୍ମିଶ୍ରିତ ଖାଦ୍ୟ ପ୍ରାତଃ ଭୋଜନ ପାଇଁ ବହୁତ ଭଲ।

କେହି କେହି ପୂର୍ବ ରାତ୍ରିର ରନ୍ଧା ହୋଇଥିବା ମାଣ୍ଡିଆ ଚୁନାର ପ୍ରସ୍ତୁତିକୁ ଦହି ମିଶାଇ କରି ସକାଳୁ ଖାଇଥାଆନ୍ତି। ଏହା ଶରୀର ପାଇଁ ଭଲ। ବିଶେଷକରି ପାଚନ ପ୍ରକ୍ରିୟାକୁ ଶୁଦ୍ଧତା ରଖିଥାଏ। ପ୍ରାତଃ ଭୋଜନର ଯଥେଷ୍ଟ ପୂର୍ବରୁ ପାଣି ପିଇବା ଶରୀରର ଲିଭର ଠାରୁ ସ୍ନାୟୁ ସବୁ ଦିଗକୁ ସୁରକ୍ଷିତ ରଖିଥାଏ।

  • ଶୋଭନୀୟ ଆନ୍ଦୋଳନ, ଉଦୟଗିରି,ଯାଜପୁର
Leave A Reply

Your email address will not be published.