ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବିଜେଡିକୁ ଉପବାଚସ୍ପତି ଆସନ ଚର୍ଚ୍ଚା ଟଳିଲା

0

ମୋଦୀ-ନବୀନ ଆଲୋଚନାରେ ସ୍ଥାନ ପାଇଲାନି
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଲେ
କୋଇଲା ରୟାଲିଟି ବୃଦ୍ଧି ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଫନି ସହାୟତା ଠାରୁ ଆରମ୍ଭ କରି ଏକାଧିକ ପ୍ରସଙ୍ଗ ଆଲୋଚନା ହୋଇଛି । ହେଲେ ମୋଦୀଙ୍କୁ ଭେଟି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକସଭା ଉପବାଚସ୍ପତି ନିର୍ବାଚନ ନେଇ ସେ କୌଣସି କଥାବାର୍ତା କରିନାହାନ୍ତି । ବରିଷ୍ଠ ସାଂସଦ ଭର୍ତୃହରି ମହତାବଙ୍କୁ ଲୋକସଭା ଉପବାଚସ୍ପତି କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଚଳାଇଥିଲେ । ଶିବସେନା ଏହାକୁ ବିରୋଧ କରି ଚର୍ଚ୍ଚାକୁ ବଳ ଦେଇଥିଲା । କିନ୍ତୁ ଭର୍ତୃହରିଙ୍କ ଛଡା ନା ବିଜେଡି ନା ବିଜେପି କେହି ଆଲୋଚନାକୁ ଖଣ୍ଡନ କରିନଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ତୃତୀୟ ଦିନରେ ନବୀନ ସାଢେ ଦଶଟା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ । ମୋଦୀ-୨ ସରକାର ଆରମ୍ଭ ପରେ ପ୍ରଥମ ଥର ପାଇଁ ଉଭୟଙ୍କ ମଧ୍ୟରେ ଏହି ଭେଟଘାଟ ହୋଇଥିଲା । ନବୀନ କହିଛନ୍ତି ଯେ ମୋଦୀଙ୍କ ବିପୁଳ ବିଜୟ ପରେ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ସରକାର ବାତ୍ୟା କ୍ଷୟକ୍ଷତି ଆକଳନ କରି ଯେଉଁ ୫ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି, ସେ ଅର୍ଥ ତୁରନ୍ତ ପ୍ରଦାନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ୫ଲକ୍ଷ ପକ୍କା ଘର ପ୍ରଦାନ ପାଇଁ ମଧ୍ୟ ମୋଦୀଙ୍କୁ ସେ ଜଣାଇଛନ୍ତି ।

ନବୀନ କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । କୋଇଲା ରୟାଲିଟି ସଂଶୋଧନ ଦାବ ଦୋହରାଇଛନ୍ତି । ତେବେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେଲା କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ନବୀନ ଏହାକୁ ରୋକଠୋକ୍‍ ଏଡାଇ ଯାଇଥିଲେ ।

ଏଠାରେ ଉଲ୍ଲେଖଥାଉକି, ନବୀନ ଏଥର ଭର୍ତୃହରିଙ୍କୁ ସଂସଦୀୟ ଦଳ ନେତା ନିଯୁକ୍ତି ନ ଦେଇ ବିଜେଡି ଭାଗରେ ପଡିବାକୁ ଥିବା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କରିବା ଲାଗି ଆଗ୍ରହ ରଖିଛନ୍ତି । ତାଙ୍କ ସ୍ଥାନରେ ପୁରୀ ସାଂସଦ ପିନାକୀ ମିଶ୍ର ସଂସଦୀୟ ଦଳ ନେତା ମନୋନୀତ ହୋଇଛନ୍ତି । ଏପରିସ୍ଥଳେ ଉପବାଚସ୍ପତି ପଦ ନେଇ ନୂଆଦିଲ୍ଲୀରେ ଯେଉଁ ଚର୍ଚ୍ଚା ଆଲୋଚନା ହେଲା, ସେଥିରେ ଭର୍ତୃହରିଙ୍କ ନାମ ଯୋଡି ହୋଇଯାଇଥିଲା । ଗୋଟିଏ ପକ୍ଷ ବିଜେଡିକୁ ଫାଇନାନସ ଷ୍ଟାଣ୍ଡି କମିଟି ମୁଖ୍ୟ ପଦବି ମିଳିବ ବୋଲି କହୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ବିଜେପି ବରିଷ୍ଠ ସାଂସଦ ଶ୍ରୀ ମହତାବଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ଉପବାଚସ୍ପତି ପଦ ଦେବା କଥା ଉଠାଇଥିଲା । ଶ୍ରୀ ମହତାବଙ୍କର ଦଳମତ ନିର୍ବିଶେଷରେ ସଂସଦରେ ଗ୍ରହଣୀୟତା ରହିଛି । କେବଳ ସେତିକି ନୁହେଁ, ତାଙ୍କୁ ସଂସଦରେ ବିଭିନ୍ନ ଆଲୋଚନା ଆଦିରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ ।

Leave A Reply

Your email address will not be published.