ପ୍ରମୁଖ ଖବର

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ

ସଂଗଠନ ବଢାଇବାକୁ ବିଜେପିରେ ସଜବାଜ

0

ଅନନ୍ତ ନାୟକ ସଦସ୍ୟତା ଅଭିଯାନର ପ୍ରଭାରି
ଶାରଦା ଶତପଥୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର: ଓଡିଶାରେ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବ। ନୂଆ ସଦସ୍ୟ ମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଉପ ସଭାପତି ତଥା ସଦସ୍ୟତା କେନ୍ଦ୍ରୀୟ ପ୍ରଭାରି ଶିବରାଜ ସିଂ ଚୌହାନଙ୍କ ଅନୁମୋଦନ କ୍ରମେ ପୂର୍ବତନ ସାଂସଦ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଅନନ୍ତ ନାୟକଙ୍କୁ ଓଡିଶାର ସଦ୍ୟସତା ଅଭିଯାନର ପ୍ରଭାରୀ ଭାବେ ନିଯୁକ୍ତି
ଦିଆଯାଇଛି । ସେହିପରି ରାଜ୍ୟ ବିଜେପି ପୁର୍ବତନ ସଙ୍ଗଠନ ସାଧାରଣ ସମ୍ପାଦକ ଶାରଦ ପ୍ରସାଦ
ଶତପଥିଙ୍କୁ ସଦସ୍ୟତା ଅଭିଯାନର ସହ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଦଳର ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ । ସଭ୍ୟ
ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଣ୍ଟନ
କରାଯାଏ । ବର୍ତମାନ ବିଜେପିରେ ଓଡିଶାର ସଭ୍ୟ ସଂଖ୍ୟା ୩୬ ଲକ୍ଷ । ଚଳିତ ବର୍ଷ ଏଥିରେ ଆଉ ୨୫ ପ୍ରତିଶତ ନୁତନ ସଭ୍ୟଙ୍କୁ ବିଜେପିରେ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ ଭାବେ ମହିଳା ଓ ଯୁବକଙ୍କୁ ଦଳରେ ସାମିଲ କରାଯିବ । ଆଗାମୀ ୩ ମାସ ଭିତରେ ବିଜେପିର ସଭ୍ୟ
ସଂଖ୍ୟାକୁ ୪୫ ଲକ୍ଷରୁ ଅଧିକରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ବୁଥ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ ବୋଲି ଦଳ ଏକ ପ୍ରେସ ବିଜ୍ଞପ୍ତିରେ କହିଛି।

Leave A Reply

Your email address will not be published.