ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭାଙ୍ଗିଗଲା ୯ ବର୍ଷର ସମ୍ପର୍କ

0

ମୁମ୍ବାଇ: ୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ। ଭାରତୀୟ କ୍ରିକେଟ ଟିମର ପାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଆୟେଶା ମୁଖାର୍ଜୀ ନିଜେ ଇନଷ୍ଟା ଗ୍ରାମରେ ଏନେଇ ଜଣାଇଛନ୍ତି। ଆୟେଶା ଇନଷ୍ଟାଗ୍ରାମରେ ବିବାହ ବିଚ୍ଛେଦ ନେଇ ଲେଖିଥିବା ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ଶିଖର ଧୱନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

୨୦୧୨ ଅକ୍ଟୋବରରେ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମଧ୍ୟ ଥିଲେ। ଶିଖର ଓ ଆୟେଶାଙ୍କ ଏକ ୭ ବର୍ଷର ପୁଅ ମଧ୍ୟ ଅଛି। ଯାହାର ନାଁ ଜୋରାଭର ରହିଛି। ଜୋରାଭରର ଜନ୍ମ ୨୦୧୪ରେ ହୋଇଥିଲା । ଆୟେଶା ଇନଷ୍ଟାରେ ନିଜ
ପୋଷ୍ଟରେ ଲେଖିଛନ୍ତି ଯେ, ଥରେ ଛାଡପତ୍ର ହେବା ପରେ ଲାଗୁଥିଲା ଦ୍ୱିତୀୟ ଥର ଅନେକ ବାଜିରେ ଲାଗିଛି। ଅନେକ କିଛି ପ୍ରମାଣ କରିବାକୁ ପଡିବ। କିନ୍ତୁ ଦ୍ୱିତୀୟ ବିବାହ ବିଚ୍ଛେଦ ଅତ୍ୟନ୍ତ ଭୟଙ୍କର ଥିଲା ବୋଲି ସେ କହିଛନ୍ତି।

ସେ ଏହା ବି ଲେଖିଛନ୍ତି ଯେ, ପ୍ରଥମ ଥର ଯେତେବେଳେ ଛାଡପତ୍ର ହୋଇଥିଲା ବହୁତ ଡରିଯାଇଥିଲି । ତାଙ୍କୁ ଲାଗିଥିଲା ସେ ନିଜ ବାପା ମାଆଙ୍କୁ ନିରାଶ କରୁଛନ୍ତି । ନିଜର ଛୁଆ ମାନଙ୍କୁ ଛୋଟ ଦେଖାଉଛନ୍ତି। ଏପରିକି ଭଗବାନଙ୍କୁ ବି ଅପମାନ କରିଲା ଭଳି ଲାଗୁଥିଲା। ଛାଡପତ୍ର ଏକ ଖରାପ ଶଦ୍ଦ । କିନ୍ତୁ ଏହା ତାଙ୍କ ସହ ଦୁଇ ଥର ହୋଇଗଲା ବୋଲି ସେ କହିଛନ୍ତି । ଶିଖର ଧୱନଙ୍କ ବୟସ ୩୫ ହୋଇଥିବା ବେଳେ ଆୟେଶାଙ୍କ ବୟସ ହେଉଛି ୪୬ ବର୍ଷ।

Leave A Reply

Your email address will not be published.