ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଭାଙ୍ଗିଗଲା ୯ ବର୍ଷର ସମ୍ପର୍କ

0

ମୁମ୍ବାଇ: ୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ। ଭାରତୀୟ କ୍ରିକେଟ ଟିମର ପାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଆୟେଶା ମୁଖାର୍ଜୀ ନିଜେ ଇନଷ୍ଟା ଗ୍ରାମରେ ଏନେଇ ଜଣାଇଛନ୍ତି। ଆୟେଶା ଇନଷ୍ଟାଗ୍ରାମରେ ବିବାହ ବିଚ୍ଛେଦ ନେଇ ଲେଖିଥିବା ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ଶିଖର ଧୱନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

୨୦୧୨ ଅକ୍ଟୋବରରେ ଶିଖର ଧୱନ ଓ ଆୟେଶା ମୁଖାର୍ଜୀ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମଧ୍ୟ ଥିଲେ। ଶିଖର ଓ ଆୟେଶାଙ୍କ ଏକ ୭ ବର୍ଷର ପୁଅ ମଧ୍ୟ ଅଛି। ଯାହାର ନାଁ ଜୋରାଭର ରହିଛି। ଜୋରାଭରର ଜନ୍ମ ୨୦୧୪ରେ ହୋଇଥିଲା । ଆୟେଶା ଇନଷ୍ଟାରେ ନିଜ
ପୋଷ୍ଟରେ ଲେଖିଛନ୍ତି ଯେ, ଥରେ ଛାଡପତ୍ର ହେବା ପରେ ଲାଗୁଥିଲା ଦ୍ୱିତୀୟ ଥର ଅନେକ ବାଜିରେ ଲାଗିଛି। ଅନେକ କିଛି ପ୍ରମାଣ କରିବାକୁ ପଡିବ। କିନ୍ତୁ ଦ୍ୱିତୀୟ ବିବାହ ବିଚ୍ଛେଦ ଅତ୍ୟନ୍ତ ଭୟଙ୍କର ଥିଲା ବୋଲି ସେ କହିଛନ୍ତି।

ସେ ଏହା ବି ଲେଖିଛନ୍ତି ଯେ, ପ୍ରଥମ ଥର ଯେତେବେଳେ ଛାଡପତ୍ର ହୋଇଥିଲା ବହୁତ ଡରିଯାଇଥିଲି । ତାଙ୍କୁ ଲାଗିଥିଲା ସେ ନିଜ ବାପା ମାଆଙ୍କୁ ନିରାଶ କରୁଛନ୍ତି । ନିଜର ଛୁଆ ମାନଙ୍କୁ ଛୋଟ ଦେଖାଉଛନ୍ତି। ଏପରିକି ଭଗବାନଙ୍କୁ ବି ଅପମାନ କରିଲା ଭଳି ଲାଗୁଥିଲା। ଛାଡପତ୍ର ଏକ ଖରାପ ଶଦ୍ଦ । କିନ୍ତୁ ଏହା ତାଙ୍କ ସହ ଦୁଇ ଥର ହୋଇଗଲା ବୋଲି ସେ କହିଛନ୍ତି । ଶିଖର ଧୱନଙ୍କ ବୟସ ୩୫ ହୋଇଥିବା ବେଳେ ଆୟେଶାଙ୍କ ବୟସ ହେଉଛି ୪୬ ବର୍ଷ।

Leave A Reply

Your email address will not be published.