ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗୃହ ମନ୍ତ୍ରୀ ପଦରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ

0

ଆଫଗାନିସ୍ତାନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ଘୋଷଣା କରିଛନ୍ତି। ମୁଲ୍ଲା ହସନ ଅଖୁନ୍ଦ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି। ସେହିପରି ଅବଦୁଲ ଘନି ବରାଦର ହେବେ ଉପ ପ୍ରଧାନମନ୍ତ୍ରୀ । ତେବେ ଆଫଗାନିସ୍ତାନର ଆମେରିକାର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀକୁ ଗୃହ ମନ୍ତ୍ରୀ କରାଯାଇଛି।

ସିରାଜୁଦ୍ଦିନ ହକ୍କାନି ମୁଣ୍ଡ ଉପରେ ଆମେରିକା ୫୦ ଲକ୍ଷ ଡଲାରର ପୁରସ୍କାର ଘୋଷଣା କରିଥିଲା । ଏବେ ଏହି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀକୁ ତାଲିବାନ ନୂଆ ସରକାର ମୁଖ୍ୟ ଦାୟିତ୍ୱ ଦେଇଛି। ହକ୍କାନି ନେଟୱାର୍କର ମୁଖ୍ୟ ସିରାଜୁଦ୍ଦିନର ଲିଙ୍କ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ବି ଅଛି । ନିକଟରେ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫେଜ ହମିଦ ଆଫଗାନିସ୍ତାନ ଆସି କାବୁଲର ଏକ ହୋଟେଲରେ ରହିଥିବା ଜଣାପଡିଥିଲା । ଏହାକୁ ନେଇ ଆଫଗାନ ନାଗରିକ ମାନେ ବିରୋଧ ବି କରିଥିଲେ।

ଫେଜ ହମିଦର କାବୁଲ ଗସ୍ତରୁ ଜଣାପଡୁଥିଲା ଯେ, ତାଲିବାନ ସରକାରରେ ପାକିସ୍ତାନ ନିଜ ସ୍ଥିତି ମଜଭୁତ କରିବାକୁ ଚାହୁଁଛି। ହମିଦର ଗସ୍ତ ପରେ ତାଲିବାନ ନୂଆ ସରକାର ଘୋଷଣା ସହ ସିରାଜୁଦ୍ଦିନ ହକାନିକୁ ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛି।

ଆମେରିକା ସିରାଜୁଦ୍ଦିନ ହକ୍କାନି ମୁଣ୍ଡ ଉପରେ ପୁରସ୍କାର ରଖିବା ସହ ତାକୁ ବଡ଼ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ସିରାଜୁଦ୍ଦିନ ସୋଭିଏତ ବିରୋଧୀ
ମୁଜାହିଦ୍ଦିନ କମାଣ୍ଡର ଜଲ୍ଲାଉଦିନ ହକ୍କାନିର ପୁଅ। ସେ ୨୦୦୮ ଜାନୁଆରିରେ କାବୁଲରେ ହୋଇଥିବା ବିସ୍ଫୋରଣ ପାଇଁ ଏଫବିଆର ଓ୍ବାଣ୍ଟେଡ୍। ହୋଟେଲରେ
ହୋଇଥିବା ଏହି ବିସ୍ଫୋରଣରେ ୬ ଜଣଙ୍କ ଜୀବନ ଯାଇଥିଲା।

କେବଳ ଏତିକି ନୁହେଁ ସିରାଜୁଦ୍ଦିନ ହକ୍କାନି ୨୦୦୮ରେ ଆଫଗାନିସ୍ତାନର ତତକାଳୀନ ରାଷ୍ଟ୍ରପତି ହମିଦ କରଜାଇଙ୍କ ହତ୍ୟା ପାଇଁ ମଧ୍ୟ ଯୋଜନା କରିଥିଲା।
ଅନେକ ଆତ୍ମଘାତୀ ବିସ୍ଫୋରଣରେ ମଧ୍ୟ ଅଲକାଏଦା ସହ ହକ୍କାନିର ଘନିଷ୍ଠ ସଂପର୍କ ବି ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାଇଁ ଚିନ୍ତାର କାରଣ ।

Leave A Reply

Your email address will not be published.