ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଟ୍ରେଣ୍ଡ କରୁଛି ନିରଜଙ୍କ ନୂଆ ବିଜ୍ଞାପନ

0

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଏବେ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏଥର କିନ୍ତୁ ସେ ତାଙ୍କର ଖେଳକୁ ନେଇ ନୁହେଁ; ନୂଆ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଟୁଇଟରରେ ନିରଜଙ୍କ ଏହି ବିଜ୍ଞାପନଟି ଜବରଦସ୍ତ ଟ୍ରେଣ୍ଡ କରିବାରେ ଲାଗିଛି।
ନିରଜଙ୍କ ଏହି ନୂଆ ବିଜ୍ଞାପନଟି କ୍ରେଡିଟ୍ କାର୍ଡ ଉପରେ। ଯେଉଁଥିରେ ନିରଜ ଚୋପ୍ରାଙ୍କ ବିଭନ୍ନ ରୂପରେ ଦେଖିବାକୁ ମିଳୁଛି । ନିରଜ ଚୋପ୍ରା ନୂଆ ନୂଆ ରୂପରେ ବିଜ୍ଞାପନରେ ସୁନାର ମୂଲ୍ୟ ନେଇ ଦର୍ଶକଙ୍କୁ କହୁଥିବା ନଜର ଆସିଛନ୍ତି ।ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ନିରଜ ଏହି ବିଜ୍ଞାପନଟିକୁ ସେୟାର କରି ଏହାକୁ ୩୬୦ ଡିଗ୍ରି ମାର୍କେଟିଂ କହିଛନ୍ତି। ଯାହା ଉପରେ ଫ୍ୟାନ ମାନେ ବହୁତ କମେଣ୍ଟ ଦେଇଛନ୍ତି।

ନିରଜ ଚୋପ୍ରାଙ୍କ ଜଣେ ଫ୍ୟାନ ବିଜ୍ଞାପନକୁ ଦେଖି ଲେଖିଛନ୍ତି ଯେ, କର୍ମସିଆଲ ଅଭିନେତାଙ୍କଠୁ ଢେର ଭଲ ନିରଜ ଚୋପ୍ରା ଅଭିନୟ କରୁଛନ୍ତି । ସେହିପରି ଆଉ ଜଣେ ପ୍ରଶଂସକ ମନୋଜ ବାଜପେୟୀଙ୍କ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ’ର ଏକ ଦୃଶ୍ୟ ସେୟାର କରି ଲେଖିଛନ୍ତି ଯେ,ଏବେ ଷ୍ଟାର କିଡସ ନିରଜଙ୍କ ଜବରଦସ୍ତ ଅଭିନୟ ଦେଖୁଛନ୍ତି । ନିରଜ ଚୋପ୍ରାଙ୍କ ଅଭିନୟ ଅନେକ ବଡ଼ ବଡ଼ ବଲିଉଡ ଷ୍ଟାରଙ୍କ ଛୁଟି କରିଦେବ ବୋଲି ଫ୍ୟାନ ମାନେ କମେଣ୍ଟ କରିଛନ୍ତି।

ନିରଜ ଚୋପ୍ରା ନିଜ ଦେଶୀ ଅନ୍ଦାଜ ପାଇଁ ସବୁବେଳେ ଲୋକପ୍ରିୟ । ପ୍ରଥମତଃ ନିଜ ହିନ୍ଦୀ ଭାଷାକୁ ନେଇ ଆଉ ଏବେ ନିଜର ସାଧାସିଧା ଖାଦ୍ୟକୁ ନେଇ ଚର୍ଚ୍ଚାରେ ନିରଜ । ଅଲିମ୍ପିକ୍ସ ସମୟରେ ନିରଜ ଚୋପ୍ରା କହିଥିଲେ ଯେ, ତାଙ୍କୁ ତାଙ୍କ ମାଙ୍କ ହାତ ତିଆରି ଚୁରମା ବହୁତ ପସନ୍ଦ । ଯାହା ଅତ୍ୟଧିକ ଘିଅ ଓ ଚିନିରେ ତିଆରି ହୋଇଥାଏ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଘରକୁ ଫେରିବା ପରେ ତାଙ୍କ ମାଆ ତାଙ୍କୁ ଚୁରମା ଖୁଆଇ ସ୍ୱାଗତ କରିଥିଲେ।

Leave A Reply

Your email address will not be published.