ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଟ୍ରେଣ୍ଡ କରୁଛି ନିରଜଙ୍କ ନୂଆ ବିଜ୍ଞାପନ

0

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଏବେ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏଥର କିନ୍ତୁ ସେ ତାଙ୍କର ଖେଳକୁ ନେଇ ନୁହେଁ; ନୂଆ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଟୁଇଟରରେ ନିରଜଙ୍କ ଏହି ବିଜ୍ଞାପନଟି ଜବରଦସ୍ତ ଟ୍ରେଣ୍ଡ କରିବାରେ ଲାଗିଛି।
ନିରଜଙ୍କ ଏହି ନୂଆ ବିଜ୍ଞାପନଟି କ୍ରେଡିଟ୍ କାର୍ଡ ଉପରେ। ଯେଉଁଥିରେ ନିରଜ ଚୋପ୍ରାଙ୍କ ବିଭନ୍ନ ରୂପରେ ଦେଖିବାକୁ ମିଳୁଛି । ନିରଜ ଚୋପ୍ରା ନୂଆ ନୂଆ ରୂପରେ ବିଜ୍ଞାପନରେ ସୁନାର ମୂଲ୍ୟ ନେଇ ଦର୍ଶକଙ୍କୁ କହୁଥିବା ନଜର ଆସିଛନ୍ତି ।ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ନିରଜ ଏହି ବିଜ୍ଞାପନଟିକୁ ସେୟାର କରି ଏହାକୁ ୩୬୦ ଡିଗ୍ରି ମାର୍କେଟିଂ କହିଛନ୍ତି। ଯାହା ଉପରେ ଫ୍ୟାନ ମାନେ ବହୁତ କମେଣ୍ଟ ଦେଇଛନ୍ତି।

ନିରଜ ଚୋପ୍ରାଙ୍କ ଜଣେ ଫ୍ୟାନ ବିଜ୍ଞାପନକୁ ଦେଖି ଲେଖିଛନ୍ତି ଯେ, କର୍ମସିଆଲ ଅଭିନେତାଙ୍କଠୁ ଢେର ଭଲ ନିରଜ ଚୋପ୍ରା ଅଭିନୟ କରୁଛନ୍ତି । ସେହିପରି ଆଉ ଜଣେ ପ୍ରଶଂସକ ମନୋଜ ବାଜପେୟୀଙ୍କ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ’ର ଏକ ଦୃଶ୍ୟ ସେୟାର କରି ଲେଖିଛନ୍ତି ଯେ,ଏବେ ଷ୍ଟାର କିଡସ ନିରଜଙ୍କ ଜବରଦସ୍ତ ଅଭିନୟ ଦେଖୁଛନ୍ତି । ନିରଜ ଚୋପ୍ରାଙ୍କ ଅଭିନୟ ଅନେକ ବଡ଼ ବଡ଼ ବଲିଉଡ ଷ୍ଟାରଙ୍କ ଛୁଟି କରିଦେବ ବୋଲି ଫ୍ୟାନ ମାନେ କମେଣ୍ଟ କରିଛନ୍ତି।

ନିରଜ ଚୋପ୍ରା ନିଜ ଦେଶୀ ଅନ୍ଦାଜ ପାଇଁ ସବୁବେଳେ ଲୋକପ୍ରିୟ । ପ୍ରଥମତଃ ନିଜ ହିନ୍ଦୀ ଭାଷାକୁ ନେଇ ଆଉ ଏବେ ନିଜର ସାଧାସିଧା ଖାଦ୍ୟକୁ ନେଇ ଚର୍ଚ୍ଚାରେ ନିରଜ । ଅଲିମ୍ପିକ୍ସ ସମୟରେ ନିରଜ ଚୋପ୍ରା କହିଥିଲେ ଯେ, ତାଙ୍କୁ ତାଙ୍କ ମାଙ୍କ ହାତ ତିଆରି ଚୁରମା ବହୁତ ପସନ୍ଦ । ଯାହା ଅତ୍ୟଧିକ ଘିଅ ଓ ଚିନିରେ ତିଆରି ହୋଇଥାଏ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଘରକୁ ଫେରିବା ପରେ ତାଙ୍କ ମାଆ ତାଙ୍କୁ ଚୁରମା ଖୁଆଇ ସ୍ୱାଗତ କରିଥିଲେ।

Leave A Reply

Your email address will not be published.