ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଦୀପାବଳିରେ ଆସୁଛି ସୂର୍ଯ୍ୟବଂଶୀ

0

ମୁମ୍ବାଇ: ମହାରାଷ୍ଟ୍ରରେ ଖୁବ ଶୀଘ୍ର ଖୋଲିବ ସିନେମା ହଲ। ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ସିନେମା ହଲ ଅକ୍ଟୋବର ୨୨ରେ ଖୋଲିବା ନେଇ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଏବେ ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀ ଖୁସିଥିବା ବେଳେ ଏହି ଖୁସି ଦ୍ୱିଗୁଣିତ ହୋଇଯାଇଛି। କାରଣ ରୋହିତ ସେଠୀ ଦୀପାବଳିରେ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ନେଇ ଘୋଷଣା କରିଛନ୍ତି। ଏମିତିକି ରୋହିତ ସେଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରିବାର ଏକ ଫଟୋ ମଧ୍ୟ ଇନଷ୍ଟାରେ ସେୟାର କରିଛନ୍ତି।

ବହୁ ଦିନରୁ ବଲିଉଡ ନିର୍ଦ୍ଦେଶକ ରୋହିତ ସେଠୀଙ୍କ ଫିଲ୍ମକୁ ଫ୍ୟାନ ମାନେ ଅପେକ୍ଷା କରିଥିବା ଦୀପାବଳିରେ ରିଲିଜ ହେଉଛି ଫିଲ୍ମ ସୂର୍ଯ୍ୟବଂଶୀ। ରୋହିତ
ସେଠୀ ନିଜେ ଫିଲ୍ମର ତାରିଖ ଘୋଷଣା କରିଛନ୍ତି। ବଲିଉଡର ଖିଲାଡି ବଏ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଯୋଡି ଫିଲ୍ମ ସୂର୍ଯ୍ୟବଂଶୀରେ ଦେଖିବାକୁ
ମିଳିବ।

ରୋହିତ ସେଠୀ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ। ଅକ୍ଟୋବର ୨୨ରେ ସିନେମା ହଲ ମହାରାଷ୍ଟରେ ଖୋଲୁଛି। ଏବଂ ଆମେ ଏବେ କହିପାରିବା ଯେ ଦୀପାବଳିରେ ଆସୁଛି ପୁଲିସ। ରୋହିତ ସେଠୀଙ୍କ ଏହି ପୋଷ୍ଟ ପରେ , ସିନେ ପ୍ରେମୀ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

ସୂର୍ଯ୍ୟବଂଶୀକୁ ପ୍ରଥମେ ୨୪ ମାର୍ଚ୍ଚ ୨୦୨୦ରେ ରିଲିଜ ହେବାର ଥିଲା । କିନ୍ତୁ ଏହା ପରଠୁ ଏହାର ରିଲିଜ ତାରିଖ ଲଗାତର ଘୁଂଚିବାରେ ଲାଗିଥିଲା । ଫିଲ୍ମରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି ବକ୍ସ ଅଫିସରେ ହଲଚଲ ମଚେଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.