ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଦୀପାବଳିରେ ଆସୁଛି ସୂର୍ଯ୍ୟବଂଶୀ

0

ମୁମ୍ବାଇ: ମହାରାଷ୍ଟ୍ରରେ ଖୁବ ଶୀଘ୍ର ଖୋଲିବ ସିନେମା ହଲ। ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ସିନେମା ହଲ ଅକ୍ଟୋବର ୨୨ରେ ଖୋଲିବା ନେଇ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଏବେ ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀ ଖୁସିଥିବା ବେଳେ ଏହି ଖୁସି ଦ୍ୱିଗୁଣିତ ହୋଇଯାଇଛି। କାରଣ ରୋହିତ ସେଠୀ ଦୀପାବଳିରେ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ନେଇ ଘୋଷଣା କରିଛନ୍ତି। ଏମିତିକି ରୋହିତ ସେଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରିବାର ଏକ ଫଟୋ ମଧ୍ୟ ଇନଷ୍ଟାରେ ସେୟାର କରିଛନ୍ତି।

ବହୁ ଦିନରୁ ବଲିଉଡ ନିର୍ଦ୍ଦେଶକ ରୋହିତ ସେଠୀଙ୍କ ଫିଲ୍ମକୁ ଫ୍ୟାନ ମାନେ ଅପେକ୍ଷା କରିଥିବା ଦୀପାବଳିରେ ରିଲିଜ ହେଉଛି ଫିଲ୍ମ ସୂର୍ଯ୍ୟବଂଶୀ। ରୋହିତ
ସେଠୀ ନିଜେ ଫିଲ୍ମର ତାରିଖ ଘୋଷଣା କରିଛନ୍ତି। ବଲିଉଡର ଖିଲାଡି ବଏ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଯୋଡି ଫିଲ୍ମ ସୂର୍ଯ୍ୟବଂଶୀରେ ଦେଖିବାକୁ
ମିଳିବ।

ରୋହିତ ସେଠୀ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ। ଅକ୍ଟୋବର ୨୨ରେ ସିନେମା ହଲ ମହାରାଷ୍ଟରେ ଖୋଲୁଛି। ଏବଂ ଆମେ ଏବେ କହିପାରିବା ଯେ ଦୀପାବଳିରେ ଆସୁଛି ପୁଲିସ। ରୋହିତ ସେଠୀଙ୍କ ଏହି ପୋଷ୍ଟ ପରେ , ସିନେ ପ୍ରେମୀ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

ସୂର୍ଯ୍ୟବଂଶୀକୁ ପ୍ରଥମେ ୨୪ ମାର୍ଚ୍ଚ ୨୦୨୦ରେ ରିଲିଜ ହେବାର ଥିଲା । କିନ୍ତୁ ଏହା ପରଠୁ ଏହାର ରିଲିଜ ତାରିଖ ଲଗାତର ଘୁଂଚିବାରେ ଲାଗିଥିଲା । ଫିଲ୍ମରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି ବକ୍ସ ଅଫିସରେ ହଲଚଲ ମଚେଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.