ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଦୀପାବଳି କାହା ପାଇଁ କେତେ ଗୁରୁତ୍ୱ ରଖେ

0

କେବଳ ହିନ୍ଦୁ ନୁହେଁ, ଜୈନ, ଶିଖ୍‍ଙ୍କ ପାଇଁ ବି ବଡ଼ ପର୍ବ
ଭାରତର ବିଭିନ୍ନ ଅଞ୍ଚଳରେ ବିଶ୍ୱାସ ଅଲଗା ଅଲଗା
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ସମଗ୍ର ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଦେଶରେ ମଧ୍ୟ ପ୍ରବାସୀ ଭାରତୀୟମାନେ ଏହି ପର୍ବକୁ ଖୁବ୍‍ ଉତ୍ସାହର ସହିତ ପାଳନ କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିନ୍ଦୁମାନଙ୍କ ପାଇଁ ଏହି ପର୍ବ ଯେତିକି ଗୁରୁତ୍ୱ ରଖେ, ଶିଖ୍‍, ଜୈନ, ବୌଦ୍ଧ ବି ସେତିକି ଆନ୍ତରିକତାର ସହିତ ଏହି ଦିନଟିକୁ ପାଳନ୍ତି ।
ଜୈନମାନେ ବିଶ୍ୱାସ କରନ୍ତି ଯେ ଏହି ଦିନଟିରେ ସେମାନଙ୍କ ଆରାଧ୍ୟ ମହାବୀରଙ୍କର ଆଧ୍ୟାତ୍ମିକତାର ଜାଗରଣ ଘଟିଥିଲା । ଶିଖମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଷଷ୍ଠ ଗୁରୁ ହରିଗୋବିନ୍ଦଙ୍କୁ ସେହିଦିନ କାରାଗାର ବା ବନ୍ଦୀ ଜୀବନରୁ ମୁକ୍ତି ମିଳିଥିଲା । ଉତ୍ତର ଭାରତରେ ବିଶ୍ୱାସ କରାଯାଏ, ଦୀପାବଳି ଦିନ ରାଜା ରାମଚନ୍ଦ୍ର ରାବଣକୁ ମାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତନ କରିଥିଲେ । ଦକ୍ଷିଣ ଭାରତରେ ବିଶ୍ୱାସ କରାଯାଏ ଯେ ସେହିଦିନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିଲେ । ପଶ୍ଚିମ ଭାରତର ଲୋକେ ବିଷ୍ଣୁ ଓ ବଳି ରାଜାଙ୍କୁ ନେଇ ଏହି ଦିନଟିକୁ ଗୁରୁତ୍ୱ ଦିଅନ୍ତି । ଓଡ଼ିଶାରେ ଋଷିମାନଙ୍କ ଉଦ୍ଦେଶ୍ୟରେ ସେହିି ଦିନ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଏହାକୁ ପୟା ଶ୍ରାଦ୍ଧ ବୋଲି କହନ୍ତି । କାଉଁରିଆ ଜଳାଯିବାର ବିଧି ରହିଛି । ଯଦିଓ ପ୍ରଦୂଷଣ ନେଇ ସମଗ୍ର ଦେଶରେ ଚିନ୍ତାବ୍ୟକ୍ତ କରାଯାଉଛି, କୋର୍ଟ ବି କଟକଣା ଜାରି କରିଛନ୍ତି, ତଥାପି ବାଣ ଫୁଟାଯାଏ । ବୁଦ୍ଧିଜୀବୀଙ୍କ ମତରେ ଅନ୍ଧାରରୁ ଆଲୋକ, ଅଜ୍ଞାନରୁ ଓହରି ଜ୍ଞାନ ଆହରଣ ପାଇଁ ଏହି ଦିନଟି ଉଦ୍ଦିଷ୍ଟ ।

Leave A Reply

Your email address will not be published.