ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଚାଷୀଙ୍କ ସହ ଆଲୋଚନା ପରେ ବଡ଼ ପ୍ୟାକେଜ

0

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି
କମିଟିକୁ ଚାଷୀ ନେତାଙ୍କ ପ୍ରତ୍ୟାଖ୍ୟାନ, କହିଲେ ଧୋକା
ଯଦି ଆମେ ରାଜଧାନୀ ଯିବୁନି, ତେବେ ସେମାନଙ୍କୁ ଗାଁ ମନା
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ସରକାର ସମର୍ଥନ ଦେବାକୁ ଯାଇ ଆଲୋଚନାର ରାସ୍ତା ଖୋଲିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତିନି ଜଣିଆ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସଦସ୍ୟ ଅଛନ୍ତି ।
ଆଜି ସଚିବାଳୟରେ ଅର୍ଥମନ୍ତ୍ରୀ କହିଛନ୍ତି, ଖୁବ୍‍ ଶୀଘ୍ର କମିଟିର ଟର୍ମସ ଅଫ୍‍ ରେଫରେନ୍‍ସ ପ୍ରସ୍ତୁତ କରାଯିବ । କୃଷକମାନେ ଯେଉଁ ଦାବି କରିଛନ୍ତି, ତାକୁ ବିଚାରକୁ ନେଇ କେଉଁ କେଉଁ କ୍ଷେତ୍ରରେ ପଦକ୍ଷେପ ନିଆଯିବ, ସେ ନେଇ ଏହି କମିଟି ବିଚାର କରିବ ।
ଅନ୍ୟପକ୍ଷରେ ଚାଷୀ ନେତା ଅକ୍ଷୟ କୁମାର ଏହି କମିଟିକୁ ଗ୍ରହଣ କରିବା ବଦଳରେ ଧୋକା ବୋଲି ବର୍ଣ୍ଣନା କରିଛନ୍ତି । କହିଛନ୍ତି, କୌଣସି ପରିସ୍ଥିତିରେ ବି ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ । ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି ଓ ସେମାନେ ରାଜରାସ୍ତାରେ ଶୋଇରହିବେ । କାରଣ କମିଟିରେ ପେନସନ ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ । କେବଳ ସେତିକି ନୁହେଁ, ଯଦି ଚାଷୀଙ୍କୁ ରାଜଧାନୀ ମନା, ସେତେବେଳେ ମନ୍ତ୍ରୀଙ୍କୁ ଗାଁ ମନା । ଚାଷୀଙ୍କୁ ବିରୋଧ କରିବାର ପରିଣାମ ସରକାର ନିର୍ବାଚନ ସମୟରେ ଭୋଗିବେ ବୋଲି ଅକ୍ଷୟ କୁମାର କରିଥିଲେ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ ଡିସେମ୍ୱର ମାସ ଶେଷ ସପ୍ତାହ କିମ୍ୱା ପ୍ରଥମ ସପ୍ତାହରେ ଏକ ସେମାନଙ୍କ ପାଇଁ ଏକ ବଡ ପ୍ୟାକେଜ୍‍ ଘୋଷଣା କରିବେ । ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ନିଜ ଆଡକୁ ଟାଣିବା ଲାଗି ଏହି ପ୍ୟାକେଜ୍‍ ବଡ କାମ କରିବ ବୋଲି ଜଣେ କ୍ଷମତାଶାଳୀ ନେତା ସୂଚନା ଦେଇଛନ୍ତି । ଏଣୁ ଚାଷୀମାନେ ସରକାରଙ୍କ ସହିତ ଆଲୋଚନା କରି ଏହି ରାସ୍ତାକୁ ଆହୁରି ସୁଗମ କରିବା ଦରକାର ।
ଆଜି ସଚିବାଳୟରେ ଶ୍ରୀ ବେହେରା କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ସେଥିପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‍ ଉପସ୍ଥାପନ କରାଯାଉଛି ଓ କୃଷି କ୍ୟାବିନେଟ୍‍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, ଚାଷୀଙ୍କୁ ଏକ ପ୍ରତିଶତ ସୁଧରେ ସରକାରଙ୍କ ପକ୍ଷରୁ ଋଣ ଯୋଗାଇ ଦିଆଯାଉଛି । ଚାଷୀ କ୍ଷେତକୁ ପାଣି ଯୋଗାଇ ଦେବା ପାଇଁ ଗତ ୧୦ ବର୍ଷରେ ଜଳସଂପଦ ବିଭାଗର ବଜେଟ୍‍କୁ ବହୁଗୁଣିତ କରାଯାଇଛି ।
ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି, ସ୍ୱାମୀନାଥନ୍‍ କମିଟି ରିପୋର୍ଟ କାର୍ଯ୍ୟକାରି କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ପାଖରେ ଥୋଇଛନ୍ତି । ସେହିଭଳି ସର୍ବନିମ୍ନ ସହାୟକ ମୂଲ୍ୟକୁ ଉପùାଦନ ଖର୍ଚ୍ଚର ଦେଢଗୁଣା କରିବା ପ୍ରସଙ୍ଗରେ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଗୃହ କମିଟି ମଧ୍ୟ ଗଠନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଭୁବନେଶ୍ୱର ଉପକଣ୍ଠ ପାହାଳ ଛକ ନିକଟରେ ଚାଷୀ ନେତା ଅକ୍ଷୟ କୁମାର ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପାଇଁ ସେମାନଙ୍କୁ ଡକାଯାଇଥିଲା । ମାତ୍ର ପେନସନ ବା ସୁରକ୍ଷା ଭତ୍ତା ଦେବା ଲାଗି ଚାଷୀନେତା ସରକାରଙ୍କ ଆଗରେ ସର୍ତ ରଖିଥିଲେ । କୁଆଖିଆ ଠାରୁ ଆସୁଥିବା ଚାଷୀ ରାଲି ପାହାଳ ଛକଠାରେ ଓ ବାଲୁଗାଁରୁ ଆସୁଥିବା ରାଲିକୁ ତମାଣ୍ଡୋରେ ଅଟକାଇବା ସହିତ ପୁଲିସ ୧୪୪ ଧାରା ଜାରି କରିଥିଲା । ଆଜି ସରକାର କମିଟି ଘୋଷଣା ପରେ ବି ଚାଷୀମାନେ ଆଲୋଚନାକୁ ନ ଆସି ୧୪୪ ଧାରା ଭାଙ୍ଗି ରାଜଧାନୀରେ ସମାବେଶ କରିବା ଲାଗି ଉଦ୍ୟମ କରିଥିଲେ । ଫଳରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.