ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଚାଷୀଙ୍କ ସହ ଆଲୋଚନା ପରେ ବଡ଼ ପ୍ୟାକେଜ

0

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି
କମିଟିକୁ ଚାଷୀ ନେତାଙ୍କ ପ୍ରତ୍ୟାଖ୍ୟାନ, କହିଲେ ଧୋକା
ଯଦି ଆମେ ରାଜଧାନୀ ଯିବୁନି, ତେବେ ସେମାନଙ୍କୁ ଗାଁ ମନା
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ସରକାର ସମର୍ଥନ ଦେବାକୁ ଯାଇ ଆଲୋଚନାର ରାସ୍ତା ଖୋଲିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତିନି ଜଣିଆ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସଦସ୍ୟ ଅଛନ୍ତି ।
ଆଜି ସଚିବାଳୟରେ ଅର୍ଥମନ୍ତ୍ରୀ କହିଛନ୍ତି, ଖୁବ୍‍ ଶୀଘ୍ର କମିଟିର ଟର୍ମସ ଅଫ୍‍ ରେଫରେନ୍‍ସ ପ୍ରସ୍ତୁତ କରାଯିବ । କୃଷକମାନେ ଯେଉଁ ଦାବି କରିଛନ୍ତି, ତାକୁ ବିଚାରକୁ ନେଇ କେଉଁ କେଉଁ କ୍ଷେତ୍ରରେ ପଦକ୍ଷେପ ନିଆଯିବ, ସେ ନେଇ ଏହି କମିଟି ବିଚାର କରିବ ।
ଅନ୍ୟପକ୍ଷରେ ଚାଷୀ ନେତା ଅକ୍ଷୟ କୁମାର ଏହି କମିଟିକୁ ଗ୍ରହଣ କରିବା ବଦଳରେ ଧୋକା ବୋଲି ବର୍ଣ୍ଣନା କରିଛନ୍ତି । କହିଛନ୍ତି, କୌଣସି ପରିସ୍ଥିତିରେ ବି ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ । ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି ଓ ସେମାନେ ରାଜରାସ୍ତାରେ ଶୋଇରହିବେ । କାରଣ କମିଟିରେ ପେନସନ ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ । କେବଳ ସେତିକି ନୁହେଁ, ଯଦି ଚାଷୀଙ୍କୁ ରାଜଧାନୀ ମନା, ସେତେବେଳେ ମନ୍ତ୍ରୀଙ୍କୁ ଗାଁ ମନା । ଚାଷୀଙ୍କୁ ବିରୋଧ କରିବାର ପରିଣାମ ସରକାର ନିର୍ବାଚନ ସମୟରେ ଭୋଗିବେ ବୋଲି ଅକ୍ଷୟ କୁମାର କରିଥିଲେ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ ଡିସେମ୍ୱର ମାସ ଶେଷ ସପ୍ତାହ କିମ୍ୱା ପ୍ରଥମ ସପ୍ତାହରେ ଏକ ସେମାନଙ୍କ ପାଇଁ ଏକ ବଡ ପ୍ୟାକେଜ୍‍ ଘୋଷଣା କରିବେ । ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ନିଜ ଆଡକୁ ଟାଣିବା ଲାଗି ଏହି ପ୍ୟାକେଜ୍‍ ବଡ କାମ କରିବ ବୋଲି ଜଣେ କ୍ଷମତାଶାଳୀ ନେତା ସୂଚନା ଦେଇଛନ୍ତି । ଏଣୁ ଚାଷୀମାନେ ସରକାରଙ୍କ ସହିତ ଆଲୋଚନା କରି ଏହି ରାସ୍ତାକୁ ଆହୁରି ସୁଗମ କରିବା ଦରକାର ।
ଆଜି ସଚିବାଳୟରେ ଶ୍ରୀ ବେହେରା କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ସେଥିପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‍ ଉପସ୍ଥାପନ କରାଯାଉଛି ଓ କୃଷି କ୍ୟାବିନେଟ୍‍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, ଚାଷୀଙ୍କୁ ଏକ ପ୍ରତିଶତ ସୁଧରେ ସରକାରଙ୍କ ପକ୍ଷରୁ ଋଣ ଯୋଗାଇ ଦିଆଯାଉଛି । ଚାଷୀ କ୍ଷେତକୁ ପାଣି ଯୋଗାଇ ଦେବା ପାଇଁ ଗତ ୧୦ ବର୍ଷରେ ଜଳସଂପଦ ବିଭାଗର ବଜେଟ୍‍କୁ ବହୁଗୁଣିତ କରାଯାଇଛି ।
ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି, ସ୍ୱାମୀନାଥନ୍‍ କମିଟି ରିପୋର୍ଟ କାର୍ଯ୍ୟକାରି କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ପାଖରେ ଥୋଇଛନ୍ତି । ସେହିଭଳି ସର୍ବନିମ୍ନ ସହାୟକ ମୂଲ୍ୟକୁ ଉପùାଦନ ଖର୍ଚ୍ଚର ଦେଢଗୁଣା କରିବା ପ୍ରସଙ୍ଗରେ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଗୃହ କମିଟି ମଧ୍ୟ ଗଠନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଭୁବନେଶ୍ୱର ଉପକଣ୍ଠ ପାହାଳ ଛକ ନିକଟରେ ଚାଷୀ ନେତା ଅକ୍ଷୟ କୁମାର ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପାଇଁ ସେମାନଙ୍କୁ ଡକାଯାଇଥିଲା । ମାତ୍ର ପେନସନ ବା ସୁରକ୍ଷା ଭତ୍ତା ଦେବା ଲାଗି ଚାଷୀନେତା ସରକାରଙ୍କ ଆଗରେ ସର୍ତ ରଖିଥିଲେ । କୁଆଖିଆ ଠାରୁ ଆସୁଥିବା ଚାଷୀ ରାଲି ପାହାଳ ଛକଠାରେ ଓ ବାଲୁଗାଁରୁ ଆସୁଥିବା ରାଲିକୁ ତମାଣ୍ଡୋରେ ଅଟକାଇବା ସହିତ ପୁଲିସ ୧୪୪ ଧାରା ଜାରି କରିଥିଲା । ଆଜି ସରକାର କମିଟି ଘୋଷଣା ପରେ ବି ଚାଷୀମାନେ ଆଲୋଚନାକୁ ନ ଆସି ୧୪୪ ଧାରା ଭାଙ୍ଗି ରାଜଧାନୀରେ ସମାବେଶ କରିବା ଲାଗି ଉଦ୍ୟମ କରିଥିଲେ । ଫଳରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.