- ବିଜେପିକୁ ମାରୁ ମାରୁ ନିଜେ ଅକଳରେ ପଡିଗଲା କଂଗ୍ରେସ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମାମଲାରେ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି । ଏହାକୁ ପ୍ରସଙ୍ଗ କରି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଥିଲା । ହେଲେ ଜଣାପଡିଲାଣି ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ନୁହେଁ, ପଣ୍ଡିତ ଜବାହରଲାଲ ନେହରୁଙ୍କ ସରକାରରେ ବି ଅନୁରୂପ ବିବାଦ ମୁଣ୍ଡ ଟେକିଥିଲା । କେବଳ ସେତିକି ନୁହେଁ, ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ପଦ ଛାଡିବାକୁ ପଡିଥିଲା । ଆଜି ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପଦାକୁ ଆସିବା ପରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବ ନା ନାହିଁ, ସେ ନେଇ ଦ୍ୱିବିଧାରେ ପଡିଯାଇଛି ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ ଆର୍ବିଆଇ ଭଳି ସଂସ୍ଥା ସହିତ ବିବାଦ ସରକାରମାନଙ୍କର ରହିଛି । ଖାସ୍ ଏମିତି ଏକ ବିବାଦ ୧୯୩୫ ମସିହାରେ ଦେଖାଯାଇଥିଲା ଓ ତତ୍କାଳୀନ ସାର୍ ଜନ୍ ଓ ସ୍ମିଥ୍ଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଜବାହରଲାଲ ନେହରୁଙ୍କ ସରକାରରେ ବି ଆର୍ବିଆଇ ସହିତ ବିବାଦ ହୋଇଥିଲା କେନ୍ଦ୍ର ସରକାରଙ୍କର । ସେ ସମୟରେ ଆର୍ବିଆଇ ଗଭର୍ଣ୍ଣର ଥିବା ବେନେଗାଲ ରାମାରାଉଙ୍କୁ ଇସ୍ତଫା ଦେବାକୁ ହୋଇଥିଲା । ଏହି ବିବାଦରେ ପଣ୍ଡିତ ନେହରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଟି ଟି କ୍ରିଷ୍ଣମାଚାରିଙ୍କ ପକ୍ଷ ନେଇଥିଲେ । ବଜେଟ୍ ପ୍ରସ୍ତାବକୁ ନେଇ ଅର୍ଥମନ୍ତ୍ରୀ ଓ ଆର୍ବିଆଇ ଗଭର୍ଣ୍ଣରଙ୍କ ବିବାଦ ହୋଇଥିବା କୁହାଯାଏ । ସେତେବେଳେ ପଣ୍ଡିତ ନେହରୁ ସ୍ପଷ୍ଟ ଭାଷାରେ କହିିଥିଲେ ଯେ ଆର୍ବିଆଇ କେନ୍ଦ୍ର ସରକାରଙ୍କର ଏକ ଅଂଶ ।ଏହା ସରକାରଙ୍କୁ ଉପଦେଶ ବା ପରାମର୍ଶ ଦେବା ପାଇଁ ରହିଛି । ଏହି ସଂସ୍ଥା ସରକାରଙ୍କ ସହିତ ଏକ ସରଳରେଖାରେ ରହିବା ଦରକାର ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଓ ଭାରତର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସଂପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ବଡ ଋଣ ଖିଲାପକାରୀଙ୍କ ନାମ ତାଲିକା ପ୍ରକାଶ ଲାଗି ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶନାମା ମାନି ନାହାନ୍ତି ବୋଲି କେନ୍ଦ୍ରୀୟ ସୂଚନା କମିସନ ତାଙ୍କୁ ନୋଟିସ ଜାରି କରିଛନ୍ତି । ମାମୁଲି ଖିଲାପି ଏପରିକି, କୃଷକ ଋଣ ଅର୍ଥ ପରିଶୋଧ କରୁନଥିବା ବେଳେ ସେମାନଙ୍କ ନାମ ପ୍ରକାଶ କରାଯାଉଛି । ଏପରିସ୍ଥଳେ ବଡ଼ବଡିଆ କାହିଁକି ନୁହେଁ ବୋଲି ସୂଚନା କମିସନ ପ୍ରଶ୍ନ କରିଛନ୍ତି । ୧୯୯୮ରୁ ୨୦୧୮ ମଧ୍ୟରେ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କରିଛନ୍ତି ବୋଲି କମିସନ ଟିପ୍ପଣୀ ଦେଇଛନ୍ତି ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ