ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ପାଇଲଟ ବିହୀନ ସେମି ସ୍ପିଡ୍ ଟ୍ରେନକୁ ବନ୍ଦେ ଭାରତ ଏµପ୍ରେସ ନାମରେ ନାମିତ କରାଯାଇଛି । ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିିଥିଲେ, ଏହି ଟ୍ରେନର ନାମକରଣ ନେଇ ଅନେକ ନାମ ଆସିଥିଲା, କିନ୍ତୁ ସେ ମଧ୍ୟରୁ ଏହି ନାମଟିକୁ ଚୂଡାନ୍ତ କରାଯାଇଛି । ଟ୍ରେନଟି ଦିଲ୍ଲୀ -ବାରଣାସୀ ମଧ୍ୟରେ ଚାଲିବ ଓ ଘଣ୍ଟାକୁ ୧୬୦ କିଲୋମିଟର ବେଗରେ ଗତି କରିବ । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଏହି ରେଳ ଚଳାଚଳର ଶୁଭାରମ୍ଭ କରିବେ ।
୧୬ କୋଚ ବିଶିଷ୍ଟ ଏହି ଟ୍ରେନ୍ ନିର୍ମାଣ ଲାଗି ୧୮ ମାସ ସମୟ ଲାଗିଥିଲା । ରାଏବରେଲି ସ୍ଥିତ ମଡର୍ଣ୍ଣ କୋଚ କଂପାନି ଏହାକୁ ନିର୍ମାଣ କରିଛନ୍ତି ଓ ଏଥିରେ ପ୍ରାୟ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଭଳି ଟ୍ରେନ ଦେଶରେ ନାହିଁ ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ