ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ପାଇଲଟ ବିହୀନ ସେମି ସ୍ପିଡ୍ ଟ୍ରେନକୁ ବନ୍ଦେ ଭାରତ ଏµପ୍ରେସ ନାମରେ ନାମିତ କରାଯାଇଛି । ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିିଥିଲେ, ଏହି ଟ୍ରେନର ନାମକରଣ ନେଇ ଅନେକ ନାମ ଆସିଥିଲା, କିନ୍ତୁ ସେ ମଧ୍ୟରୁ ଏହି ନାମଟିକୁ ଚୂଡାନ୍ତ କରାଯାଇଛି । ଟ୍ରେନଟି ଦିଲ୍ଲୀ -ବାରଣାସୀ ମଧ୍ୟରେ ଚାଲିବ ଓ ଘଣ୍ଟାକୁ ୧୬୦ କିଲୋମିଟର ବେଗରେ ଗତି କରିବ । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଏହି ରେଳ ଚଳାଚଳର ଶୁଭାରମ୍ଭ କରିବେ ।
୧୬ କୋଚ ବିଶିଷ୍ଟ ଏହି ଟ୍ରେନ୍ ନିର୍ମାଣ ଲାଗି ୧୮ ମାସ ସମୟ ଲାଗିଥିଲା । ରାଏବରେଲି ସ୍ଥିତ ମଡର୍ଣ୍ଣ କୋଚ କଂପାନି ଏହାକୁ ନିର୍ମାଣ କରିଛନ୍ତି ଓ ଏଥିରେ ପ୍ରାୟ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଭଳି ଟ୍ରେନ ଦେଶରେ ନାହିଁ ।
ପ୍ରମୁଖ ଖବର
ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ