ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅବସରପ୍ରାପ୍ତ ସେନାଧିକାରୀଙ୍କ ସହିତ ଉରି ଚଳଚ୍ଚିତ୍ର ଦେଖିଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ବେଙ୍ଗୁଲୁରୁର ସେଣ୍ଟ୍ରାଲ ସ୍ପିରିଟ୍ ମଲ୍ରେ ଚଳଚ୍ଚିତ୍ର ଦେଖିବା ପରେ ସେ ସେନାର ଭୂୟଶୀ ପ୍ରଶଂସା କରିଥିଲେ ଓ ନିଜ ଟ୍ୱିଟର ପେଜରେ ମଧ୍ୟ ଫଟୋ ପକାଇଥିଲେ । ଉରିରେ ଭାରତର ୧୭ ଜଣ ସେନାଙ୍କୁ ହତ୍ୟା ପରେ ୨୦୧୬ରେ ପାକିସ୍ତାନରେ ଲଞ୍ଚ ପ୍ୟାଡରେ ସର୍ଜିକାଲ ଷ୍ଟା୍ରଇକ କରିଥିଲେ । ଏହାକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏଥିରେ ସେନାର ଯୋଶ ସଂପର୍କରେ ଥିବା ବେଶ ଲୋକପ୍ରିୟତା ହାସଲ କରିଛି, ଯାହା ମନ୍ତ୍ରୀଙ୍କୁ ମଧ୍ୟ ପ୍ରଭାବିତ କରିଥିବା ତାଙ୍କ ଟ୍ୱିଟ୍ରୁ ସୂଚନା ମିଳୁଛି ।
ପ୍ରମୁଖ ଖବର
୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି