ରାୟପୁର: ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ଭୋଟରଙ୍କୁ ଚକ୍ମା ଦେଇଥିଲା ବିଜେପି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ପାଦେ ଆଗକୁ ଯାଇଛନ୍ତି । ଛତିଶଗଡ ରାୟପୁରରେ ଏକ ସଭାରେ ଯୋଗଦେଇ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ସର୍ବନିମ୍ନ ରୋଜଗାର ଭତ୍ତା ଦିଆଯିବ । ରାହୁଲଙ୍କ ଏହି କାର୍ଡ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
କୃଷି ଋଣ ଛାଡ କରି ଚାଷୀଙ୍କ ଆସ୍ଥାଭାଜନ ହୋଇଥିବା ରାହୁଲଙ୍କୁ ଏହି ପ୍ରସଙ୍ଗ ଭୋଟ ହାତେଇବାରେ ସହାୟକ ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଲେଣି । ରାୟପୁର ସମାବେଶରେ ଯୋଗଦେଇ ରାହୁଲ ଆଜି କହିଥିଲେ, ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସେ, ତେବେ ଦେଶରୁ ଗରିବି ଓ ଭୋକ ସମ୍ପୂର୍ଣ୍ଣ ଦୂର କରାଯିବ । ସମସ୍ତଙ୍କୁ ସର୍ବନିମ୍ନ ରୋଜଗାର ଭତ୍ତା ପ୍ରଦାନ କରାଯିବ । ଦୁଇଟି ଭାରତ କଂଗ୍ରେସ କଳ୍ପନା କରିପାରିବ ନାହିଁ ।
କେନ୍ଦ୍ର ସରକାରଙ୍କୁ ପରୋକ୍ଷରେ ଆକ୍ଷେପ କରି ରାହୁଲ କହିଥିଲେ, ୧୫ଟି ବଡ ବଡ ଶିଳ୍ପ ସଂସ୍ଥାକୁ ୩.୫ ଲକ୍ଷ କୋଟି ଟଙ୍କା ଛାଡ କରାଗଲା । ଚାଷୀଙ୍କ ଋଣ କିନ୍ତୁ ଛାଡ କରାଯାଇପାରିବ ନାହିଁ?
ରାଫେଲ ଘଟଣାର ସ୍ମରଣ କରି ରାହୁଲ କହିଥିଲେ, ଫ୍ରାନ୍ସର ବେକାରୀ ଦୂର ପାଇଁ ମୋଦୀ ସରକାର ପଦକ୍ଷେପ ନେଲେ । ହେଲେ ଓଡ଼ିଶାର ହାଲକୁ ସୁଯୋଗ ମିଳିଲା ନାହିଁ । ଏହାଦ୍ୱାରା ଓଡ଼ିଶା ଓ ଛତିଶଗଡର ହଜାର ହଜାର ବେକାରୀଙ୍କ ହାତକୁ ନିଯୁକ୍ତି ମିଳିଥାନ୍ତା ।
ଉଲ୍ଲେଖଯୋଗ୍ୟ, କ୍ଷମତାକୁ ଆସିବାର ଦଶଦିନ ମଧ୍ୟରେ ଋଣ ଛାଡ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଆଉ ପରିଣାମ ହେଲା, ୧୫ ବର୍ଷର ବିଜେପି ଶାସନର ପରିସମାପ୍ତି ଘଟାଇ ଛତିଶଗଡ ଭୋଟର କଂଗ୍ରେସ ସପକ୍ଷରେ ରାୟ ଦେଲେ । ରାହୁଲ ତୁରନ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି । କେବଳ ଛତିଶଗଡ ନୁହେଁ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଛି । ଏଣୁ ସ୍ୱାଭାବିକ ଭାବେ ରାହୁଲଙ୍କ ଏହି ପ୍ରତିଶ୍ରୁତିକୁ ଭୋଟର ବିଶ୍ୱାସ କରିବାର ସମ୍ଭାବନା ଅଧିକ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି ।
ପ୍ରମୁଖ ଖବର
ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’