ଭୁବନେଶ୍ୱର: ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଗର୍ଜନ ତର୍ଜନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋର୍ଟ କଣ୍ଟ୍ରୋଲ ବୋଲି ଆକ୍ଷେପ କରି କଡା ସମାଲୋଚନା କରିଥିଲେ ।
ଆଜି ରଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ୮ଟି ଶଦ୍ଦରେ ସେ ରାହୁଲଙ୍କୁ ପ୍ରତିଜବାବ ଦେଇ କହିଛନ୍ତି , ବିଲକୁଲ୍ ବକଵାସ । କେବଳ ସେତିକି ଏହି ଶଦ୍ଦ ଉଚ୍ଚାରଣ ପରେ ନବୀନଙ୍କ ହସ ଚର୍ଚ୍ଚାର ବିଷୟ ହୋଇଛି ।
ରାହୁଲଙ୍କୁ ଗୁରୁତ୍ୱର ସହ ନେବାକୁ ଚାହୁଁନାହାନ୍ତି, ଏକଥା ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ନବୀନ । ବରଂ ତାଙ୍କୁ ହସି ଉଡାଇ ଦେଇଛନ୍ତି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଅବାନ୍ତର କହି ନବୀନ ହାଲୁକା କରିଦେଇଛନ୍ତି । ମୋଦୀଙ୍କୁ ସହ୍ୟ କହିପାରୁନଥିବା କଥା କହିଥିଲେ ଧର୍ମେନ୍ଦ୍ର ।
ଅଳ୍ପ କଥାରେ ପ୍ରତିଜବାବ ଦେବାରେ ସିଦ୍ଧ ହସ୍ତ ନବୀନଙ୍କ ଏହି ଦୁଇଟି ପ୍ରତିକ୍ରିୟାକୁ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ