ଓଡ଼ିଆ ଭାଷା କହୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ବାଛ
ବିଜେଡି, କଂଗ୍ରେସ ବିକାଶ କଲେନି, ଏଥର ବିଜେପିକୁ ଦିଅ
ପଞ୍ଚାୟତ ନିର୍ବାଚନ ଫଳାଫଳ କହୁଛି, ଏଥର ପଦ୍ମଫୁଲର ସରକାର
ପ୍ରଚୁର ପରିଶ୍ରମ କରିବା ଲାଗି କର୍ମୀଙ୍କୁ କହିଲେ
କଟକ: ବିଜେଡିର ୧୯ ବର୍ଷର ଶାସନ ଚାଲିଲା । ୨୦୧୯ରେ ନିର୍ବାଚନହେବାକୁ ଯାଉଛି । ଏଥର ଏ ସରକାରଙ୍କୁ ବିଦା କରନ୍ତୁ । ଆପଣମାନେ କଂଗ୍ରେସକୁ ବାରମ୍ୱାର କ୍ଷମତା ଦେଲେ ଓଡ଼ିଶାର ବିକାଶ ହେଲାନି । ନବୀନ ବାବୁଙ୍କୁ ସୁଯୋଗ ଦେଲେ ଗରିବିରୁ ମୁକୁଳିପାରିଲା ନାହିଁଓଡ଼ିଶା । ଥରେ ବିଜେପିକୁ ୫ବର୍ଷ ପାଇଁ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ଏକ ନମ୍ୱର ସ୍ଥାନରେ ରହିବ ।
ସ୍ଥାନୀୟ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଳିଆରେ ଆଜି କର୍ମୀଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ ସରକାରଙ୍କ ଉପରେ ଗର୍ଜିବା ସହିତ କର୍ମୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଯଥେଷ୍ଟ ବଳ ଦେବାକୁ ଚେଷ୍ଟା କରିଥିଲେ । ହେଲେ ଏତେସବୁ ପରେ ବି କିନ୍ତୁ ଶ୍ରୀ ଶାହ ମିସନ ୧୨୦ ଶଦ୍ଦ ଧରି ଦମ୍ଭୋକ୍ତି ଦେଖାଇପାରି ନଥିଲେ ।
ପାଖାପାଖି ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ହଜାର ହଜାର କର୍ମୀଙ୍କୁ ସମ୍ୱୋଧିତ କରି ଆଜି ଶ୍ରୀ ଶାହ କହିଥିଲେ, ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏବେ ଦେଶର କୋଣ ଅନୁକୋଣରେ ଦେଖାଯାଉଛି, ୨୦୧୯ ଫଳାଫଳ ମୋଦୀଙ୍କ ସପକ୍ଷରେ ଯାଉଛି । ଏଣୁ ଓଡ଼ିଶାର ଲୋକେ ଏଥିରେ ଭାଗ ରଖିବା ଉଚିତ । ଏଠାରୁ ଉତ୍କଳବାସୀ ପ୍ରଚୁର ମାତ୍ରାରେ ସାଂସଦ ପଠାନ୍ତୁ, ଯାହା ଫଳରେ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ସରକାର ଗଠନ ହେବ । ଆଜି ସମ୍ମେଳନରୁ କର୍ମୀମାନେ ସଂକଳ୍ପ କରି ଯାଆନ୍ତୁ, ଯେ ପର୍ଯ୍ୟନ୍ତ ମୋଦୀଙ୍କ ଶପଥ ହୋଇନି, ଆରାମ ନେବେନି କି ବିଶ୍ରାମ କରିବେନି । ଏହି ଅବସରରେ ମଧୁବାବୁଙ୍କ ସ୍ୱପ୍ନର ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ କରିବା ଲାଗି ଆହ୍ୱାନ ଦେଇ ଶ୍ରୀ ଶାହ କହିଥିଲେ, ଆସନ୍ତା ବିଧାନସଭାରେ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ । ପରିବର୍ତନ ଆଣନ୍ତୁ ।
କର୍ମୀଙ୍କୁ ବଳ ଦେବାକୁ ଯାଇ ଶ୍ରୀ ଶାହ କହିଥିଲେ, ଏହି ଦଳ କାର୍ଯ୍ୟକର୍ତାଙ୍କର ଦଳ । ଏହା ନେତାଙ୍କର ଦଳନୁହେଁ । ଆସନ୍ତା ସରକାର କେନ୍ଦ୍ରରେ ବିଜେପିର ସରକାର ହେବ । ଓଡ଼ିଶାରେ ବି ବିଜେପି ସରକାର କରିବ । ଉତ୍କଳ ପ୍ରଦେଶ ସହଯୋଗରେ କେନ୍ଦ୍୍ରରେ ସରକାର ହେବ । ଭାରତୀୟ ଜନତା ପାର୍ଟି ସରକାର ଗରିବ ଓ ଆଦିବାସୀଙ୍କର । ରାହୁଲ ବାବାଙ୍କ ଦଳ ଚାରି ପିଢି ଧରି ଅର୍ଥାତ୍ ପ୍ରାୟ ୫୫ ବର୍ଷ ଧରି ଶାସନ କଲେ । ଗରିବ ଘର ଚୁଲି ଜଳୁଥିଲା । ମୋଦୀ, ଧର୍ମେନ୍ଦ୍ର ଗ୍ୟାସ ଆଣିଲେ । ୮ କୋଟି ପରିବାର ନିକଟରେ ପାଇଖାନା ନଥିଲା । ସେମାନଙ୍କୁ ସମ୍ମାନ ବିଜେପି ଦେଲା । ୧୯ ହଜାର ଗାଁରେ ବିଜୁଳି ପହଞ୍ଚାଇବା କାମ ବି ବିଜେପି ସ
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ଶାହ କହିଥିଲେ, କେନ୍ଦ୍ର ସରକାର ଏତେ ଯୋଜନା କରୁଥିଲେ ହେଁ, କିଛି ଯୋଜନାକୁ ନବୀନ ବାବୁଙ୍କ ସରକାର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦେଉନାହାନ୍ତି । ଏହି ଅବସରରେ ସେ ଆୟୁଷ୍ମାନ ଯୋଜନାର ନାଁ ନେଇଥିଲେ । କହିଥିଲେ, ଏହି ଯୋଜନା ୫୦ କୋଟି ଗରିବଙ୍କର । ଏଥିରେ ପାଞ୍ଚ ଲକ୍ଷ ଟଙ୍କା ସୁବିଧା ମିଳିପାରିବ । ଏ ସାରା ଖର୍ଚ୍ଚ ଭାରତର ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, ଏହି ଯୋଜନା କାହିଁକି ଗରିବଙ୍କୁ ମିଳିପାରୁନି? ସୁରଟରେ କାମ କରୁଥିବା ଲୋକ ରୋଗରେ ପଡିଲେ, କିଏ ତାର ଚିକିତ୍ସା କରିବ? ଯଦି ରାଜ୍ୟ ସରକାର ଏହି ଯୋଜନା ନେଇଥାନ୍ତେ, ତେବେ ସେମାନେ ଏଥିରୁ ଉପକୃତ ହୁଅନ୍ତେ । ହେଲେ ନବୀନଙ୍କ ମନରେ ଭୟ ରହିଛିଯେ ଏହି ଯୋଜନା ଲାଗୁ କଲେ ମୋଦୀ ସରକାର ଲୋକପ୍ରିୟ ହେବ । ଭାରତ ଜନତା ପାର୍ଟି ବଢିବ । କିନ୍ତୁ ନବୀନ ବାବୁ ଜାଣି ରଖିବା ଦରକାର ଯେ ପଞ୍ଚାୟତ ନିର୍ବାଚନ ଫଳାଫଳ ଜଣାଉଛି ଯେ ଆସନ୍ତା ସରକାର ବିଜେପି ସରକାର,ପଦ୍ମଫୁଲର ସରକାର ହେବ ।
ଶ୍ରୀ ଶାହ ଆହୁରି କହିଥିଲେ, ଓଡ଼ିିଶା ସମ୍ପତ୍ତିରେ ଭରପୂର । ଓଡ଼ି଼ିଶାବାସୀ କାହିଁକି ନୁହେଁ? ଗୁଜରାଟ, ମହାରାଷ୍ଟ୍ରର ବିକାଶ ହେଉଛି, ଏଥିରେ ଉତ୍କଳବାସୀଙ୍କର ଭୂମିକା ରହିଛି । ଏଠାରେ ସମ୍ପତ୍ତି ପଡିଛି । ପରିଶ୍ରମ କରିବା ଭଳି ଯୁବକ ଅଛନ୍ତି । ଓଡ଼ିଶା ବିକାଶ କାହିଁକି ହେଉନି? ସରକାର ଏମିତି ଅଛି, ଯିଏ ବିକାଶ କରିବା ଜାଣିନି । ଆମେ ଏମିତି ସରକାର ଦେବା, ଯିଏ ଓଡ଼ିଶାକୁ ନମ୍ୱର ୧ରେ ପରିଣତ କରିବ ।
ଶ୍ରୀ ଶାହ କହିଥିଲେ, ମୋଦୀ ନୂଆ ଓଡିଶା ତିଆରି କରିବାକୁ ଚାହୁଁଛନ୍ତି । ଗରିବି, ରୋଗୀ, ବେକାରୀ ନଥିବେ, ଏମିତି ଓଡ଼ିଶା ଗଠନ କରିବାକୁ ମୋଦୀ ଚାହୁଁଛନ୍ତି । ଓଡ଼ିଶା ଲୋକଙ୍କୁ ହିସାବ ଦେବାକୁ ଚାହୁଁଛି ଯେ ରାହୁଲ ବାବା ସରକାରରେ ୭୯ ହଜାର କୋଟି ଟଙ୍କା ମିଳିଥିଲା । ମାତ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ୨ଲକ୍ଷ ୧୧ହଜାର ୫୧୦ କୋଟି ଟଙ୍କା ମିଳିଛି । ଏହା ବ୍ୟତୀତ ୫୧ ହଜାର କୋଟି ଟଙ୍କା ଦିଆଗଲା । ୩୩ ହଜାର କୋଟି ଟଙ୍କାର ମୁଦ୍ରା ବ୍ୟାଙ୍କ ଲୋନ ଦିଆଗଲା । ୧ଲକ୍ଷ ୩୭ ୮୧୬ କୋଟି ପେଟ୍ରୋଲିୟମ ଦିଆଗଲା । ଡିଏମ୍ଏଫର ୪ହଜାର କୋଟି, ଏମିତି ମିଶାଇଲେ ମୋଟ ୫ଲକ୍ଷ ୧୩ ହଜାର କୋଟି ଟଙ୍କା ନରେନ୍ଦ୍ର ମୋଦୀ ସରକାର ଓଡ଼ିଶାକୁ ଦେଇଛନ୍ତି । ହେଲେ ଏ ଟଙ୍କା ଗାଁ ଯାଏ ପହଞ୍ଚିଲା କି? ୨୪ ଘଣ୍ଟା ବିଜୁଳି ଆସୁଛି? ପାଇପ ପାଣି ମିଳୁଛି? ୪୦ ପ୍ରତିଶତ ଲୋକଙ୍କୁ ଘର ମିଳିପାରିଲା ନାହି? ୩୦ ପ୍ରତିଶତ ଲୋକଙ୍କୁ ପିଇବା ପାଣି ମିଳୁନି? ମରୁଡି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ରାଜ୍ୟ ସରକାର ସୁରକ୍ଷା ଦେଇପାରିଲେ ନାହିଁ ବୋଲି ପଚାରି ଶ୍ରୀ ଶାହ ଗର୍ଜିଥିଲେ ।
ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟର ଅନ୍ୟ ନେତାମାନେ ବି । ଏହା ପୂର୍ବରୁ ଆଜି ଅମିତ ଶାହ ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ଘର ବୁଲି ଦେଖିବା ସହିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରୁ ସେ କୁଳିଆ ଠାରେ ଆୟୋଜିତ ସଭାକୁ ଯାଇଥିଲେ ।
ପ୍ରମୁଖ ଖବର
ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ