ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ସୂଚନା କମିସନ ପଦରେ ମୁଖ୍ୟତଃ ଅମଲାମାନଙ୍କୁ ନିଯୁକ୍ତି ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ପ୍ରାୟ ସବୁ ରାଜ୍ୟ ସରକାର ଏହି ଦିଗରେ ଗତି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ । ଓଡ଼ିଶାରେ ମଧ୍ୟ ଏ ନେଇ ବହୁ ପୂର୍ବରୁ ମାନବାଧିକାର କର୍ମୀମାନେ ଆଙ୍ଗୁଠି ଉଠାଇଛନ୍ତି ।
ଏମିତି ସମୟରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି । କହିଛନ୍ତି, କେବଳ ଅବସରପ୍ରାପ୍ତ ବାବୁ ବା ବର୍ତମାନର ଅମଲାଙ୍କୁ ଏହି ପଦରେ କାହିଁକି ନିଯୁକ୍ତି ଦିଆଯାଉଛି । କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ୧୪ ଜଣଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ବିଚାରପତି ହୋଇଥିବା ବେଳେ ଅନ୍ୟମାନେ ଅମଲା ।
ବିଚାରପତି ଏ କେ ସିକ୍ରି, ବିଚାରପତି ଏସ୍ ଅବଦୁଲ୍୍ ନଜିର, ବିଚାରପତି ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ପ୍ରକ୍ରିୟାରେ ଆଇନ, ବୈଷୟିକ, ସାମ୍ୱାଦିକତା ଆଦି କ୍ଷେତ୍ରରୁ ଚୟନ କରିବାର ସୁଯୋଗ ରହିଛି । ହେଲେ ଅନ୍ୟ ବର୍ଗରୁ କାହାକୁ ନିଆଯାଉନାହିଁ ।
୯୯ ପ୍ରତିଶତ ବାବୁଙ୍କୁ ହିଁ ସୂଚନା ଆୟୋଗରେ ବସାଯାଉଥିବା ନେଇ ସୂଚନାଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଏଥିରେ କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନାକୁ ବି ସାମିଲ କରାଯାଇଥିଲା ।
ପ୍ରମୁଖ ଖବର
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ