ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ସୂଚନା କମିସନ ପଦରେ ମୁଖ୍ୟତଃ ଅମଲାମାନଙ୍କୁ ନିଯୁକ୍ତି ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ପ୍ରାୟ ସବୁ ରାଜ୍ୟ ସରକାର ଏହି ଦିଗରେ ଗତି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ । ଓଡ଼ିଶାରେ ମଧ୍ୟ ଏ ନେଇ ବହୁ ପୂର୍ବରୁ ମାନବାଧିକାର କର୍ମୀମାନେ ଆଙ୍ଗୁଠି ଉଠାଇଛନ୍ତି ।
ଏମିତି ସମୟରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି । କହିଛନ୍ତି, କେବଳ ଅବସରପ୍ରାପ୍ତ ବାବୁ ବା ବର୍ତମାନର ଅମଲାଙ୍କୁ ଏହି ପଦରେ କାହିଁକି ନିଯୁକ୍ତି ଦିଆଯାଉଛି । କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ୧୪ ଜଣଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ବିଚାରପତି ହୋଇଥିବା ବେଳେ ଅନ୍ୟମାନେ ଅମଲା ।
ବିଚାରପତି ଏ କେ ସିକ୍ରି, ବିଚାରପତି ଏସ୍ ଅବଦୁଲ୍୍ ନଜିର, ବିଚାରପତି ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ପ୍ରକ୍ରିୟାରେ ଆଇନ, ବୈଷୟିକ, ସାମ୍ୱାଦିକତା ଆଦି କ୍ଷେତ୍ରରୁ ଚୟନ କରିବାର ସୁଯୋଗ ରହିଛି । ହେଲେ ଅନ୍ୟ ବର୍ଗରୁ କାହାକୁ ନିଆଯାଉନାହିଁ ।
୯୯ ପ୍ରତିଶତ ବାବୁଙ୍କୁ ହିଁ ସୂଚନା ଆୟୋଗରେ ବସାଯାଉଥିବା ନେଇ ସୂଚନାଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଏଥିରେ କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନାକୁ ବି ସାମିଲ କରାଯାଇଥିଲା ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ