ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସୂଚନା କମିସନରେ କେବଳ ବାବୁ କାହିଁକି

0

ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ସୂଚନା କମିସନ ପଦରେ ମୁଖ୍ୟତଃ ଅମଲାମାନଙ୍କୁ ନିଯୁକ୍ତି ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ପ୍ରାୟ ସବୁ ରାଜ୍ୟ ସରକାର ଏହି ଦିଗରେ ଗତି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ । ଓଡ଼ିଶାରେ ମଧ୍ୟ ଏ ନେଇ ବହୁ ପୂର୍ବରୁ ମାନବାଧିକାର କର୍ମୀମାନେ ଆଙ୍ଗୁଠି ଉଠାଇଛନ୍ତି ।
ଏମିତି ସମୟରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି । କହିଛନ୍ତି, କେବଳ ଅବସରପ୍ରାପ୍ତ ବାବୁ ବା ବର୍ତମାନର ଅମଲାଙ୍କୁ ଏହି ପଦରେ କାହିଁକି ନିଯୁକ୍ତି ଦିଆଯାଉଛି । କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ୧୪ ଜଣଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ବିଚାରପତି ହୋଇଥିବା ବେଳେ ଅନ୍ୟମାନେ ଅମଲା ।
ବିଚାରପତି ଏ କେ ସିକ୍ରି, ବିଚାରପତି ଏସ୍‍ ଅବଦୁଲ୍‍୍‍ ନଜିର, ବିଚାରପତି ଏମ୍‍ ଆର୍‍ ଶାହଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ପ୍ରକ୍ରିୟାରେ ଆଇନ, ବୈଷୟିକ, ସାମ୍ୱାଦିକତା ଆଦି କ୍ଷେତ୍ରରୁ ଚୟନ କରିବାର ସୁଯୋଗ ରହିଛି । ହେଲେ ଅନ୍ୟ ବର୍ଗରୁ କାହାକୁ ନିଆଯାଉନାହିଁ ।
୯୯ ପ୍ରତିଶତ ବାବୁଙ୍କୁ ହିଁ ସୂଚନା ଆୟୋଗରେ ବସାଯାଉଥିବା ନେଇ ସୂଚନାଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଏଥିରେ କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନାକୁ ବି ସାମିଲ କରାଯାଇଥିଲା ।

Leave A Reply

Your email address will not be published.