ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ରବର୍ଟ ଭଦ୍ରା ଓ କୀର୍ତିଙ୍କୁ ଘାଣ୍ଟିଲା ଇଡି

0

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୁଣି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ମାରାଥନ୍
ଜେରା କରିଛି। ତାଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍ ମଧ୍ୟ ଇଡିକୁ ସାମ୍ନା କରିଛନ୍ତି। ଆଇଏନଏକ୍ସ ମିଡିଆ ମାମଲାରେ କାର୍ତ୍ତିଙ୍କୁ ଇଡିର ଅଧିକାରୀମାନେ ପଚାରିଥିଲେ।
ମନି ଲଣ୍ଡରିଂ କରି ଲଣ୍ଡନରେ ଏକାଧିକ ସମ୍ପତ୍ତି କ୍ରୟ କରିଥିବା ଅଭିଯୋଗରେ ରବର୍ଟ ଭଦ୍ରାଙ୍କୁ ଗତକାଲି ଇଡି ପ୍ରାୟ ୬ ଘଣ୍ଟା ପାଖାପାଖି ଜେରା କରାଯାଇଥିଲା। ଆଜି ପୁଣି ସେ ଇଡି କାର୍ଯ୍ୟାଳୟରେ ଜେରା ପାଇଁ ପହଞ୍ଚିଥିଲେ। ଗୁରୁବାର ତାଙ୍କୁ ୨ ଘଣ୍ଟା କାଳ ଜେରା କରାଯାଇଥିଲା। ଜେରା ପରେ ସେ ସିଧାସଳଖ ଗାଡ଼ିରେ ବସି ଚାଲି ଯାଇଥିଲେ। ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିବା କୌଣସି ପ୍ରଶ୍ନର ଉତ୍ତର ସେ ଦେଇ ନଥିଲେ। ଆଜି ଇଡି କାର୍ଯ୍ୟାଳୟ ସମ୍ମୁଖରେ ଦିଲ୍ଲୀ ପୁଲିସ ଓ ଆଇଟିବିପି ‌ପୁଲିସ ମୁତୟନ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିୟନ୍ତ୍ରଣ କରିବା ଲାଗି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ ନିର୍ମାଣ କରାଯାଇଥିଲା। ଶୁକ୍ରବାର ପି ଚିଦମ୍ବରମଙ୍କୁ ଇଡି ଜେରା କରିବା ସମ୍ଭାବନା ରହିଛି।

Leave A Reply

Your email address will not be published.