ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରବର୍ଟ ଭଦ୍ରା ଓ କୀର୍ତିଙ୍କୁ ଘାଣ୍ଟିଲା ଇଡି

0

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୁଣି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ମାରାଥନ୍
ଜେରା କରିଛି। ତାଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍ ମଧ୍ୟ ଇଡିକୁ ସାମ୍ନା କରିଛନ୍ତି। ଆଇଏନଏକ୍ସ ମିଡିଆ ମାମଲାରେ କାର୍ତ୍ତିଙ୍କୁ ଇଡିର ଅଧିକାରୀମାନେ ପଚାରିଥିଲେ।
ମନି ଲଣ୍ଡରିଂ କରି ଲଣ୍ଡନରେ ଏକାଧିକ ସମ୍ପତ୍ତି କ୍ରୟ କରିଥିବା ଅଭିଯୋଗରେ ରବର୍ଟ ଭଦ୍ରାଙ୍କୁ ଗତକାଲି ଇଡି ପ୍ରାୟ ୬ ଘଣ୍ଟା ପାଖାପାଖି ଜେରା କରାଯାଇଥିଲା। ଆଜି ପୁଣି ସେ ଇଡି କାର୍ଯ୍ୟାଳୟରେ ଜେରା ପାଇଁ ପହଞ୍ଚିଥିଲେ। ଗୁରୁବାର ତାଙ୍କୁ ୨ ଘଣ୍ଟା କାଳ ଜେରା କରାଯାଇଥିଲା। ଜେରା ପରେ ସେ ସିଧାସଳଖ ଗାଡ଼ିରେ ବସି ଚାଲି ଯାଇଥିଲେ। ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିବା କୌଣସି ପ୍ରଶ୍ନର ଉତ୍ତର ସେ ଦେଇ ନଥିଲେ। ଆଜି ଇଡି କାର୍ଯ୍ୟାଳୟ ସମ୍ମୁଖରେ ଦିଲ୍ଲୀ ପୁଲିସ ଓ ଆଇଟିବିପି ‌ପୁଲିସ ମୁତୟନ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିୟନ୍ତ୍ରଣ କରିବା ଲାଗି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ ନିର୍ମାଣ କରାଯାଇଥିଲା। ଶୁକ୍ରବାର ପି ଚିଦମ୍ବରମଙ୍କୁ ଇଡି ଜେରା କରିବା ସମ୍ଭାବନା ରହିଛି।

Leave A Reply

Your email address will not be published.