ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ

0

ନ୍ୟୁଜ୍ ବ୍ୟୁରୋ: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ସୁଟିଂରୁ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି। ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ଏଲାଭେନିଲ୍ ଭାଲାରିଭାନ୍, ସୋନମ ମାସ୍କର ଓ ବିଦର୍ଶା କେ. ବିନୋଦଙ୍କ ଦଳ ରୌପ୍ୟ ପଦକ ଜିତିଛି। ଭାରତୀୟ ଦଳ ମୋଟ ୧୮୯୮.୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। ୧୯୦୪.୨ ପଏଣ୍ଟ ସହ ଚୀନ୍ ସ୍ୱର୍ଣ୍ଣ ଏବଂ ୧୮୯୭.୧ ପଏଣ୍ଟ ସହ ଆୟୋଜକ ଜାପାନ କାଂସ୍ୟ ପଦକ ହାସଲ କରିଛି। ଦଳ ପକ୍ଷରୁ ସୋନମ ୬୩୪.୧, ଏଲାଭେନିଲ୍ ୬୩୩.୫ ଓ ବିଦର୍ଶା ୬୩୦.୪ ପଏଣ୍ଟ ସ୍କୋର କରିଥିଲେ।

ଏହାପରେ ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲ୍‌ରେ ମଧ୍ୟ ଏଲାଭେନିଲ୍ ଭାଲାରିଭାନ୍ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍‌ରେ ୨୫୨.୪ ପଏଣ୍ଟ ସ୍କୋର କରି ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥିସହ ଏଲାଭେନିଲ୍ ଏହି ସଂସ୍କରଣରେ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି। ଦଳୀୟ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଏଲାଭେନିଲ୍ ଓ ସୋନମ ବ୍ୟକ୍ତିଗତ ଫାଇନାଲ୍ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ଆଗକୁ ବିଭିନ୍ନ ସୁଟିଂ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତିଯୋଗିତା ଜାରି ରହିବ।

Leave A Reply

Your email address will not be published.