ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ

0

ନ୍ୟୁଜ୍ ବ୍ୟୁରୋ: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ସୁଟିଂରୁ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି। ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ଏଲାଭେନିଲ୍ ଭାଲାରିଭାନ୍, ସୋନମ ମାସ୍କର ଓ ବିଦର୍ଶା କେ. ବିନୋଦଙ୍କ ଦଳ ରୌପ୍ୟ ପଦକ ଜିତିଛି। ଭାରତୀୟ ଦଳ ମୋଟ ୧୮୯୮.୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। ୧୯୦୪.୨ ପଏଣ୍ଟ ସହ ଚୀନ୍ ସ୍ୱର୍ଣ୍ଣ ଏବଂ ୧୮୯୭.୧ ପଏଣ୍ଟ ସହ ଆୟୋଜକ ଜାପାନ କାଂସ୍ୟ ପଦକ ହାସଲ କରିଛି। ଦଳ ପକ୍ଷରୁ ସୋନମ ୬୩୪.୧, ଏଲାଭେନିଲ୍ ୬୩୩.୫ ଓ ବିଦର୍ଶା ୬୩୦.୪ ପଏଣ୍ଟ ସ୍କୋର କରିଥିଲେ।

ଏହାପରେ ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲ୍‌ରେ ମଧ୍ୟ ଏଲାଭେନିଲ୍ ଭାଲାରିଭାନ୍ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍‌ରେ ୨୫୨.୪ ପଏଣ୍ଟ ସ୍କୋର କରି ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥିସହ ଏଲାଭେନିଲ୍ ଏହି ସଂସ୍କରଣରେ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି। ଦଳୀୟ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଏଲାଭେନିଲ୍ ଓ ସୋନମ ବ୍ୟକ୍ତିଗତ ଫାଇନାଲ୍ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ଆଗକୁ ବିଭିନ୍ନ ସୁଟିଂ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତିଯୋଗିତା ଜାରି ରହିବ।

Leave A Reply

Your email address will not be published.