ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବେଶୀ ଟଙ୍କା ନେଇଗଲା କୃଷି

0

୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବାର୍ଷିକ ବଜେଟ୍‌
ମୁଖ୍ୟମନ୍ତ୍ରୀ େଘାଷଣା କରିଥିଲେ, ଶଶୀ ଅର୍ଥ ବରାଦ େଦଲେ
ଚାରିମାସ ପାଇଁ ୫୬ହଜାର ୯୨୧ େକାଟିର େଲଖାନୁଦାନ
ନବୀନଙ୍କ ନଜରରେ ଗାଁ, ଆଦିବାସୀ, ଯୁବକ, ଗରିବ, ମହିଳା
ଭୁବନେଶ୍ବର: େକନ୍ଦ୍ର ସରକାରଙ୍କ ଭଳି ଅନ୍ତରୀଣ ବଜେଟରେ କୌଣସି ନୂଆ େଯାଜନା ନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଯାହା େଘାଷଣା କରିଥିଲେ, େସସବୁ ପାଇଁ େକବଳ ଅର୍ଥ ବରାଦ କରି ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ େବହେରା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ରୂପରେଖ ବିଧାନସଭା ସାମ୍ନାକୁ ଆଣିଛନ୍ତି। ୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବାର୍ଷିକ ବଜେଟ୍‌ (ଗତବର୍ଷ ତୁଳନାରେ ୧୦.୪% ଅଧିକ ଅର୍ଥ ବରାଦ)କୁ ନିେରଖି ଦେଖିେଲ ଏକଥା ସହଜରେ ଜଣାପଡୁଛି େଯ ସରକାରଙ୍କ େଫାକସରେ ଚାଷୀ ହିଁ ଅଛନ୍ତି। ଏହାବ୍ୟତୀତ ଗାଁ, ଆଦିବାସୀ, ମହିଳା, ସାମାଜିକ ନିରାପତ୍ତା ତଥା ଯୁବ ବର୍ଗକୁ ଆକର୍ଷିତ କରିବା ଲାଗି ବଜେଟରେ ପୁଳା ପୁଳା ଟଙ୍କା ଅଜାଡି ଦିଆଯାଇଛି। ଅର୍ଥମନ୍ତ୍ରୀ ସବୁଠାରୁ ଅଧିକ ଅର୍ଥ ଲଦିଛନ୍ତି ୨୦୧୯ ନିର୍ବାଚନର େଗମ୍ େଚଞ୍ଜର େବାଲି କୁହାଯାଉଥିବା କାଳିଆ େଯାଜନା ଉପରେ। େମାଟ ବଜେଟ୍ ଆକଳନର ୧୪.୭%, କେବଳ ଏହି କୃଷି େକ୍ଷତ୍ର ପାଇଁ ଉଦ୍ଦିଷ୍ଟ।
ଅର୍ଥନୈତିକ ବିଶାରଦମାନଙ୍କ କହିବା ଅନୁସାରେ, ସରକାର ନିର୍ବାଚନ ମନସ୍କ ଅଛନ୍ତି। କୌଣସି ନୂଆ େଘାଷଣା େହାଇନଥିଲେ ହେଁ, ଅର୍ଥର ପରିମାଣ ଦେଖାଇ କାହାକୁ କେତେ ଗୁରୁତ୍ବ ଦିଆଯାଉଛି, ତାହାକୁ ସୂଚାଇଛନ୍ତି। େଯଉଁ େଯଉଁ େକ୍ଷତ୍ରରୁ େଭାଟ ଟାଣିହୋଇ ଆସିଲେ, ନବୀନ ପଞ୍ଚମ ଥର ନିର୍ବାଚିତ େହବେ, ସେହି େସହି େକ୍ଷତ୍ର ଉପରେ ଗୁରୁତ୍ବ ଦିଆଯାଇଛି। େଯମିତିକି ସରକାରଙ୍କ କଥା ଓ କାମ ଭିତରେ ତାରତମ୍ୟ ପ୍ରତିଫଳିତ େହବ ନାହିଁ।
କୃଷି ଓ ଆନୁସଙ୍ଗିକ େକ୍ଷତ୍ର ପାଇଁ ୧୯ହଜାର ୫୫୭ େକାଟି (ଗତବର୍ଷ ତୁଳନାରେ ୧୬.୭% ଅଧିକ ଅର୍ଥ ବରାଦ) କରାଯାଇଛି। ଏହାକୁ ଛାଡି ଶିକ୍ଷା ଓ ଦକ୍ଷତା ବିକାଶ େକ୍ଷତ୍ର ପାଇଁ ୧୯ହଜାର ୯୧୧ େକାଟି, ସ୍ବାସ୍ଥ୍ୟ େକ୍ଷତ୍ର ୬ହଜାର ୭୦୮ େକାଟି, ପାଇପ େଯାଗେ ପାନୀୟ ଜଳ େଯାଗାଣ ପାଇଁ ୨୯୩୫ େକାଟି, ଅନୁସୂଚିତ ଜନଜାତି ଓ ଜାତିମାନଙ୍କ ଚିହ୍ନିତ େଯାଜନା ଦ୍ବାରା କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୨ ହଜାର ୪୪ େକାଟି ଟଙ୍କା ବ୍ୟୟ କରିବା ଲାଗି ଅର୍ଥମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି।
ଅର୍ଥମନ୍ତ୍ରୀ କିନ୍ତୁ ଚତୁରତାର ସହିତ କହିଛନ୍ତି, େଯହେତୁ ନୂଆ ସରକାରଙ୍କର ନୂତନ କାର୍ଯ୍ୟକ୍ରମ ଓ େଯାଜନା େଘାଷଣା କରିବାର ଅଧିକାର ଅଛି, ଏଣୁ ଆର୍ଥିକ ବର୍ଷପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତେ ପ୍ରଥମ ଚାରିମାସ ପାଇଁ ୫୬ହଜାର ୯୨୧ େକାଟି ଟଙ୍କାର େଲଖାନୁଦାନ ଗୃହରେ ପାରିତ କରାଯିବ। ପରୋକ୍ଷରେ ଜଣାଇବାକୁ ଚାହିଁଛନ୍ତି, େକନ୍ଦ୍ରଭଳି ରାଜ୍ୟ ବଜେଟ୍ ସୀମା ଲଂଘନ କରିବାକୁ ଚାହିଁନାହିଁ। ତେବେ ଏହି ଅନ୍ତରୀଣ ବଜେଟରେ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ (୯୦ େକାଟି) ପାଇଁ ଶତପ୍ରତିଶତ ଅର୍ଥ ନିଆଯାଇଛି। ତାକୁ ଛାଡି ଅନ୍ୟାନ୍ୟ ବାର୍ଷିକ ବ୍ୟୟ ଅଟକଳର ୪୦% ଅର୍ଥ ବରାଦ କରାଯାଇଛି।
ବଜେଟ ଉପସ୍ଥାପନ େବଳେ ଅର୍ଥମନ୍ତ୍ରୀ ଦାବି କରିଛନ୍ତି, ୧୮ ବର୍ଷ ମଧ୍ୟରେ ରାଜ୍ୟର ନିଜସ୍ବ ଆୟ ସାମଗ୍ରିକ ଘରୋଇ ଉତ୍ପାଦର ପ୍ରତିଶତ ହିସାବରେ ପ୍ରାୟ ଦ୍ବିଗୁଣିତ େହାଇଛି। ୨୦୦୫-୦୬ରୁ ବଳକା ରାଜ୍ୟରେ ପରିଣତ େହାଇଛି ଓଡ଼ିଶା। େସହିଭଳି ଗତ ୧୦ବର୍ଷ ମଧ୍ୟରେ ୮୦ଲକ୍ଷ େଲାକ ଦାରିଦ୍ର୍ୟ ସୀମାେରଖା ଉପରକୁ ଆଣିବାକୁ ସରକାର ସକ୍ଷମ େହାଇଛନ୍ତି।
ବଜେଟ୍େର େଠାସ୍ କିଛି େଘାଷଣା େହାଇନଥିଲେ ମଧ୍ୟ ଆସନ୍ତା ଦିନରେ ଆଉ ୫ଟି ନୂତନ ସରକାରୀ େଭଷଜ ମହାବିଦ୍ୟାଳୟ ସ୍ଥାପନ େଯାଜନା, ପ୍ରତି ଜିଲ୍ଲାରେ ସମସ୍ତ ସୁବିଧା ଥାଇ େସ୍ପାର୍ଟସ କଂପ୍ଲେକ୍ସ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଭଳି ସହରରେ ବିଶ୍ବସ୍ତରୀୟ ସାଟେଲାଇଟ୍ ଷ୍ଟାଡିୟମ୍ ନିର୍ମାଣ, ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ କୃତ୍ରିମ ଘାସ ହକି ପଡିଆ, ଆଉ ୬ଟି ଡିଗ୍ରିସ୍ତରୀୟ ମହାବିଦ୍ୟାଳୟ ପ୍ରତିଷ୍ଠା ସଂପର୍କରେ ସୂଚନା ଦିଆଯାଇଛି।
େକନ୍ଦ୍ର ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ େବାଲି ଦାବି କରି ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ବ ଓ ରାଷ୍ଟ୍ରୀୟ ଅର୍ଥନୀତି ଅଭିବୃଦ୍ଧିର ଏହି ଧାରା ଅବ୍ୟାହତ ରହିଲେ ରାଜ୍ୟ ଅର୍ଥନୀତି ୨୦୧୯-୨୦ ମସିହାରେ ୮ରୁ ୮.୫%କୁ ବୃଦ୍ଧି େହାଇପାରେ।
ବଜେଟ ରୂପରେଖ ବର୍ଣ୍ଣନା କରି ଶ୍ରୀ େବହେରା କହିଛନ୍ତି, ୨୦୧୯-୨୦ ଚିଠା ବଜେଟରେ ରାଜ୍ୟର ନିଜସ୍ବ ଓ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଆଦି ମିଶାଇ ମୋଟ ୧ଲକ୍ଷ ୧୦ ହଜାର ୭ଶହ କୋଟି ଟଙ୍କା ମିଳିବ। କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅ˚ଶ ବାବଦକୁ ୩୯ ହଜାର ୨୦୬ କୋଟି, ନିଜସ୍ବ ଟିକସ ୩୩ହଜାର ୦୦୦ କୋଟି ଟଙ୍କା, ନିଜସ୍ବ ଅଣ ଟିକସ ବାବଦରେ ୧୨ହଜାର କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୬ ହଜାର ୫୦୩ କୋଟି ୪୧ଲକ୍ଷ ଟଙ୍କା ଓଡ଼ିଶା ପାଇବ େବାଲି ହିସାବ କରାଯାଇଛି। ଅନ୍ୟପକ୍ଷରେ ଦରମା ବାବଦରେ ୨୫ ହଜାର ୫୦୦ କୋଟି, ପେନସନ୍‌ ୧୩ହଜାର ୩୦୦ କୋଟି, ସୁଧ ୬ହଜାର ୫୦୦ କୋଟି, ପୁଞ୍ଜି ସ˚ପତ୍ତି ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ୪୮୮୦ କୋଟି ଏହିଭଳି ମୋଟ ୫୮ହଜାର ୧୭୦ କୋଟି ପ୍ରଶାସନିକ ଖର୍ଚ୍ଚ କରାଯିବ। ପୁଞ୍ଜି ଖର୍ଚ୍ଚ ବାବଦରେ ସରକାର ୨୩ ହଜାର ୭୮୪ କୋଟି ଟଙ୍କା ଆକଳନ କରିଛନ୍ତି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ ୪.୪%।

Leave A Reply

Your email address will not be published.