ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ନବୀନଙ୍କ ରାସ୍ତାରେ ସୂର୍ଯ୍ୟ କଣ୍ଟା

0

କାଳିଆ ସଫଳତାକୁ ଅଟକାଉଛି ଧାନ କିଣା ଅବ୍ୟବସ୍ଥା
ସୂର୍ଯ୍ୟଙ୍କ ବାମ ହାତ କଳଙ୍କ ଡାହାଣ ହାତ ସଫଳତାକୁ ପୋଛୁଛି
ଗାଁ ଗାଁରେ ତେଜିଲାଣି ଅସନ୍ତୋଷ, ମନ୍ତ୍ରୀ, ପ୍ରଶାସନ ବେଫିକର

ଭୁବନେଶ୍ୱର: ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହାତରେ ରହିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ସମବାୟ ବିଭାଗର ମନ୍ତ୍ରୀ ମଧ୍ୟ ସେ । ରାଜ୍ୟ ସରକାର କାଳିଆ ଯୋଜନାକୁ ସବୁଠାରୁ ବଡ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ନିର୍ବାଚନ ରଣନୀତିରେ ଏହି ଯୋଜନା ଗେମ୍‍ ଚେଞ୍ଜର ହେବ ବୋଲି କୁହାଯାଉଛି । ଏହି ଦାୟିତ୍ୱଟି ସମବାୟ ବିଭାଗ ହାତରେ । କିନ୍ତୁ ବାସ୍ତବିକତା ହେଲା, ସୂର୍ଯ୍ୟଙ୍କ ବାମ ହାତର କଳଙ୍କ ଡାହାଣ ହାତର ସଫଳତାକୁ ପୋଛି ନେଲାଣି । ମନ୍ତ୍ରୀ ଅସହାୟ, ବେଫିକର ବି । ସରକାର ବିରୋଧରେ ଜନମତ ଥମିବା ବଦଳରେ ବଢିବାରେ ମନ୍ତ୍ରୀ ଏକ ପ୍ରମୁଖ ମାଧ୍ୟମ ପାଲଟିଛନ୍ତି ।
ସଂପ୍ରତି କାଳିଆ ଯୋଜନାକୁ ନେଇ ଗାଁ ଗଣ୍ଡାରେ ଲୋକମାନଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ ସୃଷ୍ଟି ହୋଇଛି । ବିରୋଧୀ ଏହାକୁ ଯେତେ ବିରୋଧ କଲେ ବି ଲୋକଙ୍କ ଭିତରେ ଏହା ସେତେଟା ପ୍ରଭାବ ପକାଇ ପାରୁନାହିଁ । ସମବାୟ ବିଭାଗର ଏହି ସଫଳତାକୁ କିନ୍ତୁ ସୂର୍ଯ୍ୟଙ୍କ ମୂଳ ବିଭାଗ ଅର୍ଥାତ୍‍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରତିଦିନ ମୋଡି ମକଚି ଦେବାରେ ଲାଗିଛି । ନିର୍ବାଚନ ବର୍ଷରେ ଧାନ ସଂଗ୍ରହ ବ୍ୟବସ୍ଥାରେ ଦେଖା ଦେଇଥିବା ଅବ୍ୟବସ୍ଥା ଏବେ ଗାଁ କୁ ଗାଁ ଡେଇଁବାରେ ଲାଗିଲାଣି ।
ସବୁଠାରୁ ବଡ କଥା ହେଲା, କଟନି ଛଟନି ବାବଦରେ ସର୍ବନିମ୍ନ ୩ ପ୍ରତିଶତ କାଟି ଦିଆଯାଉଛି । ମନ୍ତ୍ରୀ ସଚିବାଳୟରେ ବସି ଯେତେ ତମ୍ୱିତୋଫାନ କଲେ ବି ବିଭାଗୀୟ ଅଧିକାରୀଙ୍କ ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡୁନାହିଁ । ସବୁଠାରୁ ବଡ଼ କଥା ହେଲା, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଅଧିକାରୀମାନେ କେଉଁଠାରେ ବି ଚଢଉ କରୁନାହାନ୍ତି । କୋଟା ଆବଣ୍ଟନ କରି ବସିଯାଇଛନ୍ତି । ୨୪ ଘଣ୍ଟା ତ ଦୂରର କଥା, ୮ ଦିନ ପର୍ଯ୍ୟନ୍ତ ଆକାଉଣ୍ଟରେ ଟଙ୍କା ଜମା ହେଉନାହିଁ । କେବଳ ସେତିକି ନୁହେଁ, ମନଇଚ୍ଛା ମଣ୍ଡି ଖୋଲୁଛିି, ବନ୍ଦ ବି ସେମିତି ହେଉଛି । ଚାଷୀ ନାହିଁନଥିବା ଦୁର୍ଦଶାର ଶିକାର ହେଉଛନ୍ତି । ଗାଁ ଗଣ୍ଡାରେ ସରକାରଙ୍କ ବିରୋଧରେ ଏହି ଅବ୍ୟବସ୍ଥାଟି ସ୍ୱର ତେଜିବାରେ ସାହାଯ୍ୟ କଲେଣି । ଗଞ୍ଜାମ ଜିଲ୍ଲା ଠାରୁ ଆରମ୍ଭ କରି ପୁରୀ ସବୁଆଡେ ଏହାକୁ ନେଇ ଚିତ୍କାର ଶୁଭିଲାଣି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଯୋଗାଣ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବୁଗୁଡାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ରାଜରାସ୍ତାକୁ ସିନା ଓହ୍ଲାଇଲେ,କିନ୍ତୁ ମନ୍ତ୍ରୀଙ୍କ ନଜରରେ ନିଜ ଜିଲ୍ଲାର ଏ ଅବ୍ୟବସ୍ଥା ପଡିଲା ନାହିଁ ।
ଏଠାରେ ପ୍ରକାଶଥାଉକି, ଗାଁ ଗଣ୍ଡାର ଏହି ଅସନ୍ତୋଷକୁ କଂଗ୍ରେସ ପୁଞ୍ଜି କରିଛି । ଗୋଟିଏ ପଟେ ରାହୁଲ ଗାନ୍ଧୀ ସରକାରକୁ ଆସିଲେ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ଧାନର ମୂଲ୍ୟ ବାବଦରେ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟରେ ଚାଷୀକୁ ଋଣ ଛାଡର ସ୍ୱପ୍ନ ବି ଦେଖାଇଛନ୍ତି । ଏମିତି ଅବ୍ୟବସ୍ଥା ଲାଗି ରହିଲେ, ଗାଁ ଗଣ୍ଡାରେ ଜନମତବଦଳିବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି ।

Leave A Reply

Your email address will not be published.