ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ଫଟୋରେ ରହିଗଲା ସ୍ମରଣୀୟ ମୁହୂର୍ତ

0

କିଏ ଯିଏ, ଆଉ କିଏ ଫେରିବେ
ଅଧିବେଶନ ଶେଷ, ନୂଆ ସରକାରକୁ ଅପେକ୍ଷା
ମାନ ଅଭିମାନ ଛାଡି ହାତ ମିଳାଇଲେ ନେତା
କାହାକୁ କେମିତି ମନେ ରଖିବ ବିଧାନସଭା

ଭୁବନେଶ୍ବର: ଯେତେଥର ଗୃହରେ ବସିଛନ୍ତି, ରାଜନୈତିକ ଆକ୍ଷେପ, ପ୍ରତି ଆକ୍ଷେପ ହୋଇଛି । ଲଢେଇ ଅନେକ ସମୟରେ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ ଯାଇଛି। ପରସ୍ପର ପରସ୍ପର ବିେରାଧରେ କେତେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାର ହିସାବ କଲେ ତାଲିକା ଢେର ଲମ୍ବା ହେବ।
ହେଲେ ପାଞ୍ଚବର୍ଷର ସବୁ ମାନ ଅଭିମାନ, ସତେ ଯେମିତି ପାଣି ଫୋଟକା ଭଳି ମିଳାଇଯାଇଥିଲା। ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନର ସ୍ମରଣୀୟ ମୁହୂର୍ତ ଥିଲା ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ ଉଠା। ଆଉ ତା ପରଠାରୁ ସମସ୍ତେ ଭାବୁକ ପାଲଟିଯାଇଥିଲେ। କିଏ କିଏ ଆଲୋଚନା କରୁଥିଲେ, କଣ ହେବ, ସେମାନଙ୍କର ରାଜନୈତିକ ଭବିଷ୍ୟତ। ଆଉ କିଏ ଗୃହ ଛାଡିବା ବେଳେ ବାରମ୍ବାର ପଛକୁ ଦେଖୁଥିଲେ। ସମ୍ଭବତଃ, ଆଉ ସେମାନେ ନିର୍ବାଚିତ
ହୋଇ ଆସିବାର ସମ୍ଭାବନା ନାହିଁ।
ବିଧାୟକ ଯୋଗେନ୍ଦ୍ର ବେହେରା ସିଧା ସିଧା ଜଣାଇଥିଲେ, ତାଙ୍କର ମନକଥା। ପାଞ୍ଚଥରିଆ ବିଧାୟକ ଶ୍ରୀ ବେହେରା ବିଧାନସଭା ବିଦାୟ ବୋଲି କହିଥିଲେ। ମିଳୁଥିବା ସୂଚନା ଅନୁସାରେ, ଯୋଗେନ୍ଦ୍ର ତାଙ୍କ ଆସନରେ ନିଜ ପୁଅକୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ସେମିତି ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିଧାନସଭା କ୍ୟାରିଅରରେ ପୂର୍ଣ୍ଣଛେଦ ପଡିଗଲା। କାରଣ ଶ୍ରୀ ରାଉତରାୟ ତାଙ୍କ ସ୍ଥାନରେ ନିଜ ପୁଅକୁ ବିଧାନସଭାକୁ ପଠାଇବାକୁ ଏକରକମ ମନସ୍ଥିର କରିସାରିଛନ୍ତି। ଏହି ତାଲିକାରେ ଆହୁରି ଅନେକ ନେତାଙ୍କ ନାମ ଆସିପାରେ।
କୌତୂହଳର କଥା େହଲା, ନିର୍ବାଚନ ପୂର୍ବରୁ ନବକିେଶାର ଦାସ, ଯୋଗେଶ ସିଂ ପ୍ରମୁଖ ଦଳ ବଦଳାଇଛନ୍ତି। ଏମାନେ ବିଧାୟକ ପଦରୁ ଇସ୍ତଫା ଦେଇସାରିଛନ୍ତି। ଦିଲ୍ଲୀପ ରାୟ ବି। ଆଜିର ସ୍ମରଣୀୟ ଫଟୋ ଉଠା କାର୍ଯ୍ୟକ୍ରମରେ ଏମାେନ ସାମିଲ ହୋଇପାରିନାହାନ୍ତି। ଯଦି ନିର୍ବାଚନରେ ସେମାନେ ଟିକେଟ ପାଆନ୍ତି, ତେବେ ଅନ୍ୟ ଦଳର ପ୍ରାର୍ଥୀ
ହୋଇଆସିପାରନ୍ତି। କୃଷ୍ଣଚନ୍ଦ୍ର ଶଗରିଆଙ୍କର ଅବସ୍ଥା ବି ସମାନ। ଗୃହର ସବୁଠାରୁ ବରିଷ୍ଠ ଓ ଅଭିଜ୍ଞ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ନିର୍ବାଚନରେ ଆଦୌ ପରାଜୟ ବରଣ କରିନଥିବା କିଛି ବିଧାୟକ ତଥା ମନ୍ତ୍ରୀ, ଯେମିତିକି ମହେଶ୍ବର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ କୁମାର ମାଝୀ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ଚିରଞ୍ଜିବୀ ବିଶ୍ବାଳ ପ୍ରମୁଖଙ୍କ ଭଳି ନେତା ଆସନ୍ତା ନିର୍ବାଚନ ଅଗ୍ନୀପରୀକ୍ଷାରେ ପୁଣି ଥରେ ଉତ୍ତୀର୍ଣ୍ଣ ହୋଇପାରୁଛନ୍ତି କି ନାହିଁ, ତାକୁ
ନେଇ ବି ରାଜନୈତିକ ମହଲରେ ଅବଗଣନା ଚାଲିଛି।
ସବୁଠାରୁ ବଡ଼ କଥା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାଥର ଯଦି ତାଙ୍କ ପୂର୍ବ ଆସନରେ ବସନ୍ତି, ତେବେ ରେକର୍ଡର ଅଧିକାରୀ ହେବେ।

Leave A Reply

Your email address will not be published.