ଭୁବନେଶ୍ୱର: ବିଜେଡିରୁ ବିଦା ହେବା ବେଳେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା ଯେ ସେ ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ନ କରାଯିବା କାରଣରୁ ବିରୋଧୀ ହୋଇଛନ୍ତି । ବିଜେଡିର ଏହି ଅଭିଯୋଗ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ, ତାହା ସାଧାରଣରେ ସେତେଟା ଗ୍ରହଣୀୟତା ଲାଭ କରିନଥିଲା ।
ଶୁକ୍ରବାର କିନ୍ତୁ ବିଜେଡି ଏହି ପ୍ରସଙ୍ଗ ଉଠାଇ ପୁଣି ଥରେ ବୈଜୟନ୍ତଙ୍କୁ ଘେରିଛି, ଯେତେବେଳେ କି ସେ ଆୟକର ଜାଲରେ ଫସିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବୈଜୟନ୍ତ, ତାଙ୍କ ପତ୍ନୀ ଜଗି ଓ ଅନ୍ୟ ଜଣେ ସହଯୋଗୀଙ୍କ ନାମରେ ସାଂଘାତିକ ଅଭିଯୋଗ ଉଠିଛି । ସେମାନେ କଳା ଧନକୁ ଧଳା କରିବା ଲାଗି ଚେଷ୍ଟା କରିଛନ୍ତି ଓ ଟିକସ ଫାଙ୍କିଛନ୍ତି । ଏ ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଆୟକର ବିଭାଗ ଜାନୁଆରି ମାସରେ ଗ୍ରହଣ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏହି ଖବର ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଆଜି ବିଜେଡି କହିଛି, ଶ୍ରୀ ପଣ୍ଡା ଜଣେ ବ୍ୟବସାୟୀ । ନିଜର ବ୍ୟବସାୟକୁ ଆଗକୁ ନେବା ଲାଗି ସେ ରାଜନୀତିକୁ ବ୍ୟବହାର କରିଆସିଛନ୍ତି । ଏହାମାଧ୍ୟମରେ ସେ ନିଜର ବେଆଇନ କାରବାରକୁ ସୁରକ୍ଷା ଦେଇଥାନ୍ତି ।
ବିଜେଡିଆଜି କହିଛି ଯେ ୨୦୧୪ରେ ବୈଜୟନ୍ତ ଅର୍ଥ ସଂକ୍ରାନ୍ତ କମିଟିର ଅଧ୍ୟକ୍ଷ ଚାହୁଁଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିଥିଲେ । ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ସହିତ ତାଙ୍କର ସଂପର୍କ ଥିବାରୁ ଏହି କମିଟିର ଅଧ୍ୟକ୍ଷ ହେବା ଠିକ ହେବ ନାହିଁ । ଏହାଦ୍ୱାରା କନ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ ବା ଦୋହରା ସ୍ୱାର୍ଥ ଦେଖାଦେବ ବୋଲି ତାଙ୍କୁ କୁହାଯାଇଥିଲା । ହେଲେ ଏଥିରେ ବୈଜୟନ୍ତ ବିଗିଡି ଯାଇ ସେବେଠାରୁ ଦଳବିରୋଧରେ କାର୍ଯ୍ୟ କରି ଆସୁଥିଲେବୋଲି ବିଜେଡି ଦାବି କରିଛି ।
କେନ୍ଦ୍ର ସରକାର କଳାଧନ ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଉଥିବ ବେଳେ ଏ ନେଇ ପଦକ୍ଷେପ ନେବାକୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଶୁକ୍ରବାର ଦାବି ରଖିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ଜାଲ୍ କଂପାନି ଜରିଆରେ ବିଦେଶରୁ ତାଙ୍କ କଂପାନିରେ ୧୭ କୋଟି ୭୨ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବା ନେଇ ଅଭିଯୋଗ ଉଠିଛି । ବୈଜୟନ୍ତ ଏହାର ଦୃଢ ପ୍ରତିବାଦ କରିଛନ୍ତି । କହିଛନ୍ତି, ଏହି ଅଭିଯୋଗ ତାଙ୍କୁ ଆଘାତ ଦେଇଛି । ଏହି ଅଭିଯୋଗ କିଏ କରିଛି, ତାହା ଉଲ୍ଲେଖ କରାଯାଇନାହିଁ ।ଗତ କିଛି ବର୍ଷ ହେଲା ନିର୍ବାଚନ ପୂର୍ବରୁ ଏମିତି ଅଭିଯୋଗ ଆସୁଛି । ମୋର ଖ୍ୟାତିକୁ ନଷ୍ଟ କରିବା ପାଇଁ ହେଉଥିବା ଉଦ୍ୟମକୁ ପୂର୍ବରୁ ଖଣ୍ଡନ କରାଯାଇଛି । ଏଥର ମଧ୍ୟ ଏହାକୁ ଖଣ୍ଡନ କରୁଛି ।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Prev Post