ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କାହାକୁ ରାଜନୀତିର ତୀର ମାରିଲେ ନବୀନ

0

କ୍ରୀଡାର ବିକାଶ ପାଇଁ ଓଡ଼ିଶାର ପୁରସ୍କୃତ
ସୋର୍ଟସ ଷ୍ଟାର ପୁରସ୍କାର ଆଣିଲେ ନବୀନ

ଭୁବନେଶ୍ୱର: ରାଜନୀତିରେ କ୍ଷମତା ପାଇଁ ଝୁଙ୍କ୍‍ ବିଜୟୀ କରିବ । କିନ୍ତୁ ସେବା ପାଇଁ ଝୁଙ୍କ୍‍ ଦ୍ୱାରା ଲୋକଙ୍କ ହୃଦୟ ଜିତିହେବ ।
ଖେଳ ସହିତ ରାଜନୀତିକୁ ଫେଣ୍ଟାଫେଣ୍ଟି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ୱାଇରେ ଯେଉଁ ତୀର ମାରିଛନ୍ତି, ତାହା ଜାତୀୟ ରାଜନୀତିରେ ଆଲୋଡନ ସୃଷ୍ଟି କଲାଭଳି । କାହାର ନାଁ ନେଇନାହାନ୍ତି । କିନ୍ତୁ କେଉଁଠିନା କେଉଁଠି ନବୀନଙ୍କ ମନ୍ତବ୍ୟ କେନ୍ଦ୍ରର ବିଜେପି ସରକାରଙ୍କ କ୍ଷମତା ଦଖଲ ନିଶା ଆଡକୁ ଆଙ୍ଗୁଠି ଦେଖାଉଛି । ସମାନ୍ତରାଳ ଭାବେ ଓଡ଼ିଶାରେ ଲୋକଙ୍କ ସେବା କରିବାକୁ ସେ ଯେଉଁ ସଂକଳ୍ପ ନେଇଛନ୍ତି, ତାହା ଦ୍ୱାରା ଲୋକଙ୍କ ହୃଦୟ ଜିତିଛନ୍ତି ଓ ବିଜେଡି ବାରମ୍ୱାର ଶାସନକୁ ଆସିବା ପଛର ଏହା ହିଁ ରାଜ ବୋଲି ନବୀନ ପରୋକ୍ଷରେ ବିଜେଡି-ବିଜେପିର ତୁଳନାତ୍ମକ ଚିତ୍ର ରଖି ସୂଚାଇଛନ୍ତି ।
ଏଥିସହିତ ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ ପାଇଁ ଓଡ଼ିଶାକୁ ଆଜି ସ୍ୱୀକୃତି ମିଳିଛି । କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବେ ଓଡ଼ିଶା ସମ୍ମାନିତ ହୋଇଛି । ସ୍ପୋର୍ଟସ ଷ୍ଟାର କ୍ରୀଡା ପ୍ରତିକା ପକ୍ଷରୁ ମୁମ୍ୱାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ବିଶ୍ୱ ଚାମ୍ପିଅନ୍‍ ବିଶ୍ୱନାଥ ଆନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ରାଜନୀତିରେ କ୍ରୀଡାର ଭାଷା ସଂପର୍କରେ ଠାରି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ହେଉଛି ଏକ ବ୍ୟତିକ୍ରମ, ଯେଉଁଠାରେ ସେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛନ୍ତି । ହେଲେ ରାଜନୀତି ଠାକୁ କ୍ରୀଡା ବେଶୀ ଅଲଗା ନୁହେଁ । ଦୌଡିବା, ଡେଇଁବା, ଧରିବା, ଫୋପାଡିବା, ଆଦି ସବୁକିଛି କରିବାକୁ ପଡିଥାଏ । ବେଳେବେଳେ ଆମେ ଜାଣିନଥାନ୍ତି ଯେ ଆମେ କେଉଁ ଦିଗରେ ଦୌଡୁଛନ୍ତି ।ବେଳେବେଳେ ଆପଣ ଫୋଫାଡିବେ ଓ ବେଳେ ଅନ୍ୟମାନେ ଆପଣଙ୍କୁ ଫୋଫାଡି ଦେବେ ।
ଉଭୟ ଖେଳ ଓ ରାଜନୀତିରେ ସଫଳ ହେବା ପାଇଁ ଝୁଙ୍କ୍‍ ଦରକାର । ଖେଳରେ ଜିତିବା ପାଇଁ ଝୁଙ୍କ୍‍ ବିଜୟ ମୁକୁଟ ଦେବ । ଖେଳ ପାଇଁ ଝୁଙ୍କ୍‍ ଆଇକନ କରି ପ୍ରତିଷ୍ଠିତ କରାଇବ । ରାଜନୀତିରେ ବି ସେୟା । କ୍ଷମତା ପାଇଁ ଝୁଙ୍କ୍‍ ବିଜୟୀ କରିବ । କିନ୍ତୁ ସେବା ପାଇଁ ଝୁଙ୍କ୍‍ ଦ୍ୱାରା ଲୋକଙ୍କ ହୃଦୟ ଜିତିପାରିବେ । ପ୍ରତିଯୋଗିତା ମନୋଭାବ ଉଭୟ କ୍ଷେତ୍ରରେ ମାନକ । ଏଭଳି ମନୋଭାବ ବ୍ୟତିରେକେ ଆମେ ସଫଳତା ଲାଭ କରିପାରିବା ନାହିଁ ।
ଓଡ଼ିଶାର କଚ୍ଚା ଘରକୁ ପକ୍କା ଘର କରିବା ଲାଗି ସରକାରଙ୍କ ସଂକଳ୍ପ କିଭଳି ସାଧିତ ହୋଇଛି, ତାର ଉଦାହରଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ୫ବର୍ଷରେ ୫ଲକ୍ଷ ଘର ନିର୍ମାଣ କରୁଥିଲୁ । କିନ୍ତୁ ସେହି ସମୟରେ ୨୦ଲକ୍ଷ ଘର ନିର୍ମାଣ ଆହ୍ୱାନ ଥିଲା । ଏଥିପାଇଁ ଜିଲ୍ଲାମାନଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରାଯାଇଥିଲା । ଫଳସ୍ୱରୂପ, ନିର୍ଦିଷ୍ଟ ସମୟରେ ୨୦ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପତ୍ତା ଦିଆଯାଇପାରିଲା ।
କ୍ରୀଡାର ବିକାଶ ପାଇଁ ହିନ୍ଦୁ ଖବରକାଗଜ ପୁରସ୍କାର ପ୍ରଦାନ ଆରମ୍ଭ କରିଥିବାରୁ ନବୀନ ଧନ୍ୟବାଦ ଜଣାଇଥିଲେ ଓ କହିଥିଲେ, ଏହାଦ୍ୱାରା ଆଗାମୀ ଦିନରେ ପ୍ରତିଯୋଗିତା ଆହୁରି ତୀବ୍ର ହେବ । ଯିଏ ଜିତୁ ବା ହାରୁ, ଖେଳ ଓ ଖେଳର ବିକାଶ ହିଁ ବିଜୟୀ ହେବ । ହିନ୍ଦୁର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସେ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, କ୍ରୀଡା ପାଇଁ ପୁଞ୍ଜି ବିନିଯୋଗ ହେଉଛି, ଯୁବଶକ୍ତିର ବିକାଶ ପାଇଁ ପ୍ରକୃତ ବିନିଯୋଗ । ଯୁବଶକ୍ତି ପାଇଁ ପୁଞ୍ଜି ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ । ଦେଶର କ୍ରୀଡାର ବିକାଶ ପାଇଁ ରାଜ୍ୟମାନଙ୍କ ଉଦ୍ୟମ ବା ସଂପୃକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଓଡ଼ିଶାର ହକି ସଂପର୍କରେ ଠାରି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ରାଜ୍ୟ ଏବଂ ରାଜ୍ୟର ବାସିନ୍ଦାମାନେ ଏକ ନିର୍ଦିଷ୍ଟ ଖେଳ ପ୍ରତି ବିଶେଷ ଆଗ୍ରହ ଦେଖାଇଥାନ୍ତି । ଓଡ଼ିଶା ସରକାର ପୁରୁଷ ଓ ମହିଳା ହକି ଦଳର ସରକାରୀ ପ୍ରାୟୋଜକ ଦାୟିତ୍ୱ ନେଇଛନ୍ତି । ଯଦି ରାଜ୍ୟମାନେ ଗୋଟିଏ ବା ଦୁଇଟି ଖେଳର ଉନ୍ନତି ପାଇଁ ଆଗ୍ରହ ପ୍ରକାଶ କରନ୍ତି, ତେବେ ଦେଶରେ କ୍ରୀଡା ପରିବେଶ ବିପୁଳ ଭାବରେ ଲାଭବାନ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିିଲେ, ଅଲମ୍ପିକ୍‍ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।
ପ୍ରକାଶଥାଉକି, ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, ହିନ୍ଦୁ ଗ୍ରୁପର ଅଧ୍ୟକ୍ଷ ଏନ୍‍ ରାମ, ପୂର୍ବତନ ହକି କ୍ୟାପଟେନ୍‍ ଏମ୍‍ ଏମ୍‍ ସୋମେୟା, ଅଲମ୍ପିଆନ୍‍ ଅଞ୍ଜଳି ଭଗତ ଓ ଅଞ୍ଜୁ ବବି ଜର୍ଜ ଜୁରି ଥିଲେ । ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.