ଭୁବନେଶ୍ୱର: ରାଣୀ ସୁଜ୍ଞାନ କୁମାରୀ ଦେଓ ପାଞ୍ଚଦଶନ୍ଧିରୁ ଅଧିକ ଦିନ ପାଇଁ ଲୋକ ପ୍ରତିନିଧି ରହିଆସିଥିଲେ । ରାଣୀ ଏଥର ପ୍ରାର୍ଥୀ ହେବା ସମ୍ଭାବନୀ କ୍ଷୀଣ । ଚିକିଟିକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ରାଣୀ ଉଷା ଦେବୀ । ତାଙ୍କୁ ବିଜେଡି ଟିକେଟ୍ ଦେବା ସମ୍ଭାବନା ଅଧିକ । ସାନଖେମୁଣ୍ଡି ଆସନରୁ ରାଣୀ ନନ୍ଦିନୀ ଦେବୀ ଏବେ ବିଧାୟିକା । ତାଙ୍କୁ ଟିକେଟ୍ ଦିଆଯିବ କି ନାହିଁ ବିଜେଡି ଦ୍ୱନ୍ଦ୍ୱରେ ଅଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ନେଇ ଆହ୍ୱାନ ଦେବା ପରେ ତାଙ୍କ ଜିଲ୍ଲା ଗଞ୍ଜାମ ସୂଚାଉଛି ଯେ ଏହାର ଢେର୍ ପ୍ରଭାବ ପଡିଛି । ଓଡ଼ିଶାର ଅନ୍ୟ ସବୁ ଅଞ୍ଚଳ ଭଳି ଗଞ୍ଜାମ ଜିଲ୍ଲା ରାଜନୀତିରେ ଏବେ ଆଉ ତିନି ମହିଳା ନେତୃତ୍ୱସାମ୍ନାକୁ ଆସିଗଲେଣି । ଏହି ତିନି ଜଣ ବିଜେଡି ପାଇଁ ଟିକେଟ୍ ଆଶାୟୀ ଓ ଆସନ୍ତା ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ ଏବେ ନିର୍ବାଚନ ମଇଦାନରେ ଉଭା ହୋଇଛନ୍ତି । ସାନଖେମୁଣ୍ଡିରେ ସଂଗଠନକୁ ଏଭଳି ଢଙ୍ଗରେ ଆଗକୁ ନେଉଛନ୍ତି, ଯେମିତିକି ସେ ନନ୍ଦିନୀଙ୍କୁ ଏଥର ତଡିଦେବେ । ଏହାକୁ ନେଇ ଚର୍ଚ୍ଚା ସରିନି, ହଠାତ୍ ଦକ୍ଷିଣ ଓଡ଼ିଶାରେ ଦୁଇଟି ନୂଆ ମୁହଁ ରାଜ୍ୟ ରାଜନୀତିକୁ ଆସିବା ଲାଗି ଆଗ୍ରହ ଦେଖାଇଲେଣି ।
ଜଣେ ହେଉଛନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ । ପୂର୍ବତନ ସାଂସଦ ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଆସନ୍ତା ୨୬ତାରିଖ ଦିନ ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିକଟରେ ତାଙ୍କ ରାଜବାଟୀ ପ୍ରବେଶ ସୂଚାଇ ଦେଇଥିଲା ଯେ ସେ ରାଜନୀତି ପ୍ରତି ଅାଗ୍ରହ ରଖି ଘରକୁ ଫେରିଛନ୍ତି । ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାଶ ଏ ନେଇ ଶନିବାର ଗଣମାଧ୍ୟମକୁ ସୂଚନା ଦେବା ପରେ ଗଞ୍ଜାମ ଜିଲ୍ଲା ରାଜନୀତି ରୋଚକ ମୋଡ ନେଇଛି ।
ଏପଟେ ଗୋପାଳପୁର ବିଧାୟକ ଡାକ୍ତର ପ୍ରଦୀପ ପାଣିଗ୍ରାହୀ ଏଥର ଟିକେଟ୍ ନ ପାଇବା ସମ୍ଭାବନା ଅଧିକ । ଦୁଇଥରିଆ ଏହି ବିଧାୟକଙ୍କ ଲୋକପ୍ରିୟତା ଯଥେଷ୍ଟ କମିଛି । ପ୍ରଦୀପଙ୍କ ଭବିଷ୍ୟତ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ ହଠାତ୍ ୨୨ ତାରିଖ ଦିନ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଏକ ନୂଆକଥା ଦେଖିବାକୁ ମିଳିଛି । ଗଞ୍ଜାମ ରଙ୍ଗେଇଲୁଣ୍ଡାରେ ୬ କୋଟି ୧୩ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଶୁଭ ଦେବା କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ହଠାତ୍ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଆବିର୍ଭାବ ହୋଇଥିଲେ । ସୁଜାତାଙ୍କ ଉପସ୍ଥିତି ବିଧାୟକ ଟିକେଟ୍ ନ ପାଇବା ଆଶଙ୍କାକୁ ବଢାଇ ଦେଇଛି । ସମ୍ଭବତଃ ଶ୍ରୀ ପାଣିଗ୍ରାହୀ ନିଜ ସ୍ଥାନରେ ପତ୍ନୀଙ୍କ ଟିକେଟ୍ ପାଇଁ ସବୁଜ ସଙ୍କେତ ପାଇଥାଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ପ୍ରମୁଖ ଖବର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ପଜିଟିଭ୍
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ