ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଟଙ୍କା ଦେବାକୁ ଲଢେଇ

0

୨ ହଜାର ଲେଖାଏଁ ୯.୪୨ଲକ୍ଷଙ୍କୁ ଦେଲେ େମାଦୀ
ନବୀନ କହିଲେ ଦ୍ବିତୀୟ କିସ୍ତି ଟଙ୍କା ଏପ୍ରିଲ ପହିଲାରେ

ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ଘାରିଛି ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ। ଆଜି େଗାଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଛନ୍ତି। କୋଟିଏରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଆଜି ଏହି ଯୋଜନାର ପ୍ରଥମ କିସ୍ତି ଅର୍ଥ ବାବଦରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି। ଓଡ଼ିଶାରୁ ୯ ଲକ୍ଷ ୪୨ ହଜାର ଚାଷୀ ଉପକୃତ ହେବେ।
ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଢଙ୍କାନାଳ-ଅନୁଗୁଳ ଚାଷୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ପରୋକ୍ଷରେ ଚ୍ୟାଲେଞ୍ଜ କରିଛନ୍ତି। େକନ୍ଦ୍ର ସରକାର ପ୍ରଥମ କିସ୍ତି େଦବାକୁ ସଜବାଜ େହଉଥିବା ବେଳେ ଆଜି ନବୀନ ଦ୍ବିତୀୟ କିସ୍ତି ସଂପର୍କରେ େଘାଷଣା କରିଛନ୍ତି। ଅନୁଗୁଳର ଜଣେ ଚାଷୀଙ୍କ ଅନୁେରାଧକୁ ତତ୍କାଳ ରକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ କାଳିଆ େଯାଜନାର ଦ୍ବିତୀୟ କିସ୍ତି ଆସନ୍ତା ଏପ୍ରିଲ ପହିଲାରେ ଦିଆଯିବ େବାଲି େଘାଷଣା କରିଛନ୍ତି। ଜଣାଇଛନ୍ତି ପ୍ରଥମ କିସ୍ତିରେ ୩୦ଲକ୍ଷରୁ ଅଧିକ ଚାଷୀଙ୍କୁ ସହାୟତା ଦିଆସରିଛି।
ଏଥିସହିତ ଚାଷୀ ସହାୟତାକୁ େନଇ େକନ୍ଦ୍ର-ରାଜ୍ୟ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ େହାଇଛି। ଆଜି ମୁଖ୍ୟମନ୍ତ୍ରୀ େଢଙ୍କାନାଳରେ କହିଛନ୍ତି, କାଳିଆ େଯାଜନା ରାଜ୍ୟର କୃଷି ଅର୍ଥନୀତିକୁ ମଜବୁତ କରିବ ଓ ଚାଷୀ ପରିବାରର ଭବିଷ୍ୟତ ଉଜ୍ଜ୍ବଳ କରିବ। ଏହି େଯାଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକାର ପାଉଥିବା ବେଳେ େକନ୍ଦ୍ର ସରକାରଙ୍କ େଯାଜନାରେ ଭାଗଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ କରାଯାଇନାହିଁ। େକନ୍ଦ୍ରୀୟ େଯାଜନାରେ ଚାଷୀଙ୍କୁ ୬ହଜାର ପରିବର୍ତେ ୧୦ ହଜାର ଟଙ୍କା ସହାୟତା େଦବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।
ଏପଟେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କୁ କଡ଼ା ସମାେଲାଚନା କରିଛନ୍ତି। କହିଛନ୍ତି, ଓଡ଼ିଶା ସରକାର ମନ୍ଥର ଗତିରେ କେନ୍ଦ୍ରର ଏହି ଯୋଜନାକୁ ଲାଗୁ କରାଉଛନ୍ତି। ମାତ୍ର ୧୦ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଭବିଷ୍ୟତ ନାହିଁ। କାରଣ ଏଥିପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା େହାଇନାହିଁ। େକନ୍ଦ୍ର କିନ୍ତୁ ନିଜ େଯାଜନା ପାଇଁ ୭୫ ହଜାର କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିଛନ୍ତି।

Leave A Reply

Your email address will not be published.