ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ, ବେକାରିଙ୍କୁ ଚାକିରି

0

ସଂକଳ୍ପ ପତ୍ର ଜାରି କଲା ବିଜେପି

ସରକାରକୁ ଆସିଲେ ଗରିବି ହଟିବ
ଚିଟଫଣ୍ଡ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ସବୁ ଜିଲ୍ଲାରେ ମେଡିକାଲ କଲେଜ
ନବୀନଙ୍କୁ ସମାଲୋଚନା କଲେ ଶାହ

ଭୁବନେଶ୍ୱର:୨୦୧୯ ନିର୍ବାଚନକୁ ନିଜ ପକ୍ଷକୁ ନେବା ଲାଗି ଆଜି ଭାରତୀୟ ଜନତା ପାର୍ଟି ଇସ୍ତାହାର ପ୍ରକାଶ କରିଛି । ୯ଟି ବଛା ବଛା କ୍ଷେତ୍ର ଚିହ୍ନଟ କରି ସେ ସଂକ୍ରାନ୍ତରେ ସଂକଳ୍ପ ଜାରି କରିଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ବିଜେପିର ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ର ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଶ୍ରୀ ଶାହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

୨୦୧୯ ନିର୍ବାଚନ ପାଇଁ ଜାରିି ଏହି ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଛି ଯେ ଚିଟ୍‍ଫଣ୍ଡ ଠକେଇ ଘଟଣାର ତଦନ୍ତ କରାଯିବ ଓ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ହେବ । ଚିଟ୍‍ଫଣ୍ଡ ଠକଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ । ଦଳ ଯଦି କ୍ଷମତାକୁ ଆସେ, ତେବେ ଆୟୁଷ୍ମାନ ଯୋଜନା ଲାଗୁ କରିବ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବି । ୩ମାସ ମଧ୍ୟରେ ପେସା ଆଇନ ଲାଗୁ କରାଯିବା ସହିତ ରାଜ୍ୟରୁ ଗରିବି ସବୁଦିନ ପାଇଁ ହଟାଇ ଦିଆଯିବ । କେବଳ ସେତିକି ନୁହେଁ, ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯିବ ।

ବିଜେପିି ପ୍ରତିଶ୍ରୁତି ଦେଇଛି ଯେ ଦଳ ଯଦି ସରକାରକୁ ଆସେ, ତେବେ ୨ ବର୍ଷ ଭିତରେ ସମସ୍ତ ବେକାରିଙ୍କୁ ଚାକିରି ମିଳିବ । ୫ ବର୍ଷରେ ୨୦ଲକ୍ଷ ପିଲାଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ । ରାଜ୍ୟର ସବୁ ଜିଲ୍ଲାରେ ପିପିପି ଭିତ୍ତିରେ ମେଡିକାଲ କଲେଜ ଖୋଲିଯିବ ଓ ୫ଟି ହାଇଟେକ୍‍ ମେଡିକାଲ ସେଣ୍ଟର ବି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ବିଜୁଳି, ପାଣି ପ୍ରଦାନ କରାଯିବ । ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ ।

ରାଜ୍ୟରୁ ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦିର ଖତମ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବିଜେପି ଆହୁରି କହିଛି ଯେ ଓଡ଼ିଆ ଭାଷାରେ ହିଁ ଓଡ଼ିଶାରେ ଶାସନ ବ୍ୟବସ୍ଥା କରାଯିବ । ସେହିଭଳି ସବୁ ଗରିବଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ ।

ଏହି ଅବସରରେ ଶ୍ରୀ ଶାହ ରାଜ୍ୟ ସରକାରଙ୍କୁ ଅତ୍ୟନ୍ତ କଡା ଭାଷାରେ ସମାଲୋଚନା କରି କହିଥିଲେ ଯେ ବିଜେଡି ଶାସନ କଂଗ୍ରେସ ଠାରୁ ମଧ୍ୟ ନିକୃଷ୍ଟ, ଏକଥା କହିବାକୁ ମୋର ଦ୍ୱିଧା ନାହିଁ । ବାସ୍ତବ କଥା ହେଲା, ବିଜେଡି ସରକାରରେ ନବୀନ କେବଳ ଆଗରେ ଅଛନ୍ତି ଓ ପଛରେ ବାବୁମାନେ ରହି ଶାସନ କରୁଛନ୍ତି । ଦୂରଦୃଷ୍ଟିର ଅଭାବ, ଦୁର୍ନୀତି ଓ ଆଳସ୍ୟ କାରଣରୁ ଓଡ଼ିଶା ପତନାଭିମୁଖୀ ହେବା ଆରମ୍ଭ କରିଛି । ନିଜେ ନବୀନ ସହଯୋଗୀଙ୍କୁ ସମ୍ମାନ କରନ୍ତି ବରଂ ସାଥୀଙ୍କୁ ପଛରୁ ଛୁରୀ ଭୁଷନ୍ତି । ଯିଏ ବିକଳ୍ପ ଭାବେ ମୁଣ୍ଡ ଟେକନ୍ତି, ତାଙ୍କୁ ଦଳରୁ ବିଦା କରିଦିଅନ୍ତି ।

ବିଜେପିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.