ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କଂଗ୍ରେସ ରାସ୍ତାରେ ବିଜେଡି: ମୋଦୀ

0

କଂଗ୍ରେସକୁ ହଟାଇବାକୁ ମୋଦୀଙ୍କୁ ଆହ୍ୱାନ
ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଥିଲେ
ସୁନ୍ଦରଗଡ ଓ ସୋନପୁରରେ ଭୋଟ ମାଗିଲେ

ସୋନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ନିର୍ବାଚନ ପ୍ରଚାରରେ ଓଡ଼ିଶାକୁ ଆସି ଉଭୟ ବିଜେଡି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି,ଯାହା କଂଗ୍ରେସ କରୁଥିଲା, ତାହା ବିଜେଡି କରୁଛି । ଏଥିସହିତ ଦେଶରୁ କଂଗ୍ରେସକୁ ହଟାଇବା ଲାଗି ମୋଦୀ ଆହ୍ୱାନ ଦେବା ସହିତ ରାଜ୍ୟରେ ଡବଲ ଇଞ୍ଜିନ ସରକାର ସଂପର୍କରେ ଜନତା ନିଷ୍ପତ୍ତି ନେବେ ବୋଲି କହିଥିଲେ ।

ଆଜି ପ୍ରଧାନମନ୍ତ୍ରୀ ପ୍ରଥମେ ସୁନ୍ଦରଗଡ ଓ ପରେ ସୋନପୁର ନିର୍ବାଚନ ସଭାରେ ଯୋଗଦେଇଥିଲେ । ସଭାରେ ହଜାର ହଜାର ଲୋକଙ୍କୁ ସମ୍ୱୋଧିତ କରି ମୋଦୀ କହିଥିଲେ, ଉଭୟ କଂଗ୍ରେସ ଓ ବିଜେଡି ଗରିବିକୁ ନେଇ ରାଜନୀତି କରୁଥିବା ଦେଖାଯାଉଛି । କଂଗ୍ରେସ ସରକାର ପାଖରେ ପର୍ଯ୍ୟାପ୍ତ ସମୟ ଥିଲା । ମାତ୍ର ସେମାନେ କିଛି ବି ପଦକ୍ଷେପ ନେଲେ ନାହିଁ । ଦେଶରୁ କଂଗ୍ରେସ ହଟିଲେ ଧୀରେ ଧୀରେ ଦାରିଦ୍ର୍ୟ ଦୂର ହେବ । କଂଗ୍ରେସ ସରକାର ସମୟରେ ହିଁ ଦେଶ ପଛେଇ ଗଲା । ଦେଶର ଗରିବ କହିଲେଣି, କଂଗ୍ରେସକୁ ହଟାଅ । କଂଗ୍ରେସ ହଟିଲେ ଗରିବି ଆପେ ଆପେ ହଟିଯିବ । ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ସବୁଠାରୁ ବଡ଼ ଔଷଧ ହେଲା, କଂଗ୍ରେସକୁ ହଟାଇବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଥିଲେ, କ୍ଷମତାକୁ ଫେରିବେ ବୋଲି କଂଗ୍ରେସ ବାହାସ୍ଫୋଟ ମାରୁଛି ଓ ଆକାଶରୁ ତୋଳି ଆଣିବା ଭଳି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛି । ଲୋକଙ୍କୁ ସେମାନେ ଭ୍ରମିତ କରୁଛନ୍ତି । ହେଲେ ବାସ୍ତବତା ହେଲା, ଏହାଦ୍ୱାରା ଦେଶରେ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବ ।କେନ୍ଦ୍ର ସରକାର ବର୍ତମାନ ସମୟରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଯେଉଁ ଚାଉଳ, ଗହମ ଆଦି ଯୋଗାଇ ଦେଉଛନ୍ତି, ତାହାର ମୂଲ୍ୟ ଅସମ୍ଭବ ଭାବେ ବଢିଯିବ ।ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇ ପାରେ ।

ମୋଦୀ ଆହୁରି କହିଥିଲେ ଯେ କଂଗ୍ରେସ ଏବେ ଖୋଲାଖୋଲି କହିଲେଣି ଯେ ମଧ୍ୟମ ବର୍ଗର ଲୋକେ ସ୍ୱାର୍ଥପର । ସେମାନେ କେବଳ ନିଜ କଥା ଚିନ୍ତା କରନ୍ତି । ହେଲେ ଏହି ବର୍ଗର ମେରୁଦଣ୍ଡ ଯଦି ଭାଙ୍ଗିଯିବ, ତେବେ ଦେଶର ଉନ୍ନତି କରିହେବ? ଗରିବଙ୍କ ହକ୍‍ ଛଡାଇ ନେଇଥିବା ଲୋକଙ୍କୁ ଆଉଥରେ ସୁଯୋଗ ନ ଦେବା ଲାଗି ପ୍ରଧାନମନ୍ତ୍ରୀ ଭୋଟରଙ୍କୁ ନିବେଦନ କରିଥିଲେ ।

ବିଜେଡିକୁ କଡା ଭାଷାରେ ସମାଲୋଚନା କରି ମୋଦୀ କହିଥିଲେ, କଂଗ୍ରେସ ଭଳି ବିଜେଡି ସରକାର ବି ଗରିବିକୁ ନେଇ ରାଜନୀତି କରିବାକୁ ଆଗ୍ରହ ରଖୁଛନ୍ତି । ଏଠି ଭେଦଭାବର ସରକାର ଚାଲିଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯାଉନାହିଁ । ରାଜ୍ୟର ଦାଦନ ଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ କିଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି, ସେକଥା ସୂଚାଇଥିଲେ । ଯେଉଁମାନଙ୍କୁ ୧୯ ବର୍ଷ ଧରି ଓଡ଼ିଶାବାସୀ ଭୋଟ ଦେଇଛନ୍ତି, ସେମାନେ କି ବିକାଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ । କାହିଁକି ଏଠାରେ ପିଇବା ପାଣି ମିଳୁନି କି ଚାଷ ଜମିକୁ ପାଣି ମିଳିପାରୁନି ବୋଲି କହିଥିଲେ ।

ଓଡ଼ିଶାରେ ପରିବର୍ତନ ଆଣିବା ପାଇଁ ଆହ୍ୱାନ ଦେଇ ମୋଦୀ କହିଥିଲେ, ଏଠାରେ ଏବେ ନୂଆ ସରକାର ଦରକାର । ଯିଏ କି ନୂଆ ନୀତି ପରିକଳ୍ପନା କରିପାରୁଥିବ ଓ ରାଜ୍ୟର ବିକାଶ ବି । ଡବଲ ଇଞ୍ଜିନ ସରକାର ଦ୍ୱାରା ହିଁ ଭାରତ ଓ ଓଡ଼ିଶା ଉଭୟର ବିକାଶ ହୋଇପାରିବ । ଉଭୟ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବାରାଣାସୀ ଓ ସୋନପୁର ମଧ୍ୟରେ ବହୁତ ସମାନତା ଅଛି । ଉଭୟ ମନ୍ଦିର ନଗରୀ । ଉଭୟଙ୍କୁ ମହାପ୍ରଭୁଙ୍କ କୃପା ଅଛି । ଆପଣମାନଙ୍କ ଆଶୀର୍ବାଦରୁ ମୋଦୀ ପ୍ରଧାନ ସେବକ ହୋଇପାରିଛି । ସାରାଦେଶରେ ଏବେ ବିକାଶର ନଜର ଆସୁଛି । ଝାରସୁଗୁଡା ବିମାନବନ୍ଦର,ବିଛୁପାଲି ଷ୍ଟେସନ ବିକାଶ, ୨୪ଲକ୍ଷ ଗରିବ ପରିବାରକୁ ମାଗଣା ବିଜୁଳି ଆଦି କେନ୍ଦ୍ର ସରକାର ହିଁ କରିଛନ୍ତି ।

Leave A Reply

Your email address will not be published.