ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଶୁକ୍ରବାର ସକାଳେ କୃଷ୍ଣପ୍ରସାଦରେ ମାଡ଼ ହେବ ‘ଫନି’

0

୧୮୦-୨୦୦ କିଲୋମିଟର ବେଗରେ ପବନ
ପୁରୀ, ଖୋର୍ଧା, ଜଗତସିଂହପୁର, ଗଞ୍ଜାମକୁ କ୍ଷତି

ଭୁବନଶେ୍ୱର:ଶୁକ୍ରବାର ସକାଳ ୮ଟାରେ ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ (କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି) ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ସତେବେଳେକୁ ପବନର ବେଗ ରହିବ ଘଣ୍ଟାପ୍ରତି ୧୭୫ରୁ ୧୮୦ କିଲୋମିଟର। ମଝିରେ ମଝିରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ଝଟକା ଦେଇପାରେ। ପୁରୀ ସମତେ ଖୋର୍ଧା ଓ ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପ଼ଡା ଜିଲ୍ଲା ଉପକୂଳ ବେଶୀ ପ୍ରଭାବିତ ହବେ।
ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବଗେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ପବନ ହେବ। ତବେେ ରାଜଧାନୀରେ ବି ପବନର ବେଗ ୧୫୦ କିଲୋମିଟର ଡେଇଁପାରେ ବୋଲି ଆକଳନ କରାଯାଉଛି।
‘ଫନି’ ଏବେ ପୁରୀ ଠାରୁ ୨୭୫ କିଲୋମିଟର ଓ ବିଶାଖାପାଟଣାର ୧୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେଠାରେ ଘଣ୍ଟାପ୍ରତି ୨୦୦ରୁ ୨୧୦ କିଲୋମିଟର ବଗେରେ ପବନ ବହୁଛି। ମଝିରେ ମଝିରେ ୨୨୫ କିଲୋମିଟର ବଗେରେ ଝଟକା ଦେଉଛି। ଘଣ୍ଟାକୁ ସେ ପାଖାପାଖି ୧୭ କିଲୋମିଟର ବଗେରେ ଅାଗଉଛି ଓଡ଼ିଶା ଉପକୂଳକୁ।
ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ର୍ବଷା ଆରମ୍ଭ ହୋଇଯାଇଛି। ଆନ୍ଧ୍ର ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହୁଥିବା ବଳେେ ଦକ୍ଷିଣ ଓଡ଼ିଶାରେ ଏହାର ବେଗ ୩୦ରୁ ୪୦ କିଲୋମିଟର ରହିଛି। ମଧ୍ୟରାତିରୁ ର୍ବଷା ଓ ପବନର ବେଗ ବଢିବ। ବାତ୍ୟା ପ୍ରଭାବରେ ରାଜ୍ୟରେ ପବନ ସହିତ ପ୍ରବଳ ର୍ବଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ପୁରୀ, ଜଗତସିଂହପୁରରେ ପାଖାପାଖି ୩୦୦ ମିଲିମିଟର ର୍ବଷା ହୋଇପାରେ। ଖୋର୍ଧା ଓ କଟକରେ ୨୦୦ ମିଲିମିଟର ର୍ବଷା ହୋଇପାରେ, ଗଞ୍ଜାମରେ ବି।

Leave A Reply

Your email address will not be published.